Advertisement
Article Detail0/zeeodisha/odisha2421940

ନଭେମ୍ବର ୧୫ସୁଦ୍ଧା ସିସିଟିଭି ନଲାଗିଲେ ବାତିଲ ହେବ ପରୀକ୍ଷା

CHSE Exam: ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଫୁଟେଜ ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ନଭେମ୍ବର ୧୫ସୁଦ୍ଧା ସିସିଟିଭି ନଲାଗିଲେ ବାତିଲ ହେବ ପରୀକ୍ଷା

କଟକ: ଆସନ୍ତା ନଭେମ୍ବର ୧୫ତାରିଖ ସୁଦ୍ଧା ସବୁ ଯୁକ୍ତ ୨ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗେଇବାକୁ ନିର୍ଦ୍ଦେଶ ହୋଇଛି। ୨୦୨୫ ଯୁକ୍ତ ଦୁଇ ପରୀକ୍ଷା ପାଇଁ ପ୍ରସ୍ତୁତି ଜୋରଦାର ଚାଲିଥିବା ବେଳେ ଫାଇନାଲ ପରୀକ୍ଷା ପାଇଁ ହାତରେ ଆଉ ୪ମାସ ବାକି ରହିଥିବାରୁ ପରୀକ୍ଷାକୁ ସ୍ୱଚ୍ଛ ଭାବେ ପରିଚାଳନା କରିବା ପାଇଁ ସବୁ ପରୀକ୍ଷା କେନ୍ଦ୍ରରେ ସିସିଟିଭି ଫୁଟେଜ ଲଗାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ନିର୍ଦେଶ ଦିଆଯାଇଛି।

ଯେଉଁ ବିଦ୍ୟାଳୟ ଧାର୍ଯ୍ୟ ସମୟରେ ନିର୍ଦେଶ ପାଳନ ନକରିବେ ସେଠାରେ ପରୀକ୍ଷା ବାତିଲ କରିବାକୁ ସରକାରଙ୍କୁ ସୁପାରିଶ କରିବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଲାଗିଥିବା ସିସିଟିଭି ସବୁ କିଭଳି କାର୍ଯ୍ୟକ୍ଷମ ହେଉଛି ତା ରିପୋର୍ଟ ବି ଦେବାକୁ ସମସ୍ତ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛି ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ। 

Add Zee News as a Preferred Source
About the Author