Matric 2024: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଡ଼ିଜିଟାଲ ସାର୍ଟିଫିକେଟ୍
Advertisement
Article Detail0/zeeodisha/odisha2160544

Matric 2024: ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷାର୍ଥୀଙ୍କୁ ମିଳିବ ଡ଼ିଜିଟାଲ ସାର୍ଟିଫିକେଟ୍

Matric Exam Result 2024: ଚଳିତ ବର୍ଷଠାରୁ ମାଟ୍ରିକ୍ ଛାତ୍ରଛାତ୍ରୀଙ୍କୁ ମିଳିବ ଡ଼ିଜିଟାଲ ସାର୍ଟିଫିକେଟ୍ (Digital Certificate) । ପରୀକ୍ଷା ଫଳ ପ୍ରକାଶ ପାଇବାର ସପ୍ତାହେ ମଧ୍ଯରେ ଛାତ୍ରଛାତ୍ରୀ ମାଧ୍ୟମିକ ଶିକ୍ଷା ପରିଷଦ ୱେବସାଇଟରୁ ସେମାନଙ୍କ ଡ଼ିଜିଟାଲ ସାର୍ଟିଫିକେଟ୍ ଡ଼ାଇନଲୋଡ଼ କରିପାରିବେ । ପ୍ରଥମ ଥର ପାଇଁ ବୋର୍ଡ଼ ପକ୍ଷରୁ ଏପରି ଅଭିନବ ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ପ୍ରମାଣପତ୍ର ସମସ୍ତ କ୍ଷେତ୍ରରେ ଗ୍ରହଣୀୟ ହେବ । ଏଥିସହ ଅଫ ଲାଇନ ମାଧ୍ୟମରେ ମଧ୍ଯ ବିଦ୍ୟାଳୟରେ ବିଦ୍ୟାର୍ଥୀଙ୍କୁ ସେମାନଙ୍କ ମୁଦ୍ରଣ ହୋଇଥିବା ସାର୍ଟିଫିକେଟ୍ ମିଳିପାରିବ । ଫଳ ପ୍ରକାଶ ପାଇବାର ମାସେ ମଧ୍ୟରେ ପ୍ରଧାନଶିକ୍ଷକଙ୍କ ନିକଟରୁ ଛାତ୍ରଛାତ୍ରୀ ଏହି ପ୍ରମାଣପତ୍ର ନେଇପାରିବେ ବୋଲି ଶନିବାର ବୋର୍ଡ଼ ସଭାପତି ଶ୍ରୀକାନ୍ତ ତରାଇ ସୂଚନା ଦେଇଛନ୍ତି । ସୂଚନା ଥାଉ କି, ୩୦ଟି ଜିଲ୍ଲାର ୫୫ଟି କେନ୍ଦ୍ରରେ ମାଟ୍ରିକ ଖାତା ଦେଖା ଜାରି ରହିଛି । ପ୍ରାୟ ୧୬,୨୩୫ ଶିକ୍ଷକ ଓ ଶିକ୍ଷୟିତ୍ରୀ ଏହି ମୂଲ୍ୟାୟନ ପ୍ରକ୍ରିୟାରେ ନିୟୋଜିତ ହୋଇଛନ୍ତି । ଜିଲ୍ଲା ଶିକ୍ଷାଧିକାରୀଙ୍କ ତତ୍ତ୍ବାବଧାନରେ ୧୫ରୁ ଖାତାଦେଖା ଆରମ୍ଭ ହୋଇଥିବା ବେଳେ ୧୫ ଦିନ ମଧ୍ଯରେ ଏହାକୁ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଲିଖିତ ପରୀକ୍ଷାର ୧୦୦ ମାର୍କକୁ ୮୦ ପ୍ରତିଶତ ଓ ଇଣ୍ଟନାଲ ଆସେସମେଣ୍ଟ ଓ ଆସ୍ପିରେନାଲ କମ୍ପୋନେଣ୍ଟର ମାର୍କକୁ ୨୦ ପ୍ରତିଶତ ଆଧାରରେ ଛାତ୍ରଛାତ୍ରୀଙ୍କୁ ମାର୍କ ପ୍ରଦାନ କରାଯିବ ।

Also Read- Lingaraj Temple: ଏଥର ବି ହେଲା ନାହିଁ ହାଣ୍ତିଭଙ୍ଗା ଯାତ୍ରା, ଓପାସରେ ପ୍ରଭୁ ଶ୍ରୀଲିଙ୍ଗରାଜ

ଖାତାଦେଖା ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ କରିବା ଲାଗି ଚଳିତ ବର୍ଷ ‘ଚେକର ଓ ମେକର’ ବ୍ୟବସ୍ଥା କରାଯାଇଛି ।  ଅନ୍ୟପଟେ ମୂଲ୍ୟାୟନ କେନ୍ଦ୍ରରୁ ଯାନ୍ତ୍ରିକ ବ୍ୟବସ୍ଥା ଦ୍ବାରା ବୋର୍ଡ଼ ମୁଖ୍ୟ କାର୍ଯ୍ୟାଳୟ ଯୋଡ଼ି ହୋଇ ରହିଛି । ବୋର୍ଡ଼ର ଅଧିକାରୀମାନେ ମୂଲ୍ୟାୟନ ବ୍ୟବସ୍ଥା ଉପରେ ନଜର ରଖିଛନ୍ତି ।