BJP Targets BJD over Jaga Mission: ଜାଗା ମିଶନ ନାମରେ ବସ୍ତିବାସିନ୍ଦାଙ୍କ ସହ ରାଜ୍ୟ ସରକାର ପ୍ରତାରଣା କରିଛନ୍ତି। ବିଗତ ୨୩ ବର୍ଷରେ ମୁଖ୍ୟମନ୍ତ୍ରୀ ବସ୍ତିରେ ଗରିବ ଲୋକେ କିଭଳି ରହୁଛନ୍ତି ତାହା କେବେ ଥରେ ହେଲେ ବୁଲି ଦେଖିଛନ୍ତି? ଏକ ଫର୍ମକୁ ପଟ୍ଟା କହି ବାଣ୍ଟୁଛନ୍ତି ରାଜ୍ୟ ସରକାର।
Trending Photos
Odisha BJP President Manmohan Samal: ଶିକ୍ଷିତ ଲୋକଙ୍କ ଭୋଟ ବିଜେପି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ରହିଛି ସହରଞ୍ଚଳରେ ବିଜେଡି କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ଉପରେ ଭରଷା ରଖିଛି। ଯଦି ବସ୍ତି ବାସିନ୍ଦା ବିଜେଡିକୁ ଭୋଟ ଦେବେ ନାହିଁ ତାହେଲେ ଭୁବନେଶ୍ୱରରେ ବିଜେଡି ୧୦ ପ୍ରତିଶତ ଭୋଟ ମଧ୍ୟ ପାଇବ ନାହିଁ। କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ପାଇବା ପାଇଁ ଠିକ ନିର୍ବାଚନ ଆଗରୁ ଏଭଳି ପଟ୍ଟା ବାଣ୍ଟିବାର ନାଟକ କରିଥାଏ ବିଜେଡ଼ି। ନିର୍ବାଚନ ଆସିଲେ କେବଳ ନବୀନ ପଟ୍ଟନାୟକ ବସ୍ତିବାସିନ୍ଦାଙ୍କ କଥା ମନେପଡେ।
୨୩ ବର୍ଷରେ ମୁଖ୍ୟମନ୍ତ୍ରୀ ବସ୍ତିରେ ଗରିବ ଲୋକ କିଭଳି ରୁହନ୍ତି କେବେ ଥରେ ହେଲେ ଥରେ ବୁଲି ଦେଖିଛନ୍ତି? କେମିତି ତାଙ୍କ ପ୍ରଶାସନ ଏବଂ ଶାସକ ଦଳର ନେତା ବସ୍ତିବାସିନ୍ଦାଙ୍କ ଉପରେ କିପରି ଜୁଲମ କରନ୍ତି ତାହା ଦେଖିଛନ୍ତି। ଭୁବନେଶ୍ୱରରେ ବସ୍ତି ବାସିନ୍ଦାଙ୍କ ପାଇଁ ବାସଗୃହ ନିର୍ମାଣ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ଥରେ ନୁହେଁ ଦୁଇ ଦୁଇ ଥର ଶୁଭ ଦେଇଛନ୍ତି। ହେଲେ ତାହା ସବୁ କେବଳ ଫଟୋ ଆଉ ଖବର କାଗଜରେ ସୀମିତ ହୋଇରହିଛି। ଗୋଟିଏ ପ୍ରକଳ୍ପକୁ ବାରମ୍ବାର ଶୁଭ ଦେବା, ଗୋଟିଏ ଯୋଜନାକୁ ବାରମ୍ବାର ଘୋଷଣା କରିବାରେ ନବୀନ ପଟ୍ଟନାୟକ ଦେଶରେ ଏକ ନମ୍ବର ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି।
ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ସଭାପତି ମନମୋହନ ସାମଲ କହିଛନ୍ତି ଯେ, ଏବେ ସହରାଞ୍ଚଳରେ ବସ୍ତି ବାସିନ୍ଦାଙ୍କୁ ଯେଉଁ କାଗଜ ଖଣ୍ଡିଏ ଦିଆଯାଉଛି, ସେହି କାଗଜରେ ଲେଖାଯାଇଛି ଯେ, ଏହା ହେଉଛି ଏକ ଫର୍ମ। ଏହି କାଗଜର ତଳକୁ ଲେଖା ହୋଇଛି ଏହା ହେଉଛି ଏକ ପ୍ରମାଣ ପତ୍ର। ଆଉ ଏହାକୁ ରାଜ୍ୟ ସରକାର କହୁଛନ୍ତି ଏହାକୁ ପଟ୍ଟା