ଅବକାରୀ ମୁକ୍ତ ହେଲା ମେଥାନଲ, ଆମଦାନୀ ଶୁଳ୍କ ବି ପଡ଼ିବନି
Advertisement
Article Detail0/zeeodisha/odisha2392508

ଅବକାରୀ ମୁକ୍ତ ହେଲା ମେଥାନଲ, ଆମଦାନୀ ଶୁଳ୍କ ବି ପଡ଼ିବନି

 କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ତାଲିମ ଓ ଗବେଷଣା  ପ୍ରତିଷ୍ଠାନ ଅଧିନରେ ଥିବା ବଲାଙ୍ଗିରର ମିଳିତ ଆଞ୍ଚଳିକ କେନ୍ଦ୍ରର କଳେବର ବୃଦ୍ଧି କରାଯିବ । 

ଅବକାରୀ ମୁକ୍ତ ହେଲା ମେଥାନଲ, ଆମଦାନୀ ଶୁଳ୍କ ବି ପଡ଼ିବନି

ଭୁବନେଶ୍ୱର: ରାଜ୍ୟ ସରକାର ମିଥାଇଲ୍‍ ଆଲକହଲ ବା ମେଥାନଲ ଉପରୁ ସମସ୍ତ ପ୍ରକାର ଆମଦାନୀ ଶୁଳ୍କ ଏବଂ ଅପକାରୀ କର ଛାଡ଼ କରିଛନ୍ତି। ରାଜ୍ୟରେ ଜୈବିକ ଡିଜେଲ ଉତ୍ପାଦନକୁ ପ୍ରୋତ୍ସାହନ ଦେବା ଲାଗି ଏହି ନିଷ୍ପତ୍ତି ନିଆଯାଇଛି। ମନ୍ତ୍ରିମଣ୍ଡଳର ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକାଶ ମହାଲିଙ୍ଗ ସୂଚନା ଦେଇଛନ୍ତି। 

ବିଧାନସଭାରେ ଉପସ୍ଥାପନ କରିଥିବା ତଥ୍ୟ ଅନୁସାରେ ଓଡ଼ିଶା ଅବକାରୀ ଆଇନ ୨୦୦୮ର ଧାରା ୯୫ରେ ଉଲ୍ଲେଖ ଥିବା ନିୟମରେ ସଂଶୋାଧନ କରାଯାଇ ଏପରି ନିଷ୍ପତ୍ତି ନାଇଁ ରାଜ୍ୟ ମନ୍ତ୍ରିମଣ୍ଡଳ ସହମତି ପ୍ରକାଶ କରିଥିବା ସେ କହିଛନ୍ତି। ସେହିପରି ମନ୍ତ୍ରିମଣ୍ଡଳ ଆହୁରି ଦୁଇଟି ଗୁରୁଦ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। 

ସେଥିରେ ରହିଛି  ରାଜ୍ୟର ଦ୍ୱିତୀୟ ବ୍ୟବସାୟିକ ବିମାନ ବନ୍ଦର  ପ୍ରତିଷ୍ଠା ପାଇଁ ଜମି ବାବଦୀୟ ପଞ୍ଜିକରଣ ଶୁଳ୍କ ଛାଡ଼ କରିବା। ଏହିକ୍ରମରେ ରାଜ୍ୟ ସରକାର ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରର ଉନ୍ନତି ପାଇଁ ଭାରତୀୟ ବିମାନ ବନ୍ଦର ପ୍ରାଧିକରଣ ସପକ୍ଷରେ ଲିଜ୍ ଦଲିଲ ପ୍ରସ୍ତୁତି ପାଇଁ ଆବଶ୍ୟକ ଷ୍ଟାମ୍ପ ଦେୟ  ଛାଡ଼ କରିବେ। ଅର୍ଥାତ୍‍  ଏ ବାବଦରେ ରାଜକୋଷକୁ ଆସିବାକୁ ଥିବା ୩ କୋଟି ୩୭ ଲକ୍ଷ ୧୧ ହଜାର ୫୯୬ ଟଙ୍କା ଏବଂ ପଞ୍ଜୀକରଣ ଦେୟ ବାବଦରେ ୧ କୋଟି ୩୪ ଲକ୍ଷ ୮୪ ହଜାର ୬୩୮ ଟଙ୍କା ଛାଡ଼ କରାଯିବ।  ଗତ ୭ ତାରିଖରେ ଅନୁଷ୍ଠିତ ମନ୍ତ୍ରୀମଣ୍ଡଳ ବୈଠକରେ ଉପରୋକ୍ତ ନିଷ୍ପତ୍ତି ନିଆଯାଇଥିବା ନେଇ ଆଜି ମନ୍ତ୍ରୀ ଡ. ମହାଲିଙ୍ଗ ସୂଚନା ଦେଇଛନ୍ତି ।

ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ କେନ୍ଦ୍ର ସରକାରଙ୍କ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସ୍ୱାମୀ ବିବେକାନନ୍ଦ ରାଷ୍ଟ୍ରୀୟ ପୁନର୍ବାସ ତାଲିମ ଓ ଗବେଷଣା  ପ୍ରତିଷ୍ଠାନ ଅଧିନରେ ଥିବା ବଲାଙ୍ଗିରର ମିଳିତ ଆଞ୍ଚଳିକ କେନ୍ଦ୍ରର କଳେବର ବୃଦ୍ଧି କରାଯିବ । ଏଥିପାଇଁ ରାଜ୍ୟ ସରକାର ୧.୭୧ ଏକର ସରକାରୀ ଜମିକୁ ବିନା ପ୍ରମିୟମ ଏବଂ ବାର୍ଷିକ ଭୂ-ରାଜସ୍ୱ  ବାବଦକୁ ଏକର ପ୍ରତି ୧୦୦ ଟଙ୍କା ଏବଂ ବାର୍ଷିକ ସେସ୍ ବାବଦକୁ ଭୂ-ରାଜସ୍ୱର ଶତକଡ଼ା ୭୫ ଭାଗ ଦେୟ ହିସାବରେ ଲିଜ୍ ସୂତ୍ରରେ ପ୍ରଦାନ କରିବେ । ଏଥିପାଇଁ ୧ କୋଟି ୧୦ ଲକ୍ଷ ୭୫  ହଜାର ୨୧୩ ଟଙ୍କା ଛାଡ଼ କରିବାରୁ ରାଜ୍ୟ ମନ୍ତ୍ରୀମଣ୍ଡଳ ଅନୁମୋଦନ ଦେଇଛନ୍ତି ।

Also Read- ଅର୍ପଣ ଚାଉଳ ନେଇ ସରକାରଙ୍କୁ ପଠାଗଲା ୩ଟି ପ୍ରସ୍ତାବ

Also Read- PM Kisan Yojana: କେବେ ମିଳିବ ପିଏମ କିସାନର ୧୮ତମ କିସ୍ତି? ପଢ଼ନ୍ତୁ ସମ୍ପୂର୍ଣ୍ଣ ଖବର