New Governer of Odisha: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, କାଲି ନେବେ ଶପଥ..
Advertisement
Article Detail0/zeeodisha/odisha1936092

New Governer of Odisha: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, କାଲି ନେବେ ଶପଥ..

New Governer of Odisha: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ରାଜ୍ୟପାଳ ଟ୍ରେନ ଯୋଗେ ସକାଳ ପ୍ରାୟ ୫ ଟା ୦୫ ରେ ପୁରୀ ଷ୍ଟେସନରେ ପହଞ୍ଚିଛନ୍ତି । ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । 

New Governer of Odisha: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ, କାଲି ନେବେ ଶପଥ..

New Governer of Odisha: ଓଡ଼ିଶାରେ ପହଞ୍ଚିଲେ ନୂଆ ରାଜ୍ୟପାଳ ରଘୁବର ଦାସ । ପ୍ରଥମେ ରାଜ୍ୟପାଳ ଟ୍ରେନ ଯୋଗେ ସକାଳ ପ୍ରାୟ ୫ ଟା ୦୫ ରେ ପୁରୀ ଷ୍ଟେସନରେ ପହଞ୍ଚିଛନ୍ତି । ଷ୍ଟେସନରୁ ସିଧାସଳଖ ରାଜଭବନ ଯାଇ ବର୍ତ୍ତମାନ ବିଶ୍ରାମ ନେଉଥିବା ବେଳେ ପୂର୍ବାହ୍ନ ପ୍ରାୟ ୧୦ଟା ବେଳକୁ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଏଠାରୁ ସିଧାସଳଖ ଭୁବନେଶ୍ୱର ଯାଇ  ରାଜଭବନରେ ରାତ୍ରିଯାପନ କରିବେ । ଭୁବନେଶ୍ୱରରେ ମଙ୍ଗଳବାର ସକାଳ ପ୍ରାୟ ୮ଟା୪୫ମିନିଟରେ ଲିଙ୍ଗରାଜଙ୍କ ଦର୍ଶନ କରିବା ପରେ ପୂର୍ବାହ୍ନ ପ୍ରାୟ ୧୧ଟା ୪୫ରେ ରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିବେ ବୋଲି ଜଣାପଡ଼ିଛି ।ରାଜ୍ୟପାଳଙ୍କ ଶପଥ ଗ୍ରହଣ ଉତ୍ସବ ପାଇଁ ପ୍ରାୟ ୮୦ଜଣ ବନ୍ଧୁ ଓ ପରିବାର ବର୍ଗ ମଧ୍ୟ ତାଙ୍କ ସହ ଆସିଛନ୍ତି। ନୂଆ ରାଜ୍ୟପାଳଙ୍କୁ ପ୍ରୋଟୋକଲ ଅନୁଯାୟୀ ଜେଡ ପ୍ଲସ ସୁରକ୍ଷା ଯୋଗାଇ ଦିଆଯାଇଛି ।ସେପଟେ ପୁରୀ ରେଳଷ୍ଟେସନ ଠାରେ ରାଜ୍ୟପାଳଙ୍କୁ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ନିରଞ୍ଜନ ପୂଜାରୀ, ଜିଲ୍ଲା ବିଜେପିର ସଭାପତି ଆଶ୍ରିତ ପଟ୍ଟନାୟକଙ୍କ ସମେତ ବିଜେପିର ଅନେକ ନେତା ଓ କର୍ମୀଙ୍କ ପକ୍ଷରୁ ଭବ୍ୟ ସ୍ୱାଗତ କରାଯାଇଛି ।

ଅକ୍ଟୋବର ୩୧ ଅର୍ଥାତ ଆସନ୍ତା କାଲି ଓଡ଼ିଶାର ନୂତନ ରାଜ୍ୟପାଳ (New Governor of odisha) ଭାବେ ଶପଥ ନେବେ ରଘୁବର ଦାସ । ହାଇକୋର୍ଟର ମୁଖ୍ୟ ବିଚାରପତି ରାଜ୍ୟପାଳଙ୍କୁ (Governor) ଶପଥ ପାଠ (Oath taking) କରାଇବେ। ଓଡ଼ିଶାର ୨୬ତମ ରାଜ୍ୟପାଳ ଭାବେ ଦାୟିତ୍ବ  ନେବେ ରଘୁବର ଦାସ । ସେ ୨୦୧୪ରୁ ୨୦୧୯ ପର୍ଯ୍ୟନ୍ତ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ (Former Jharkhand CM) ଥିଲେ । ଏହା ସହ ସେ ୫ ଥର ବିଧାୟକ (MLA) ଭାବେ ନିର୍ବାଚିତ ହୋଇଥିଲେ । ବିଜେପି ଗଠନ ବେଳେ ରଘୁବର ଦଳର ପ୍ରତିଷ୍ଠାତା ସଦସ୍ୟ ଥିଲେ । ୧୯୫୫ ମସିହା ମେ ୩ରେ ସେ ଅବିଭକ୍ତ ବିହାରରେ (Bihar) ଜନ୍ମ ଗ୍ରହଣ କରିଥିଲେ । ‘ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାରଙ୍କ ସହ ମିଳିତ ଭାବେ କାର୍ଯ୍ୟ କରିବା ସହ ନିଜ ଦାୟିତ୍ବକୁ ନିଷ୍ଠାର ସହ ତୁଲାଇବେ ବୋଲି ସେ କହିଛନ୍ତି’ ।

Also Read: Odisha News: ଆଜି ଓଡ଼ିଶା ଛାଡ଼ିବେ ପ୍ରଫେସର ଗଣେଶୀ ଲାଲ, ଏହି ଦିନ ଶପଥ ନେବେ ନୂତନ ରାଜ୍ୟପାଳ