Laxmi Nrusingha Besha: ପଞ୍ଚୁକର ଚତୁର୍ଥ ଦିନ, ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ
Advertisement
Article Detail0/zeeodisha/odisha1979132

Laxmi Nrusingha Besha: ପଞ୍ଚୁକର ଚତୁର୍ଥ ଦିନ, ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ

Laxmi Nrusingha Besha: ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଦାରୁ ଦେବତାଙ୍କୁ ପ୍ରଥମେ ଦର୍ଶନ କରିଥିଲେ, ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ। ସେହି ସ୍ମୃତିରେ ମହା କାର୍ତ୍ତିକ ପଞ୍ଚୁକର ଚର୍ତୁଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହୋଇଆସୁଛି।

ସୌ(ସୋସିଆଲ ମିଡିଆ)

Laxmi Nrusingha Besha: ପବିତ୍ର କାର୍ତ୍ତିକ ମାସ ଶୁକ୍ଲପକ୍ଷ ଚର୍ତୁଦ୍ଦଶୀ ତିଥିରେ ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ସକାଳ ଅବକାଶ ନୀତି ବଢ଼ିବା ପରେ ମହାପ୍ରଭୁଙ୍କୁ ଲକ୍ଷ୍ମୀନୃସିଂହ ବେଶରେ ସଜ୍ଜିତ କରାଯାଇଥିଲା। ମହାପ୍ରଭୁଙ୍କ ଏହି ଦୁର୍ଲ୍ଲଭ ବେଶ ଦେଖିବା ଲାଗି ଶ୍ରୀମନ୍ଦିରରେ ଭକ୍ତଙ୍କ ପ୍ରବଳ ଗହଳି ଦେଖିବାକୁ ମିଳିଛି । ଯେତେବେଳେ ଇନ୍ଦ୍ରଦ୍ୟୁମ୍ନ ମହାରାଜ ଦାରୁ ଦେବତାଙ୍କୁ ପ୍ରଥମେ ଦର୍ଶନ କରିଥିଲେ, ସେତେବେଳେ ମହାପ୍ରଭୁ ତାଙ୍କୁ ନୃସିଂହ ବେଶରେ ଦର୍ଶନ ଦେଇଥିଲେ। ସେହି ସ୍ମୃତିରେ ମହା କାର୍ତ୍ତିକ ପଞ୍ଚୁକର ଚର୍ତୁଦ୍ଦଶୀ ତିଥିରେ ଶ୍ରୀ ବିଗ୍ରହମାନଙ୍କର ଏହି ବେଶ ଅନୁଷ୍ଠିତ ହୋଇଆସୁଛି। ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ, ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି। କୁହାଯାଏ, ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କଲେ ପୁଣ୍ୟ ମିଳିଥାଏ ।

କାର୍ତ୍ତିକ ଶୁକ୍ଳ ଏକାଦଶୀ ଠାରୁ ପଞ୍ଚୁକ ବ୍ରତ ଆରମ୍ଭ ହୋଇଥାଏ । ବଡ଼ ଏକାଦଶୀରେ ମହାପ୍ରଭୁଙ୍କ ଲକ୍ଷ୍ମୀ ନାରାୟଣ ବେଶ, ଦ୍ୱାଦଶୀରେ ବାଙ୍କଚୁଡା ଓ ତ୍ରୟୋଦଶୀ ତିଥିରେ ତ୍ରିବିକ୍ରମ ବେଶ ଅନୁଷ୍ଠିତ ହୋଇଥିଲା । ଆଜି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଚିତ୍ତାକର୍ଷକ ଲକ୍ଷ୍ମୀ ନୃସିଂହ ବେଶ ଅନୁଷ୍ଠିତ ହୋଇଛି। ସୋମବାର ଦିନ ଦୁର୍ଲ୍ଲଭ ରାଜରାଜେଶ୍ୱରୀ ବେଶ ଅର୍ଥାତ୍ ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ ମହାପ୍ରଭୁ। ମହଣମହଣ ସ୍ୱର୍ଣ୍ଣାଳଙ୍କାରରେ ବିଭୂଷିତ ହେବେ ଶ୍ରୀଜୀୟୁ। ଏଥର ମହାପ୍ରଭୁଙ୍କ ବେଶକୁ ଶୃଙ୍ଖଳିତ କରିବା ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭିତରକାଠ ଦର୍ଶନ ବନ୍ଦ କରାଯାଇଛି। ଭକ୍ତମାନେ ବାହାରକାଠ ନିକଟରୁ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି। ଫଳରେ ନାଟମଣ୍ଡପରେ ବିଶେଷ ଭାବେ ଗହଳି ପରିଲକ୍ଷିତ ହେଉଛି। ତେବେ ପଞ୍ଚୁକ ପାଞ୍ଚ ଦିନର ଅନେକ ମହତ୍ତ୍ଵ ରହିଛି। ଯେଉଁମାନେ କାର୍ତ୍ତିକ ମାସ ଯାକ ବ୍ରତ ପାଳନ କରିନଥାନ୍ତି ସେମାନେ ପଞ୍ଚୁକ ୫ ଦିନ ବ୍ରତ କରିଥାନ୍ତି। ବିଶ୍ୱାସ ରହିଛି, କାର୍ତ୍ତିକ ମାସରେ ଏକ ମାସ ଧରି ବ୍ରତ ପାଳନ କଲେ  ଯେତିକି ପୁଣ୍ଯ ମିଳିଥାଏ ଏହି ପଞ୍ଚୁକ ପାଞ୍ଚ ଦିନ ବ୍ରତ କଲେ ତାଠାରୁ ଅଧିକ ପୁଣ୍ଯ ମିଳିଥାଏ। ତେବେ ଶନିବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ଚାଲିଥିଲା।

Also Read-Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ସେପଟେ ସୋମବାର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ମହାପ୍ରଭୁଙ୍କ ସୁନାବେଶ ଥିବାରୁ ଆଜିଠାରୁ ନୀତି ସଅଳ କରାଯାଇଛି।  ଭୋର ୪ଟା ୧୭ ମିନିଟରେ ଶ୍ରୀମନ୍ଦିର ଦ୍ୱାର ଫିଟା ନୀତି ସମ୍ପର୍ଣ୍ଣ ହେବା ପରେ ମଙ୍ଗଳାଳତୀ, ମଇଲମ ହୋଇ ମହାପ୍ରଭୁଙ୍କର ଅବକାଶ ନୀତି ସରି ମହାପ୍ରଭୁଙ୍କ ଲକ୍ଷ୍ମୀନୃସିଂହ ବେଶ ଅନୁଷ୍ଠିତ ହେବା ସହ ଦୈନନ୍ଦିନର ଅନ୍ଯାନ୍ଯ ନୀତି ଆଗକୁ ବଢିଛି। ଲକ୍ଷ ଲକ୍ଷ ଭକ୍ତ ଆଜି ଶୃଙ୍ଖଳିତ ଭାବେ ମହାପ୍ରଭୁଙ୍କ ଏହି ବେଶ ଦର୍ଶନ କରୁଛନ୍ତି। ତେବେ ଶ୍ରୀକ୍ଷେତ୍ରରେ ରହି ହବିଷ କରୁଥିବା ହବିଷ୍ଯାଳି ମାନେ ପଞ୍ଚୁକ ସାରି ୨୮ ତାରିଖରେ ଘର ବାହୁଡ଼ା ହେବେ।