୧୭ ମିନିଟ୍ ଚାଲିଲା ପ୍ରଶ୍ନକାଳ, ଗୃହ ମୁଲତବୀ
Advertisement
Article Detail0/zeeodisha/odisha2402129

୧୭ ମିନିଟ୍ ଚାଲିଲା ପ୍ରଶ୍ନକାଳ, ଗୃହ ମୁଲତବୀ

Assembly: ଦୁଇଦିନର ଛୁଟି ପରେ ପୁଣିଥରେ ଗୃହ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ଗୃହରେ ପ୍ରଶ୍ନୋତ୍ତର କାଳ ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ।

୧୭ ମିନିଟ୍ ଚାଲିଲା ପ୍ରଶ୍ନକାଳ, ଗୃହ ମୁଲତବୀ

ଭୁବନେଶ୍ୱର: ବିଧାନସଭାର ପ୍ରଶ୍ନକାଳ ଆଜି ମାତ୍ର ୧୭ ମିନିଟ ଚାଲିପାରିଛି। ବିରୋଧୀ ଦଳଙ୍କ ନାରାବାଜୀ, ବିକ୍ଷୋଭ ଏବଂ ବାଚସ୍ପତିଙ୍କ ପୋଡିୟମ ଉପରକୁ ଉଠି ବିରୋଧ ପ୍ରଦର୍ଶନ ଦ୍ୱାରା ଗୃହର କାର୍ଯ୍ୟକୁ ମୁଲତବୀ କରାଯାଇଛି। ଶୂନ୍ୟକାଳରେ ଗୃହ ପୁଣିଥରେ ବସିବ ବୋଲି ଆଶା କରାଯାଇଛି।  

ଦୁଇଦିନର ଛୁଟି ପରେ ପୁଣିଥରେ ଗୃହ କାର୍ଯ୍ୟ ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଥିଲା। ବାଚସ୍ପତି ସୁରମା ପାଢ଼ୀ ଗୃହରେ ପ୍ରଶ୍ନୋତ୍ତର କାଳ ପାଇଁ ମନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବିଭାଗକୁ ବିଧାୟକମାନେ ପ୍ରଶ୍ନ ପଚାରିବା ଆରମ୍ଭ କରିବା କ୍ଷଣି ବିରୋକ୍ଧୀ ଦଳର ନେତାମାନେ ନାରାବାଜୀ ଆରମ୍ଭ କରିଥିଲେ। ବିରୋଧୀ ବିଜେଡି ଓ କଂଗ୍ରେସ ଏକାଠି ହୋଇ ଗୃହ ମଧ୍ୟଭାଗକୁ ଚାଲି ଆସିଥିଲେ। ସେମାନେ ମୁଖ୍ୟତଃ ଜାତିଭିତ୍ତିକ ଜନଗଣନା ପାଇଁ ଦାବି କରିଥିଲେ। ରାଜ୍ୟରେ ପଛୁଆ ବର୍ଗଙ୍କ ସ୍ଥିତି ବହୁତ ଦୁର୍ବଳ ଏଣୁ ସେମାନଙ୍କ ସ୍ଥିତି ବିଷୟରେ ଜାଣିବା ଲାଗି ଜାତି ଭିତ୍ତିକ ଜନଗଣନାର ଆବଶ୍ୟକତା ରହିଥିବା ନେଇ ଉଲ୍ଲଖ କରିଥିଲେ ବିରୋଧୀ ଦଳ। 

ପୋଡ଼ିୟମ ଉପରକୁ ଉଠି ବାଚସ୍ପତିଙ୍କ ଟେବଲ ବାଡ଼େଇ ସେମାନେ ନିଜର ଦାବି ପ୍ରତି ଦୃଷ୍ଟି ଆକର୍ଷଣ କରିବାକୁ ଚାହିଁଥିଲେ। ଅପରପକ୍ଷେ ପ୍ରଶ୍ନୋତ୍ତର କାଳ ବିଧିବଦ୍ଧ ଭାବେ କେବଳ ପ୍ରଶ୍ନ ପଚାରିବାକୁ ସୁଯୋଗ ଦେବା ପାଇଁ ଉଦ୍ଦିଷ୍ଟ ଥିବାରୁ ଏହି କାଳରେ ଅନ୍ୟ କିଛି ଆଲୋଚନାକୁ ଅନୁମତି ଦେଇ ନଥିଲେ ବାଚସ୍ପତି। କିନ୍ତୁ ଏଥିପ୍ରତି ଅଡ଼ିବସିବାରୁ ଗୃହ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା। ନଗର ଉନ୍ନୟନ ଏବଂ ଜଙ୍ଗଲ ଓ ପରିବେଶ ବିଭାଗର କିଛି ପ୍ରଶ୍ନ ଆଲୋଚନା ହୋଇଥିଲେ ମଧ୍ୟ ଗୃହ ସ୍ୱଭାବିକ ଅବସ୍ଥାକୁ ନଫେରିବାରୁ ବାଚସ୍ପତି ୧୭ ମିନିଟ ପରେ ଗୃହକୁ ମୁଲତବୀ ଘୋଷଣା କରିଥିଲେ। ଏବେ ଶୂନ୍ୟକାଳରେ ଗୃହରେ ଆଲଷାଚନା ହେବା ସମ୍ଭାବନା ରହିଛି। କିନ୍ତୁ ଗୃହ ସ୍ୱଭାବିକ ନହେଲେ ଏହା ମଧ୍ୟ ବାଧାପାଇବା ଆଶଙ୍କା ରହିଛି।