ଜୟରାମ ପାଙ୍ଗୀଙ୍କୁ ଗିରଫ କରିବାକୁ ଭୟ କରୁଛି କି ପୋଲିସ?
Advertisement

ଜୟରାମ ପାଙ୍ଗୀଙ୍କୁ ଗିରଫ କରିବାକୁ ଭୟ କରୁଛି କି ପୋଲିସ?

NBW against former MP Jayram Pangi: ପୂର୍ବତନ ସାଂସଦ ଜୟରାମ ପାଙ୍ଗୀଙ୍କୁ ଶୀଘ୍ର ଗିରଫ କରିବା ପାଇଁ ନୟାଗଡ଼ ଉପଖଣ୍ଡ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ ନୋଟିସ୍ ପଠାଇଛନ୍ତି । କୋରାପୁଟ ଆରକ୍ଷୀ ଅଧୀକ୍ଷକ ଓ ପଟାଙ୍ଗୀ ଥାନା ଅଧିକାରୀଙ୍କ ନିକଟକୁ ଏହି ନୋଟିସ୍ ଯାଇଛି । ଜୟରାମଙ୍କ ନାମରେ କିଛି ଠକେଇ ଅଭିଯୋଗ ରହିଥିଲା । ନୟାଗଡ଼ ଜିଲ୍ଲା ରଣପୁର ଅନ୍ତର୍ଗତ ରାଜସୁନାଖଳା ନୃସିଂହପୁର ଟାଙ୍ଗୀ ସାହିର ଗୋପାଳକୃଷ୍ଣ ଜେନାଙ୍କଠାରୁ ୮୬ ଲକ୍ଷ ଟଙ୍କା ଠକିବା ଓ ଆକ୍ରମଣ କରିବା ଅଭିଯୋଗ କାରଣରୁ ତାଙ୍କ ନାମରେ ଜାମିନବିହୀନ ଗିରଫ ପର୍‌ୱାନା ଜାରି କରାଯାଇଛି ।

ସୂଚନା ମୁତାବକ, ୨୦୧୮ ମସିହାରେ ପଟାଙ୍ଗୀର ଏକ ସ୍ଥାନରେ ପେଟ୍ରୋଲ ପମ୍ପ ଓ ଗ୍ୟାସ୍‌ ଡିପୋ କରିବା ପାଇଁ ଜୟରାମ ସ୍ଥିର କରିଥିଲେ । ପ୍ରାୟ ୫ କୋଟିରୁ ଅଧିକ ଖର୍ଚ୍ଚ ହେବାନେଇ ସେ ଆକଳନ କରିଥିଲେ । ତେଣୁ ଡ୍ରାଇଭର ଗୋପାଳଙ୍କୁ ବିଭିନ୍ନ ଲୋଭ ଦେଖାଇ କିଛି ସ୍ୱୟଂସହାୟକ ଗୋଷ୍ଠୀଙ୍କ ସମେତ ଅଞ୍ଚଳର କିଛି ଧନୀକ ଶ୍ରେଣୀର ଲୋକଙ୍କଠାରୁ ଟଙ୍କା ହାସଲ କରିଥିଲେ । ଗୋପାଳ ୩ଟି କିସ୍ତିରେ ପ୍ରଥମେ ୩୩ ଲକ୍ଷ ଟଙ୍କା ଏବଂ ପରେ ୫୩ ଲକ୍ଷ ଟଙ୍କା ଜୟରାମଙ୍କୁ ଦେଇଥିଲେ । ପ୍ରଥମେ ୩୩ ଲକ୍ଷ ପାଇବାର କିଛି ମାସ ମଧ୍ୟରେ ଉକ୍ତ ଟଙ୍କାର ସୁଧ ହିସାବରେ ଗୋପାଳଙ୍କୁ ଲକ୍ଷେ ଟଙ୍କା ଫେରାଇଥିଲେ ଜୟରାମ । ଏଥିସହ କିଛି ଲୋକଙ୍କୁ ଖାଲି ଚେକ୍ ମଧ୍ୟ ବଣ୍ଟନ କରିଥିଲେ ପାଙ୍ଗୀ ।  ପରେ ଆଉ ଟଙ୍କା ନଫେରାଇବାରୁ ଦୀର୍ଘଦିନ ଅପେକ୍ଷା କରିବା ପରେ ଗୋପାଳଙ୍କ ମୁଣ୍ଡରେ ଚଡକ ପଡିଥିଲା । ଆଣିଥିବା ଟଙ୍କା କେମିତି ସୁଝିବେ ଭାବି ମିଳିଥିବା ଚେକ୍ ପୂରଣ କରି ବ୍ୟାଙ୍କର ସହାୟତା ନେଇଥିଲେ । କିନ୍ତୁ ବ୍ୟାଙ୍କ କର୍ତ୍ତୁପକ୍ଷ ଏହାକୁ ନକଲି ବୋଲି କହିଥିଲେ ।

