Lakhanpur New ITI: ଝାରସୁଗୁଡା ଜିଲ୍ଲା ଲଖନ୍‌ପୁର ଠାରେ ଆଇଟିଆଇ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ
Advertisement
Article Detail0/zeeodisha/odisha1987868

Lakhanpur New ITI: ଝାରସୁଗୁଡା ଜିଲ୍ଲା ଲଖନ୍‌ପୁର ଠାରେ ଆଇଟିଆଇ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

Lakhanpur New ITI Foundation: ଝାରସୁଗୁଡା ଜିଲ୍ଲା ଲଖନ୍‌ପୁର ଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା କରିବାକୁ ଅନୁମୋଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ଏନେଇ ୨୪.୪୮ କୋଟି ଟଙ୍କା ମଞ୍ଜୁର ହୋଇଛି। ନୂତନ ଆଇଟିଆଇ ପ୍ରତିଷ୍ଠା ପାଇଁ  ଜିଲ୍ଲା ଖଣିଜ ପାଣ୍ଠିରୁ ଅର୍ଥ ବ୍ୟୟ କରାଯିବ।

Lakhanpur New ITI: ଝାରସୁଗୁଡା ଜିଲ୍ଲା ଲଖନ୍‌ପୁର ଠାରେ ଆଇଟିଆଇ ପ୍ରତିଷ୍ଠାକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ

New ITI Founding in Lakhanpur Jharsuguda: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଝାରସୁଗୁଡା ଜିଲ୍ଲାର ଲଖନ୍‌ପୁର ଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର ପ୍ରତିଷ୍ଠା ପାଇଁ ଅନୁମୋଦନ କରିଛନ୍ତି। ନୂତନ ଆଇଟିଆଇ ସ୍ଥାପନ ପାଇଁ ୨୪ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ଅର୍ଥ ଜିଲ୍ଲା ଖଣିଜ ପାଣ୍ଠିରୁ ବିନିଯୋଗ କରାଯିବ।

ଝାରସୁଗୁଡା ଜିଲ୍ଲା (Jharsuguda District) ରାଜ୍ୟର ଏକ ଖଣିବହୁଳ ଅଞ୍ଚଳ (Mineral Rich Area of Odisha) ଭାବେ ଜଣାଶୁଣା। ଜିଲ୍ଲାରେ ଖଣି ଉତ୍ତୋଳନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ କାମ ପାଇଁ ଦକ୍ଷ ମାନବ ସମ୍ବଳର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ମୁଖ୍ୟମନ୍ତ୍ରୀ  ଝାରସୁଗୁଡ଼ା ଜିଲ୍ଲାର ଲଖନ୍‌ପୁର (Lakhanpur Area Jharsuguda District) ଠାରେ ଏକ ଶିଳ୍ପ ତାଲିମ କେନ୍ଦ୍ର (Industrial Training Institutes) ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଏହି ନୂତନ ଆଇଟିଆଇ ଠାରେ ୯ ବିଷୟରେ ପ୍ରଶିକ୍ଷଣ ଦିଆଯିବ। ମଞ୍ଜୁର ହୋଇଥିବା ଅର୍ଥରେ ଏକାଡେମିକ ଏବଂ ୱାର୍କସପ୍ ବିଲ୍ଡିଂ ନିର୍ମାଣ କରାଯିବା ସହିତ ବିଭିନ୍ନ ଉପକରଣ ଏବଂ ଯନ୍ତ୍ରପାତି କ୍ରୟ କରାଯିବ।