ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ଏତିକି ଟଙ୍କା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ଟଙ୍କା ବଢ଼ିଲା
Advertisement
Article Detail0/zeeodisha/odisha2425455

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ଏତିକି ଟଙ୍କା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ଟଙ୍କା ବଢ଼ିଲା

Cm big announcement: ପୂର୍ବ ସରକାର ସମୟରେ ନିର୍ମାଣ ଶ୍ରମିକଙ୍କ ଦୃଘଟଣାରେ ମୃତ୍ୟୁ ହେଲେ ୪ଲକ୍ଷ ଟଙ୍କା ମିଳୁଥିବା ବେଳେ ସ୍ବାଭାବିକ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ମିଳୁଥିଲା।

ନିର୍ମାଣ ଶ୍ରମିକଙ୍କ ସହାୟତା ରାଶି ଏତିକି ଟଙ୍କା ବୃଦ୍ଧି କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କେତେ ଟଙ୍କା ବଢ଼ିଲା

ଭୁବନେଶ୍ଵର: ନିର୍ମାଣ ଶ୍ରମିକଙ୍କ ପାଇଁ ସହାୟତା ବୃଦ୍ଧି ଘୋଷଣା କଲେ ମୋହନ ସରକାର। ପଞ୍ଜୀକୃତ ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣା ଜନିତ ମୃତ୍ୟୁ ହେଲେ, ସହାୟତାକୁ ୪ଲକ୍ଷ ଟଙ୍କାରୁ ୬ଲକ୍ଷ ଟଙ୍କା ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି। ଏହାସହ ସ୍ବାଭାବିକ ମୃତ୍ୟୁ ହେଲେ ସହାୟତା ରାଶି ୨ଲକ୍ଷରୁ ୩ଲକ୍ଷ ଟଙ୍କା କରାଯାଇଛି। 

ଆଜି ନିର୍ମାଣ ଶ୍ରମିକ କଲ୍ୟାଣ ସମାରୋହରେ ଏହି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ଆଜି ନିର୍ମାଣ ଶ୍ରମିକଙ୍କ ପଞ୍ଜୀକରଣ ଓ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନିର୍ମାଣ ଶ୍ରମିକଙ୍କୁ ସହାୟତା ପ୍ରଦାନ କରିଥିଲେ। ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ୩ ହଜାର ୬୧୦ କୋଟି ଟଙ୍କାର ସହାୟତା ଦିଆଯାଉଛି ରାଜ୍ୟରେ ୪୩ ଲକ୍ଷ ନିର୍ମାଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। 

ସୂଚନାଥାଉ କି ପୂର୍ବ ସରକାର ସମୟରେ ନିର୍ମାଣ ଶ୍ରମିକଙ୍କ ଦୃଘଟଣାରେ ମୃତ୍ୟୁ ହେଲେ ୪ଲକ୍ଷ ଟଙ୍କା ମିଳୁଥିବା ବେଳେ ସ୍ବାଭାବିକ ମୃତ୍ୟୁ ହେଲେ ୨ଲକ୍ଷ ଟଙ୍କା ମିଳୁଥିଲା।