ପରବର୍ତ୍ତୀ ସମୟରେ ଗୋପାଳ ଗୋପାଳ ୧୦୬/୨୦୨୧ ନମ୍ବରରେ ନୟାଗଡ଼ ଉପଖଣ୍ଡ ଦୌରାଜଜ୍‌ଙ୍କ ତଥା କୋର୍ଟର ଆଶ୍ରୟ ନେଇଥିଲେ। ପ୍ରମାଣ ଏବଂ ତଥ୍ୟ ଆଧାରରେ ଜୟରାମଙ୍କୁ ୨୦୨୨ ଅଗଷ୍ଟ ୧୭ ତାରିଖରେ ନୋଟିସ୍‌ ଦେଇଥିଲେ କୋର୍ଟ । ନୟାଗଡ଼ କୋର୍ଟରେ ହାଜର ହେବାକୁ ପଟାଙ୍ଗୀ କୋର୍ଟ ଜୟରାମ ପାଙ୍ଗୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ ଜୟରାମ କୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରିବା ସହ ତାରିଖରେ ହାଜର ହୋଇନଥିଲେ । ତେଣୁ ତାଙ୍କ ବିରୋଧରେ ୨୦୨୩ ଜାନୁଆରି ୧୮ ତାରିଖ ଦିନ ଜାମିନ ବିହୀନ ଗିରଫ ପର୍‌ୱାନା ଜାରି କରିଥିଲେ କୋର୍ଟ । କିନ୍ତୁ ପୋଲିସ ଜୟରାମ ପାଙ୍ଗୀଙ୍କୁ ଗିରଫ କରିବାର ସାହସ ଜୁଟାଇ ପାରିଲା ନାହିଁ । ପୁଣିଥରେ  ୨୦୨୩ ମେ ୩ ତାରିଖରେ ଜୟରାମଙ୍କୁ ଗିରଫ କରିବା ପାଇଁ ପଟାଙ୍ଗୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏହା ଜାଣିବା ପରେ ଜୟରାମ ହାଇକୋର୍ଟଙ୍କ ଆଶ୍ରୟ ନେଇଥିଲେ କିନ୍ତୁ ହାଇକୋର୍ଟ ମାମଲା ଜିଲ୍ଲା କୋର୍ଟକୁ ଫେରାଇଥିଲେ । ତେବେ ୨୦୨୪ ମାର୍ଚ୍ଚ ୪ ତାରିଖରେ ପୁଣିଥରେ ଜୟରାମଙ୍କୁ ଜାମିନବିହୀନ ଗିରଫ କରିବା ପାଇଁ ପଟାଙ୍ଗୀ ଥାନାକୁ ନିର୍ଦ୍ଦେଶ ଦିଆଯାଇଥିଲେ ମଧ୍ୟ ପୋଲିସ କୋର୍ଟଙ୍କ ଆଦେଶକୁ କର୍ଣ୍ଣପାତ କରୁନଥିବା ଦେଖିବାକୁ ମିଳିଛି ।

Also Read- Gold Price Hike: ପୁଣି ମହଙ୍ଗା ହେଲା ସୁନା,ରୂପା... ଜାଣନ୍ତୁ କେତେ ବଢିଲା ଦର

Also Read- Budhaditya Yog: ଆଜି ବୁଦ୍ଧାଦିତ୍ୟ ଯୋଗ, ୫ଟି ରାଶିକୁ ମିଳିବ ଶୁଭଫଳ