ଦୁଇ ଜିଲ୍ଲାରେ ନୂଆ ପୁଲିସ ମୁଖିଆ
Advertisement
Article Detail0/zeeodisha/odisha2195173

ଦୁଇ ଜିଲ୍ଲାରେ ନୂଆ ପୁଲିସ ମୁଖିଆ

ବ୍ରହ୍ମପୁରରେ ଏଣିକି ଏସ୍‍ପି ଭାବେ ସାର୍ଥକ ଷଡ଼ଙ୍ଗୀ କାର୍ଯ୍ୟ କରିବେ। ସେହିପରି ଅବିନାଶ କୁମାର ହେବେ ଖୋର୍ଦ୍ଧାର ନୂଆ ଏସ୍‍ପି। ରାଜ୍ୟ ସରକାର ନିର୍ବାଚନ କମିଶନଙ୍କ ଏହି ଅନୁମତି ପତ୍ରକୁ ଭିତ୍ତିକରି ଯଥାଶୀଘ୍ର ନିଯୁକ୍ତ କରିବେ।

ଦୁଇ ଜିଲ୍ଲାରେ ନୂଆ ପୁଲିସ ମୁଖିଆ

ଭୁବନେଶ୍ୱର: ସ୍ୱଚ୍ଛ ଓ ନିରପେକ୍ଷ ମତଦାନକୁ ଗୁରୁତ୍ୱ ଦେଇ ନିର୍ବାଚନ କମିଶନ ଜିଲ୍ଲାର ଏସ୍‍ପି ଓ ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀଙ୍କ ଉପରେ ନଜର ରଖିଛନ୍ତି। ଏହି ମୁଖ୍ୟ ଅଧିକାରୀମାନେ ଯେମିତି ଦଳୀୟ କାର୍ଯ୍ୟକ୍ରମ ପ୍ରତି ନିରପେକ୍ଷ କରିବେ ସେଥିଲାଗି ନିୟମାବଳୀ ବି ପ୍ରସ୍ତୁତ କରିଛନ୍ତି। ହେଲେ କିଛି ଅଧିକାରୀ କୌଣସି ରାଜନୀତିକ ଦଳ ଆଡ଼କୁ ଢଳିବାର ଅଭିଯୋଗ ପାଇବା ପରେ ମୁଖ୍ୟ ନିର୍ବାଚନ ଅଧିକାରୀ ତୁରନ୍ତ ତାଙ୍କ ବଦଳରେ ନୂଆ ଅଧିକାରୀ ନିଯୁକ୍ତ କରିଛନ୍ତି। ଏହିକ୍ରମରେ ବ୍ରହ୍ମପୁର ଏବଂ ଖୋର୍ଦ୍ଧାରେ ନୂଆ ଏସ୍‍ପି ନିଯୁକ୍ତ ହୋଇଛନ୍ତି।

ପୂର୍ବରୁ ଏହି ଜିଲ୍ଲା ପୁଲିସ ମୁଖିଆଙ୍କୁ ତୁରନ୍ତ ବଦଳି କରି ତିନିଜଣ ଲେଖାଏଁ ଯୋଗ୍ୟ ଅଧିକାରୀଙ୍କ ନାଁ କମିଶନଙ୍କ ନିକଟକୁ ପଠାଇବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ନାଁ ପାଇବା ପରେ ଆବଶ୍ୟକ ତର୍ଜମା କରି କମିଶନ ୨୦୦୭ ବ୍ୟାଚ୍‍ର ଦୁଇ ଆଇପିଏସ୍‍ ଅଧିକାରୀଙ୍କୁ ନିଯୁକ୍ତି ଦେଇଛନ୍ତି। 

ବ୍ରହ୍ମପୁରରେ ଏଣିକି ଏସ୍‍ପି ଭାବେ ସାର୍ଥକ ଷଡ଼ଙ୍ଗୀ କାର୍ଯ୍ୟ କରିବେ। ସେହିପରି ଅବିନାଶ କୁମାର ହେବେ ଖୋର୍ଦ୍ଧାର ନୂଆ ଏସ୍‍ପି। ରାଜ୍ୟ ସରକାର ନିର୍ବାଚନ କମିଶନଙ୍କ ଏହି ଅନୁମତି ପତ୍ରକୁ ଭିତ୍ତିକରି ଯଥାଶୀଘ୍ର ନିଯୁକ୍ତ କରିବେ।

Also Read- Political News: ଲୋକସଭା ନିର୍ବାଚନ ନେଇ ବଡ଼ ଘୋଷଣା କଲା କଂଗ୍ରେସ

Also Read- Sahara Refund: ସାହାରା ଉପୋଭକ୍ତାଙ୍କୁ ଠକିଦେବେ କି ସରକାର? ଆସିଲା ନୂଆ ତଥ୍ୟ..