Odia Youth Death Bengaluru: ଜନ୍ମମାଟି ଫେରିଲା ମୃତ ଓଡ଼ିଆ ଶ୍ରମିକଙ୍କ ଶବ
Advertisement
Article Detail0/zeeodisha/odisha2064436

Odia Youth Death Bengaluru: ଜନ୍ମମାଟି ଫେରିଲା ମୃତ ଓଡ଼ିଆ ଶ୍ରମିକଙ୍କ ଶବ

Odia Youth Died by Train Accident in Bengaluru:  ଗତ ୧୪ ତାରିଖରେ ବେଙ୍ଗାଲୁରୁ ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟି ଫେରିଛି।

 

Odia Youth Death Bengaluru: ଜନ୍ମମାଟି ଫେରିଲା ମୃତ ଓଡ଼ିଆ ଶ୍ରମିକଙ୍କ ଶବ

Odia Youth Dead Body Return to Home: ବେଙ୍ଗାଲୁରୁ ଠାରେ ଟ୍ରେନ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକ ଓଡ଼ିଆ ଶ୍ରମିକଙ୍କ ଶବ ଜନ୍ମମାଟି ଫେରିଛି। କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ ପୁସଙ୍ଗିଆ ଅଞ୍ଚଳର ଜଣେ ୨୧ ବର୍ଷୀୟ ଯୁବକ ସନ୍ତୋଷ କୁମାର ପାତ୍ର ବିଗତ ୩ ବର୍ଷ ଧରି ବେଙ୍ଗାଲୁରୁ ଠାରେ ରହି କାମ କରୁଥିଲେ। ହେଲେ ଦୁର୍ଭାଗ୍ୟବଶତଃ ଗତ ୧୪ତାରିଖରେ ତାଙ୍କର ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ହୋଇଥିଲା। ମୃତକଙ୍କ ପରିବାର କହିଲେ ତାଙ୍କର ବାପା, ମାଆ ଏବଂ ସାନ ଭାଇ ଅଛନ୍ତି। ସେମାନେ ମୂଲ ଲାଗି ନିଜ ଘର ଚଳାନ୍ତି। 

ପୁଅର ଅଚାନକ ମୃତ୍ୟୁରେ ପରିବାର ବର୍ଗ ଦୁଃଖରେ ଭାଙ୍ଗି ପଡ଼ିଥିଲେ। ଶେଷରେ ପୁଅ ମୁହଁ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ ସେମାନେ। ଏହି ଦୁଃଖଦ ଖବର ବିଷୟରେ ଓଡ଼ିଶା ରାଜ୍ୟ ବିହନ ନିଗମ ଅଧ୍ୟକ୍ଷ ବିଜୟ ନାୟକ ଜାଣିବା ପରେ ଓଡ଼ିଶା-ପରିବାରକୁ ଅବଗତ କରାଇଥିଲେ। ଏହାପରେ ଓଡ଼ିଶା- ପରିବାର ନିର୍ଦ୍ଦେଶକ ଦିଲ୍ଲୀପ ରାଉତରାୟଙ୍କ ଓ.ଏସ୍.ଡ଼ି  ଲକ୍ଷ୍ମୀଧର ବେହେରା ଓଡ଼ିଶା-ମୋ ପରିବାରକୁ ସୂଚନା ଦେଇଥିଲେ। 

ଶେଷରେ ଓଡ଼ିଶା-ମୋ ପରିବାର ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଆବଶ୍ୟକୀୟ ପ୍ରକ୍ରିୟା କାର୍ଯ୍ୟକାରୀ କରାଯାଇଥିଲା। ଉଭୟ ଅନୁଷ୍ଠାନର ଟିମ୍ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ଉପସ୍ଥିତ ରହି ସନ୍ତୋଷ କୁମାର ପାତ୍ରଙ୍କ ମୃତ ଶରୀରକୁ କନ୍ଧମାଳ ସ୍ଥିତ ନିଜ ବାସଭବନକୁ ପଠାଇବାର ବ୍ୟବସ୍ଥା କରିଥିଲେ। ଶେଷରେ ଓଡ଼ିଶା- ପରିବାର ପକ୍ଷରୁ ସମସ୍ତ ଯାତାୟାତ ଖର୍ଚ୍ଚ ବହନ କରାଯିବା ସହିତ ସମଗ୍ର ପ୍ରକ୍ରିୟାକୁ ଓଡ଼ିଶା- ମୋ ପରିବାର ସଂଯୋଜନା କରିଥିଲା। ଏପରି ନିରନ୍ତର ଭାବେ ଅସହାୟ ଲୋକଙ୍କ ସହାୟତା ପାଇଁ ଓଡ଼ିଶା- ପରିବାର ଏବଂ ଓଡ଼ିଶା-ମୋ ପରିବାର ସରକାରଙ୍କ ସହ ସମନ୍ଵୟ ରକ୍ଷା କରି କାର୍ଯ୍ୟ କରୁଛି।