Odisha Election: ଟିକେଟ ମିଳିବା ପରେ ସ୍ବାମୀ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଗୀତାଞ୍ଜଳୀ ରାଉତରାୟ
Advertisement

Odisha Election: ଟିକେଟ ମିଳିବା ପରେ ସ୍ବାମୀ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଗୀତାଞ୍ଜଳୀ ରାଉତରାୟ

Odisha Election 2024:  ଓଡ଼ିଆ ନବବର୍ଷ ଅବସରରେ ସ୍ବାମୀ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମ ପଞ୍ଚାୟତ ପରିଦର୍ଶନ କଲେ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ । ବିଜେଡି଼ରୁ ଟିକେଟ୍ ପାଇବା ପରେ ଏହା ଥିଲା ତାଙ୍କର ପ୍ରଥମ ନିର୍ବାଚନ ମଣ୍ଡଳୀ ଗ୍ରସ୍ତ ।

Odisha Election: ଟିକେଟ ମିଳିବା ପରେ ସ୍ବାମୀ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ମଣ୍ଡଳୀ ଗସ୍ତ କଲେ ଗୀତାଞ୍ଜଳୀ ରାଉତରାୟ

Odisha Election 2024:  ଓଡ଼ିଆ ନବବର୍ଷ ଅବସରରେ ସ୍ବାମୀ ତଥା ପାରାଦୀପ ବିଧାୟକ ସମ୍ବିତ ରାଉତରାୟଙ୍କ ସହ ନିର୍ବାଚନ ମଣ୍ଡଳୀର ଅନେକ ଗ୍ରାମ ପଞ୍ଚାୟତ ପରିଦର୍ଶନ କଲେ ବିଧାୟିକା ପ୍ରାର୍ଥୀନୀ ଗୀତାଞ୍ଜଳୀ ରାଉତରାୟ । ବିଜେଡି଼ରୁ ଟିକେଟ୍ ପାଇବା ପରେ ଏହା ଥିଲା ତାଙ୍କର ପ୍ରଥମ ନିର୍ବାଚନ ମଣ୍ଡଳୀ ଗସ୍ତ ।

ଗାଁ ଗାଁ ବୁଲି ଜନତାଙ୍କ ଆଶ୍ରୀର୍ବାଦ ନେବା ପରେ ଏହି ବିଧାୟକ ଦମ୍ପତି ଜଗତି ଗାଁରେ ପହଁଞ୍ଚିଥିଲେ । ସେଠାରେ ଗୋପାଳ ମାନଙ୍କ ପ୍ରିୟ ଲଉଡି ଖେଳ ଦେଖି ବିଧାୟକ ଓ ତାଙ୍କ ପତ୍ନୀ ଲଉଡି ଖେଳ ସହ ନାଚ ଗୀତରେ ମସଗୁଲ୍ ହୋଇଯାଇଥିଲେ । ଏହି ପ୍ରତିଯୋଗିତା ଦୀର୍ଘ ୨୦ ବର୍ଷ ଧରି ଭୂତମୁଣ୍ଡାଇ ଜଗତି ଗ୍ରାମରେ ଚାଲି ଆସୁଥିବାବେଳେ ଆଖପାଖ ଅଞ୍ଚଳର ଲୋକେ ବିଧାୟକ ଦମ୍ପତିଙ୍କ ଲଉଡି ଖେଳକୁ ବେଶ୍ ଉପଭୋଗ କରିଥିଲେ ।

Also Read- Potato Price Hike: ସପ୍ତାହକରେ ୮ ଟଙ୍କା ବଢିଲା ଆଳୁ ଦର, ଚିନ୍ତାରେ ଗ୍ରାହକ

ତେବେ ଟିକେଟ୍ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିବାରୁ ଗୀତାଞ୍ଜଳୀ ରାଉତରାୟ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେବା ସହ ୬ଷ୍ଠ ଥର ପାଇଁ ତାଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ଦେଖିବା ଓ ବିପୁଳ ଭୋଟ୍ ଦେଇ ଜିତାଇବୁ ବୋଲି ଦୃଢକ୍ତି ପ୍ରକାଶ କରିଥିଲେ। ସେ ଆଉ ମଧ୍ଯ କହିଛନ୍ତି, ‘ନବୀନ ପଟ୍ଟନାୟକ ହେଉଛନ୍ତି ଜଣେ କିମିଆଁ ପୁରୁଷ, ଆମେ ସବୁ ହେଲୁ ତାଙ୍କର ଶୃଙ୍ଖଳିତ ସୈନ୍ୟ’ ।