New excise policy: ଆଜିଠୁ ଲାଗୁ ହେବ ନୂଆ ଅବକାରୀ ନୀତି, ଆଉ ଚାଲିବ ନାହିଁ ଡ୍ୟାନ୍ସ ବାର୍
Advertisement
Article Detail0/zeeodisha/odisha2409193

New excise policy: ଆଜିଠୁ ଲାଗୁ ହେବ ନୂଆ ଅବକାରୀ ନୀତି, ଆଉ ଚାଲିବ ନାହିଁ ଡ୍ୟାନ୍ସ ବାର୍

New excise policy: ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରାଯାଇଛି। ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ( Liqour) ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖାଯାଇଛି।

New excise policy: ଆଜିଠୁ ଲାଗୁ ହେବ ନୂଆ ଅବକାରୀ ନୀତି, ଆଉ ଚାଲିବ ନାହିଁ ଡ୍ୟାନ୍ସ ବାର୍

New excise policy: ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ରାଜ୍ୟ ସରକାର ଆଣିଛନ୍ତି ନୂଆ ଅବକାରୀ ନୀତି। ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ। ସେପ୍ଟେମ୍ବର ୨୦୨୪ ପରବର୍ତ୍ତୀ ସମୟ ପାଇଁ ନୂଆ ଅବକାରୀ ନୀତି ପ୍ରଣୟନ କରାଯାଇଛି। ଏଥିରେ ବେଆଇନ ମଦ କାରବାରକୁ ରୋକିବା ତଥା ମଦ୍ୟପାନ( Liqour) ସମ୍ପର୍କରେ ଜନ ସଚେତନତା ସୃଷ୍ଟି ପାଇଁ ନିମ୍ନଲିଖିତ ସର୍ତ୍ତ ମାନ ରଖାଯାଇଛି।

ନୂଆ ଅବକାରୀ ନୀତି ଅନୁସାରେ ଗ୍ରାମାଞ୍ଚଳରେ ନୂଆ ମଦ ଦୋକାନ ଖୋଲିବ ନାହିଁ। କେବଳ ଥ୍ରୀ ଷ୍ଟାର୍‌ ହୋଟେଲ୍‌କୁ ନୂଆ ବାର୍ ଲାଇସେନ୍ସ (Bar Licence) ମିଳିବ। ଭାଙ୍ଗ, ତାଡ଼ି, ପୋଚ ପାଇଁ ମଧ୍ୟ ନୂଆ ନିୟମ ଲାଗୁ ହେବ। ଏଥି ସହିତ ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ଅନ୍ ସପ୍‌ର ପୁନଃ ନବୀକରଣ କରାଯିବ ନାହିଁ।

୧- ଚଳିତ ଆର୍ଥିକ ବର୍ଷରେ କୌଣସି IMFL OFF shop / CL shop /OS shop ଖୋଲାଯିବ ନାହିଁ ।

୨- ଗ୍ରାମାଞ୍ଚଳରେ କେବଳ ୩ ଷ୍ଟାର ଏବଂ ତଦୁର୍ଦ୍ଧ କାଟାଗୋରିର ହୋଟେଲ ବ୍ୟତୀତ କୌଣସି ନୂଆ  ON shop ଖୋଲା ଯିବାର ବ୍ୟବସ୍ତା କରାଯାଇନାହିଁ ।

୩- ଚଳିତ ଆର୍ଥିକ ବର୍ଷରେ ପୂର୍ବରୁ ନବୀକରଣ ହୋଇନଥିବା ୫୭ ଗୋଟି ON Shop ର ପୁନଃ ନବୀକରଣ କରାଯିବନାହିଁ । 

୪- ପ୍ରତିବର୍ଷ ବର୍ଦ୍ଧିତ ହେଉଥିବା MGQ factor ର ଚଳିତ ବର୍ଷ ବର୍ଦ୍ଧିତ ହେବନାହିଁ ।

୫- ବାର୍ ଗୁଡିକ କେବଳ ସଙ୍ଗୀତ ପରିବେଷଣର ଅନୁମତି ପାଇବେ । କିନ୍ତୁ ନୃତ୍ୟ ପରିବେଷଣ (Bar Dance)କୁ ଅନୁମତି ଦିଆଯିବ ନାହିଁ।

୬- ନିଶା ସେବନ ବିରୁଦ୍ଧରେ ବ୍ୟାପକ ଜନ ସଚେତନତା ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛନ୍ତି।

୭- ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତିରେ ବ୍ୟବସ୍ଥା ରହିଛି ।

ବେଆଇନ ମଦ କାରବାରକୁ ରୋକିବା ଏବଂ ଚଢ଼ାଉ ଜୋରଦାର କରିବା ପାଇଁ ନୂଆ ଅବକାରୀ କେନ୍ଦ୍ର ପ୍ରତିଷ୍ଠା ସହ ନୂଆ ନିଯୁକ୍ତି, କର୍ମଚାରୀଙ୍କୁ ତାଲିମ ଏବଂ ଅଧିକ ଯାନ ଯୋଗାଇବା ପାଇଁ ନୂଆ ଅବକାରୀ ନୀତି(Excise Policy)ରେ ବ୍ୟବସ୍ଥା ରହିଛି।