Odisha Crime: ଝିଅର ଜେଜେମା ଅନ୍ୟ ଜଣଙ୍କୁ ଜଳଖିଆ ଦେବାବେଳେ ଅନ୍ୟମନସ୍କ ର ସୁଯୋଗ ଦେଖି ୭ ବର୍ଷ ର ଝିଅକୁ ନେଇ ଦୌଡିଲା ଯୁବକ। ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅଧିନ ବିଶ୍ବାଳି ବଜାରରେ। ଯୁବକ କୁ ପ୍ରଥମେ ଝିଅ ର ଜେଜେମା ଦେଖି ପାଟି କରିବା ସହିତ ଦୌଡି ଦୌଡି ଯୁବକକୁ ଧରି ଥିଲେ।
Trending Photos
Odisha Crime: ଦୋକାନରେ ଖେଳୁଥିଲା ୭ ବର୍ଷର କୁନି ଝିଅ। ଜଣେ ଯୁବକ ଆସି ଦୋକାନରେ ଜଳଖିଆ ଖାଇଲେ ଓ ଛୋଟ ଝିଅ କୁ ମାମୁଁ ବୋଲି ପରିଚୟ ଦେଇ ଥଣ୍ଡା ଦେଲା। ଝିଅର ଜେଜେମା ଅନ୍ୟ ଜଣଙ୍କୁ ଜଳଖିଆ ଦେବାବେଳେ ଅନ୍ୟମନସ୍କ ର ସୁଯୋଗ ଦେଖି ୭ ବର୍ଷ ର ଝିଅକୁ ନେଇ ଦୌଡିଲା ଯୁବକ। ଏଭଳି ଘଟଣା ଘଟିଛି ପାରାଦୀପ ଲକ୍ ଥାନା ଅଧିନ ବିଶ୍ବାଳି ବଜାରରେ। ଯୁବକ କୁ ପ୍ରଥମେ ଝିଅ ର ଜେଜେମା ଦେଖି ପାଟି କରିବା ସହିତ ଦୌଡି ଦୌଡି ଯୁବକକୁ ଧରି ଥିଲେ।
ଥଣ୍ଡାଦେଇ ପିଲା ଚୋରୀ କରିବାକୁ ଚାହୁଁଥିଲା ଯୁବକ, ଗ୍ରାମବାସୀ ଉତ୍ତମଧ୍ୟମ ଦେଇ ପୋଲିସକୁ ଜିମା ଦେଲେ#odishanews pic.twitter.com/X1VRaWu8xm
— ZEE Odisha News (@ZeeOdisha) August 8, 2024
ସେଠାରେ ଥିବା ଲୋକେ ମାଡି ବସି ବହେ ଛେଚିଛନ୍ତି। ପରେ ଲକ୍ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିବା ସହିତ ପ୍ରଥମେ ମେଡିକାଲ ରେ ଚିକିତ୍ସା କରାଇ ଥାନାରେ ଅଟକ ରଖିଛି। ଜେଜେମାର କହିବା ଅନୁଯାୟୀ , ତାଙ୍କ ପୁଅ ନାତୁଣୀକୁ ଆଣି ଦୋକାନରେ ଛାଡି଼ କୌଣସି କାମରେ ପାରାଦୀପ ଯାଇଥିଲେ ଏବଂ ଜେଜେ ଚିକେନ ପାଇଁ ଯାଇଥିଲେ। ଯୁବକ ଜଣଙ୍କ ଆସି ଜଳଖିଆ ଦୋକାନରେ ପହଞ୍ଚି ଜଳଖିଆ ଖାଇବା ସହିତ କୁନି ଝିଅଟିକୁ ଗେଲ କରିଥିଲେ। ଜେଜେମା ପାଟି କରିବାରୁ ମୁଁ ମାମୁଁ ହେବି ବୋଲି କହିଥିଲେ ଯୁବକ। ଏହି ସମୟରେ ଅନ୍ୟ ଜଣେ ଲୋକକୁ ଜଳଖିଆ ଦେଉଥିବା ବେଳେ କୁନି ଝିଅକୁ ଧରି ଦୌଡିଥିଲେ ଯୁବକ। ଉକ୍ତ ଯୁବକଟି କୁନି ଝିଅଟିକୁ ଚୋରି କରୁଥିଲା ବୋଲି ଥାନାରେ ଏତଲା ଦେଇଛନ୍ତି ପରିବାର ଲୋକେ । ଲକ୍ ଥାନା ପୋଲିସ ଯୁବକକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।