Puri Jagannath Mandir: ଏଣିକି ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଯିବେ ଦିବ୍ୟାଙ୍ଗ ଭକ୍ତ
Advertisement
Article Detail0/zeeodisha/odisha1957652

Puri Jagannath Mandir: ଏଣିକି ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଯିବେ ଦିବ୍ୟାଙ୍ଗ ଭକ୍ତ

Puri Jagannath Temple: ଏଣିକି ଉତ୍ତର ଦ୍ୱାର ଦେଇ ଶ୍ରୀମନ୍ଦିରରେ ପ୍ରବେଶ କରିରପାରିବେ ଦିବ୍ୟାଙ୍ଗ ଭକ୍ତ।

 Puri Jagannath Mandir: ଏଣିକି ଶ୍ରୀମନ୍ଦିର ଉତ୍ତରଦ୍ୱାର ଦେଇ ଯିବେ ଦିବ୍ୟାଙ୍ଗ ଭକ୍ତ

Divyang Devotee Will Enter Through North Gate in Sri Mandir Puri: ଭୁବନେଶ୍ୱର: ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରବେଶ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ସାଧାରଣ ଭକ୍ତଙ୍କ ଭଳି ଧାଡ଼ିରେ ଆଉ ଦିବ୍ୟାଙ୍ଗ ଭକ୍ତଙ୍କୁ ଯିବାକୁ ପଡ଼ିବ ନାହିଁ। ସେମାନଙ୍କ ପାଇଁ ସମ୍ପୂର୍ଣ୍ଣ ଉତ୍ତର ଦ୍ୱାର ଉତ୍ସର୍ଗ ରହିବ ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ସୂଚନା ଦେଇଛନ୍ତି। 

ଏବେ ଶ୍ରୀ ଜଗନ୍ନାଥ ମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଚାଲିଥିବାରୁ କେବଳ ଗୋଟିଏ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ରହିଛି। କିନ୍ତୁ ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ହେଲେ ଶ୍ରୀମନ୍ଦିରର ଉତ୍ତର ଦ୍ୱାର ଯାହା ମୋକ୍ଷ ଦ୍ୱାର ଭାବେ ପରିଚିତ ସେହି ଦ୍ୱାରା ଦେଇ ଦିବ୍ୟାଙ୍ଗ ଭକ୍ତଙ୍କ ପ୍ରବେଶ ଲାଗି ବ୍ୟବସ୍ଥା ହେବ। ସେମାନଙ୍କ ବିଶ୍ରାମ ପାଇଁ ଉତ୍ତର ଦ୍ୱାର ପାର୍ଶ୍ୱରେ ଏକ ବିଶ୍ରାମ ଗୃହର ବ୍ୟବସ୍ଥା କରାଯିବ। ଏହା ଦ୍ୱାରା ସେମାନେ ବିନା ଦ୍ୱିଧାରେ ମନ୍ଦିର ଭିତରକୁ ପ୍ରବେଶ କରିପାରିବେ। ଏଥିଲାଗି ସ୍ୱତନ୍ତ୍ର କାର୍ଯ୍ୟବିଧି ସ୍ଥିର କରାଯିବ। କେମିତି ସେମାନଙ୍କ ଦର୍ଶନ ସୁଚାରୁ ରୂପେ କରାଯାଇ ପାରିବ ସେଥିଲାଗି ଏହି କାର୍ଯ୍ୟବିଧି ଉଦ୍ଦିଷ୍ଟ ରହିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ। 

କୋରୋନା ସମୟରୁ ଶ୍ରୀ ଜଗନ୍ନାଥ ମନ୍ଦିରର ୩ ଦ୍ୱାର ବନ୍ଦ କରାଯାଇ କେବଳ ଗୋଟିଏ ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ କରାଯାଉଛି। ଏହି ହେତୁ ଅନେକ ସମୟରେ ଅସୁବିଧା ସୃଷ୍ଟି ହେଉଛି। ଲୋକେ ଦଳା ଚକଟାରେ ଆହତ ମଧ୍ୟ ହେଉଛନ୍ତି। ନିକଟରେ ୩୦ ଜଣ ଭକ୍ତ ଆହତ ହେବାରୁ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ବିଭିନ୍ନ ରାଜନୀତିକ ଦଳ, ସମାଜସେବୀ ସରକାରଙ୍କୁ ଚାରି ଦ୍ୱାର ଦେଇ ଭକ୍ତଙ୍କ ପ୍ରବେଶ ଅନୁମତି ଦାାବି କରିଛନ୍ତି। ହେଲେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ କାରଣରୁ ଏହାକୁ ଧ୍ୟାନ ଦେଇ ନାହାଁନ୍ତି ସରକାର। 

ଶ୍ରୀମନ୍ଦିର ପରିଚାଳନା କମିଟି ଅଧ୍ୟକ୍ଷ ତଥା ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ସୂଚନା ଅନୁସାରେ ଜାନୁୟାରୀ ୧୭ ତାରିଖରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଉଦ୍‍ଘାଟନ ହେବ। ଏଥିଲାଗି ଆବଶ୍ୟକ ବନ୍ଦୋବସ୍ତ କରିବା ଲାଗି ସରକାରଙ୍କ ପକ୍ଷରୁ ନବୀନ ଓଡ଼ିଶା ଅଧ୍ୟକ୍ଷ ବାରମ୍ବାର ସମୀକ୍ଷା କରୁଛନ୍ତି। ଅଧିକାରୀ ଏବଂ ଠିକାଦାର ସଂସ୍ଥାଙ୍କୁ ଏଇ ତାଗିଦ କରାଯାଉଛି। ଅର୍ଥାତ୍‍ ଜାନୁୟାରୀ ୧୭ ତାରିଖ ପରେ ଯାଇ ଦିବ୍ୟାଙ୍ଗଙ୍କ ଲାଗି ବ୍ୟବସ୍ଥା ଉଦ୍‍ଘାଟନ ହୋଇପାରେ।