ପୂଜକଙ୍କୁ ବାହାରୁ ତାଲା ଠୁଙ୍କି ମଙ୍ଗଳା ମନ୍ଦିର ହୁଣ୍ଡି ଚୋରି ଉଦ୍ୟମ; ସିସିଟିଭି ରେ ରେକର୍ଡ ହେଲା ଭିଡ଼ିଓ
Advertisement
Article Detail0/zeeodisha/odisha1930679

ପୂଜକଙ୍କୁ ବାହାରୁ ତାଲା ଠୁଙ୍କି ମଙ୍ଗଳା ମନ୍ଦିର ହୁଣ୍ଡି ଚୋରି ଉଦ୍ୟମ; ସିସିଟିଭି ରେ ରେକର୍ଡ ହେଲା ଭିଡ଼ିଓ

Sambalpur Theft News Today: ପୂଜକଙ୍କୁ ବାହାରୁ ତାଲା ଠୁଙ୍କି ମଙ୍ଗଳା ମନ୍ଦିର ହୁଣ୍ଡି ଚୋରି ଉଦ୍ୟମ। ସିସି ଟିଭି କ୍ୟାମେରା ରେ କଏଦ ହୋଇଛି ପୁରୁ ଘଟଣାକ୍ରମ।

ପୂଜକଙ୍କୁ ବାହାରୁ ତାଲା ଠୁଙ୍କି ମଙ୍ଗଳା ମନ୍ଦିର ହୁଣ୍ଡି ଚୋରି ଉଦ୍ୟମ; ସିସିଟିଭି ରେ ରେକର୍ଡ ହେଲା ଭିଡ଼ିଓ

Sambalpur Theft News Today: ସମ୍ବଲପୁର ଜିଲ୍ଲାର ଧନୁପାଲି ଥାନା ସମ୍ମୁଖ ଭୂତାପଡା ସ୍ଥିତ ମାଆ ମଙ୍ଗଳାଙ୍କ ମନ୍ଦିରର ଦାନ ହୁଣ୍ଡି ସୋମବାର ରାତିରେ ଚୋରି ହୋଇଥିବା ଜଣାଯାଇଛି I ମନ୍ଦିର ପ୍ରବେଶ ଦ୍ୱାରରେ ଥିବା ଦାନ ହୁଣ୍ଡି ଚୋରି ହୋଇଥିବା ନେଇ ମନ୍ଦିର ପୂଜକ ମହେଶ୍ୱର ପଣ୍ଡା ଧନୁପାଲି ଥାନାରେ ଅଭିଯୋଗ କରିଛନ୍ତି I ଅଭିଯୋଗ ମୁତାବକ ମନ୍ଦିରରେ ଶରତ କାଳୀନ ପୂଜା ଚାଲୁ ରହିଥିବା ବେଳେ ଦୀର୍ଘ ୧୭ ବର୍ଷ ଧରି ମନ୍ଦିର କଡ଼ରେ ରହି ମନ୍ଦିର ପୂଜା କରି ଆସୁଛନ୍ତି ପୂଜକ ମହେଶ୍ୱର ପଣ୍ଡା। ପ୍ରତିଦିନ ପରି ରବିବାର ଦିନ ମଧ୍ୟ ସେ ରାତି ଦଶଟା ସମୟରେ ମନ୍ଦିର କବାଟ ବନ୍ଦ କରି ତାଲା ମାରିଥିଲେ। 

ମାତ୍ର ରାତି ପ୍ରାୟ ୧:୩୦ ସମୟରେ ଜୋରରେ ଶବ୍ଦ ହେବାରୁ ପୂଜକ ମହେଶ୍ୱର ପଣ୍ଡା ନିଦରୁ ଉଠି ପଡ଼ିଥିଲେ। ଘଟଣାସ୍ଥଳରେ ସିସିଟିଭି ରେ ସେ ଦେଖିଲେ ଯେ ଜଣେ ଚୋର ମନ୍ଦିର ଭିତରେ ରହିଥିବା ହୁଣ୍ଡି ଧରି ପଳାୟନ କରୁଛିI ତୁରନ୍ତ ଘରୁ ବାହାରିବାକୁ ଉଦ୍ୟମ କରିବା ବେଳକୁ ଘର ସାମ୍ନା ପଟ ବନ୍ଦ ଥିବା ଜାଣି ଧନୁପାଲି ଥାନାକୁ ଫୋନ ଯୋଗେ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ତୁରନ୍ତ ଘଟଣାସ୍ଥଲରେ ପହଞ୍ଚି କବାଟ ଖୋଲି ପୂଜକଙ୍କ ସହ ମନ୍ଦିର ପଛ ପଟେ ଚୋର ଛାଡି ପଳାଇଥିବା ହୁଣ୍ଡିକୁ ମଧ୍ୟ ଉଦ୍ଧାର କରିଥିଲେI 

ଏହି ସମୟରେ ମନ୍ଦିରର ପୂର୍ବ ପଟରେ ରହିଥିବା ଗେଟ ତାଲା ଭଙ୍ଗା ଯାଇଥିଲା। ଯେହେତୁ ମନ୍ଦିରରେ ଶରତ କାଳୀନ ନବମୀ ବିହିତ ପୂଜା ଅନୁଷ୍ଠିତ ହେଉଥିଲା ତେଣୁ ସମସ୍ତ ପୂଜାସ୍ଥଳୀ ଅସଜଡ଼ା ହୋଇ ପଡିରହିଥିଲାI ଘଟଣା ସମ୍ପର୍କରେ ପୂଜକ ମହେଶ୍ୱର ପଣ୍ଡାଙ୍କ ଅଭିଯୋଗ କ୍ରମେ ଧନୁପାଲି ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ନ ଆରମ୍ଭ କରିଛି I ଏହି ମନ୍ଦିରରୁ ଗତ ୨୦୨୧ ଡିସେମ୍ବର ୨୩ ତାରିଖରେ ମଧ୍ୟ ହୁଣ୍ଡି ଏବଂ ଲକ୍ଷାଧିକ ଟଙ୍କା ସହ  ମୂଲ୍ୟବାନ ସାମଗ୍ରୀ ଚୋରି ହୋଇଯାଇଥିଲା I ଏହି ଘଟଣାକୁ ନେଇ ଭୁତାପଡା ମା'' ମଙ୍ଗଳା ମନ୍ଦିର କମିଟି ସଦସ୍ୟ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି ତୁରନ୍ତ ଚୋରକୁ ଧରିବାକୁ ଦାବି କରିଛନ୍ତିI