ବୋଲି କହୁଛନ୍ତି। ପ୍ରଥମେ ସରକାର ସ୍ପଷ୍ଟ କରନ୍ତୁ ଏହା ଫର୍ମ ନାଁ ପ୍ରମାଣ ପତ୍ର ନାଁ ପଟ୍ଟା। ରାଜ୍ୟରେ ଏକ ମିଥ୍ୟାବାଦୀ ସରକାର ଚାଲିଛି। ସେମାନଙ୍କର ସବୁ କିଛି ହେଉଛି ନକଲି। ସହରାଞ୍ଚଳରେ ନବେ ଦଶକରେ ବସ୍ତି ବାସିନ୍ଦାଙ୍କୁ ଯେଉଁ ପଟ୍ଟା ମିଳିଛି ସେଥିରେ ସ୍ପଷ୍ଟ ଭାବରେ ଲେଖାହୋଇଛି ଯେ, ବସ୍ତି ବାସିନ୍ଦାଙ୍କ ଥଇଥାନ ଯୋଜନା ଅନୁସାରେ ମିଳିଥିବା ପଟ୍ଟା। ହେଲେ ଏବେ ରାଜ୍ୟ ସରକାର ଯେଉଁ କାଗଜ ଧରାଉଛନ୍ତି ସେଥିରେ କେଉଁଠି ପଟ୍ଟା ଶବ୍ଦର ଉଲ୍ଲେଖ ନାହିଁ। ରାଜ୍ୟ ସରକାରଙ୍କର ଯେଉଁ ସମବାୟ ବ୍ୟାଙ୍କ ଅଛି ସେମାନେ ଏହି କାଗଜକୁ ସ୍ୱୀକାର କରୁନାହାଁନ୍ତି। ଯେଉଁଥିରୁ ସ୍ପଷ୍ଟ ବୁଝାପଡୁଛି ଯେ ରାଜ୍ୟ ସରକାର ବସ୍ତି ବାସିନ୍ଦାଙ୍କ ସହିତ ଛଳନା କରିଛନ୍ତି।
୨୦୧୨ ବର୍ଷରୁ ୨୦୨୩ ମସିହା ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀ ବାରମ୍ବାର କହି କହି ଆସୁଛନ୍ତି ଯେ, ବସ୍ତି ବାସିନ୍ଦାଙ୍କୁ ପଟ୍ଟା ଦିଆଯିବ। ହେଲେ କେବଳ ପ୍ରତିଶୃତି ଦେଇଜାଣିଛନ୍ତି। ହେଲେ ସେ ନିଜ ପ୍ରତଶୃତି କେବେ ପୂରଣ କରନ୍ତି ନାହିଁ। ୨୦୧୩ ମସିହାରେ ପୌର ନିର୍ବାଚନ ଏବଂ ୨୦୧୪ ସାଧାରଣ ନିର୍ବାଚନ ପୂର୍ବରୁ ବସ୍ତି ବାସିନ୍ଦାଙ୍କ ଭୋଟ ହାତେଇବା ପାଇଁ ରାଜ୍ୟ ସରକାର ଆଣିଥିଲେ ଓଡିଶା ପ୍ରପର୍ଟି ରାଇଟ୍ସ ଟୁ ସ୍ଲମ ଡ୍ୱେଲର ଏଣ୍ଡ ପ୍ରିଭେନସନ ଅଫ ନ୍ୟୁ ସ୍ଲମ ବିଲ -୨୦୧୨। ଯେଉଁଥିରେ ପ୍ରତିଶୃତି ଦିଆଯାଇଥିଲା ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଏବଂ ଘର ଯୋଗାଇଦେବେ । ହେଲେ ୨୦୧୨ ବର୍ଷରୁ ୨୦୧୭ ମଧ୍ୟରେ ସହରାଞ୍ଚଳର କେଉଁ ଗୋଟିଏ ଲୋକଙ୍କୁ ସ୍ଥାୟୀ ଜମି ପଟ୍ଟା ମିଳିନାହିଁ। ପୁଣି ୪ ବର୍ଷ ପରେ ୨୦୧୭ ମସିହାରେ ଆଉଥରେ ସେହି ବିଲ୍ ସହ ଜଡ଼ିତ ଏକ ଅଧ୍ୟାଦେଶ ଆଣି ମୁଖ୍ୟମନ୍ତ୍ରୀ ପୁଣି ଘୋଷଣା କରିଥଲେ ଯେ ଆମେ ବସ୍ତି ବାସିନ୍ଦାଙ୍କୁ ସ୍ଥାୟୀ ଜମି ପଟ୍ଟା ଏବଂ ଘର ଯୋଗାଇ ଦେବୁ। ତାହା କେବଳ ପାଣିର ଗାର ପାଲଟିଲା। ପୁଣି ୨୦୨୨ ବର୍ଷରେ ଆଉ ଏକ ସଂଶୋଧିତ ଆଇନ ଆଣିଲେ। କେବଳ ଆଇନ ଆସୁଛି କିନ୍ତୁ ବସ୍ତି ବାସିନ୍ଦାଙ୍କୁ ଦୁଃଖ ଯାଉନି। ଏବେ ପୁଣି ଚଳିତ ବର୍ଷ ସେହି ପୁରୁଣା ନାଟକର ପୁନରାବୃତ୍ତି ଦେଖିବାକୁ ମିଳୁଛି। ବିଜେଡ଼ି ସରକାର କେବଳ ବସ୍ତି ବାସିନ୍ଦାଙ୍କ ଭୋଟ ନେଉଛନ୍ତି। ହେଲେ ସେମାନଙ୍କୁ ପ୍ରତାରଣା କରୁଛନ୍ତି।
୨୦୧୪ ନିର୍ବାଚନ ଇସ୍ତାହାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ସହରରେ ଗୋଟିଏ ପରିବାର ବିନା ପକ୍କା ଘରେ ରହିବେ ନାହିଁ। ଯାହାର ନିଜସ୍ୱ ଜାଗା ନାହିଁ ସେହି ପରିବାରକୁ ସରକାର ଜାଗା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ। କୁଆଡେ ଗଲା ସେହି ପ୍ରତିଶୃତି। ମୁଖ୍ୟମନ୍ତ୍ରୀଙ୍କ ସେହି ଘୋଷଣା ବସ୍ତିର ଗରିବ ଲୋକଙ୍କ ପାଇଁ ପ୍ରତିବଦ୍ଧତା ନୁହେଁ ବରଂ ସହରୀ ଗରିବ ଲୋକଙ୍କୁ ଠକିବା ପାଇଁ ଏକ ହୀନ ରାଜନୈତିକ ଉଦ୍ୟମ। ମୁଖ୍ୟମନ୍ତ୍ରୀଙ୍କ ପ୍ରତି ଠକ ଶବ୍ଦ ପ୍ରୟୋଗ କେବଳ ରାଜନୈତିକ ଅଭିଯୋଗ ଭାବରେ ନୁହେଁ ବଂର ତଥ୍ୟ ଆଉ ପ୍ରମାଣ ଆଧାରିତ। ବିଗତ ୩ ବର୍ଷରେ ସବୁ ବସ୍ତି ଆଦର୍ଶ କଲୋନି ହୋଇଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ହେଲେ କେତେଟା ଆଦର୍ଶ କଲୋନୀ ସ୍ଥାପନା ହୋଇଛି ତାହାର ଉତ୍ତର ରାଜ୍ୟ ସରକାର ରଖିବେ କି ବୋଲି ପ୍ରଶ୍ନ କରିଛନ୍ତି।
୨୦୧୯ ନିର୍ବାଚନ ପୂର୍ବରୁ ୨୦୧୮, ନଭେମ୍ବର ୧୫ ତାରିଖରେ ଜାଗା ମିଶନର ଶୁଭାରମ୍ବ ବେଳେ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ ୨ ଲକ୍ଷ ବସ୍ତି ପରିବାରକୁ ଜମି ପଟ୍ଟା ଦେଇଥିଲେ। ସେହି ଜାଗା ମିଶନ ଅଧିନରେ ଯେଉଁ ବିମଳା ମହାରଣାଙ୍କୁ ହିତାଧିକାରୀ ବୋଲି ଦେଖାଇ ତାଙ୍କର ଫଟୋ ଆଉ ହୋର୍ଡିଂ ଲଗାଇଥିଲେ ସେହି ବିମଳା ମହାରଣାଙ୍କ ଅବସ୍ଥା କଣ ମୁଖ୍ୟମନ୍ତ୍ରୀ ଯାଇ ଦେଖନ୍ତୁ। ନାଁ ତାଙ୍କୁ ଜମି ମିଳିଲା ନାଁ ତାଙ୍କୁ ଘର ମିଳିଲା। ଘୋଷଣା କରିଦେଇ ମୁଖ୍ୟମନ୍ତ୍ରୀ ଶୋଇପଡିଲେ। ଏବେ ପୁଣି ୨୦୨୪ ନିର୍ବାଚନ ପୂର୍ବରୁ ଉଠିଛନ୍ତି ଠିକ। ଗତ ୨୦୧୭, ଅକ୍ଟୋବର ୩୦ ତାରିଖରେ ରାଜ୍ୟ ସରକାରଙ୍କ ହାଉସିଂ ଆଣ୍ଡ ଅର୍ବାନ ଡେଭେଲପମେଣ୍ଟ ବିଭାଗ ଏକ ରିପୋର୍ଟ ପ୍ରକାଶ କରିଥିଲା। ଯେଉଁଥିରେ ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସମସ୍ତ ସହରାଞ୍ଚଳରେ ହେବାକୁ ଥିବା ବସ୍ତି ବାସିନ୍ଦାଙ୍କ ପାଇଁ ଘର ଉପରେ ଅନେକ ପ୍ରସ୍ତାବନା ଥିଲା। ସେତେବେଳେ ତାହା ସବୁ ସର୍ଭେ ସ୍ତରରେ ରହିଛି ବୋଲି ସେହି ରିପୋର୍ଟ ମାଧ୍ୟମରେ ଦର୍ଶାଯାଇଥିଲା। ଖୁବଶୀଘ୍ର ଘର ନିର୍ମାଣ ହୋଇ ଗରିବ ଲୋକଙ୍କୁ ଯୋଗାଇ ଦିଆଯିବ ବୋଲି କୁହାଯାଇଥିଲା। ଆଜି ସେହି ପ୍ରକଳ୍ପ ସବୁ ସର୍ଭେ ସ୍ତରରେ ରହିଛି ବୋଲି ରାଜ୍ୟ ବିଜେପି ସବାପତି କହିଛନ୍ତି।