)
Odisha Election 2024: ଚଳିତ ନିର୍ବାଚନ ପାଇଁ କଂଗ୍ରେସ ପକ୍ଷରୁ ନ୍ୟାୟ ପତ୍ର ଘୋଷଣା କରାଯାଇଛି । ଏକ ପ୍ରେସ ମିଟରେ ଏନେଇ ମିଳିତ ଭାବେ ଘୋଷଣା କରିଛନ୍ତି ବ୍ରହ୍ମପୁର ସାଂସଦ ପ୍ରାର୍ଥୀ ରଶ୍ମିରଞ୍ଜନ ପଟ୍ଟନାୟକ ଓ କଂଗ୍ରେସ ବିଧାୟକ ପ୍ରାର୍ଥୀ ଦୀପକ ପଟ୍ଟନାୟକ । ଆୟୋଜିତ ସାମ୍ବାଦିକ ସମ୍ମିଳନୀ ରେ ‘ହାଥ୍ ବଦଲେଗା ହାଲାତ୍ ନାରା’ ଦେଇ ବ୍ରହ୍ମପୁର ସାଂସଦୀୟ କ୍ଷେତ୍ରର ରୂପରେଖକୁ ଆଧାର କରି ଏକ ପ୍ରେସ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିରେ ଲୋକଙ୍କ ପାଇଁ ୫ଟି ନ୍ୟାୟ ଓ ୨୫ଟି ଗ୍ୟାରେଣ୍ଟି ଦେଇଛି ଦଳ ।
ରଶ୍ମିରଞ୍ଜନ ପଟ୍ଟନାୟକଙ୍କ କହିବା ଅନୁଯାୟୀ, ‘ବର୍ତ୍ତମାନ ସାମାଜିକ ସ୍ଥିତିରେ ଲୋକଙ୍କ ଯାହା ମୌଳିକ ଆବଶ୍ୟକତା ତାହାକୁ ଏଥିର ପ୍ରାଥମିକତା ଦିଆଯାଇଛି। ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ବ୍ରହ୍ମପୁର ଖୁବ ପଛରେ ରହିଛି । ଏହା ଦକ୍ଷିଣ ଓଡ଼ିଶାର ପ୍ରାଣ କେନ୍ଦ୍ର ହୋଇଥିବା ହେତୁ ଉନ୍ନତମାନର ସ୍ବାସ୍ଥ୍ୟ ସେବା ଯୋଗାଇଦେବା କ୍ଷେତ୍ରରେ ବ୍ରହ୍ମପୁରରେ AIIMS ପ୍ରତିଷ୍ଠା ସହ ସ୍ବତନ୍ତ୍ର ଟ୍ରୋମା କେୟାର ସେଣ୍ଟରର ଆବଶ୍ୟକତା ରହିଛି। ଯାହା ଆବଶ୍ୟକତା ପୂରଣ କରିବା ତାଙ୍କର ମୂଳ ଲକ୍ଷ୍ୟ ବୋଲି ସେ କହିଛନ୍ତି। ଗଜପତି ଓ ଗଞ୍ଜାମ ଜିଲ୍ଲାରେ ବେକାରୀ ସମସ୍ୟା ଲାଗିରହିଥିବା ହେତୁ ସୁନିଶ୍ଚିତ ରୋଜଗାର ଯୋଗାଇଦେବାକୁ ପ୍ରାଧାନ୍ୟ ଦିଆଯିବ। କଂଗ୍ରେସ ବିଜୟୀ ହେଲେ ମହିଳାମାନଙ୍କୁ ସ୍ବାବଲମ୍ବୀ କରିବା ଉଦ୍ଦେଶ୍ୟରେ ୧ ଲକ୍ଷ ଟଙ୍କା ବ୍ୟାଙ୍କ ଏକାଉଣ୍ଟ୍ କୁ ସିଧାସଳଖ ପଠାଯିବ’ । ୧୦ ବର୍ଷ ତଳକୁ ଯାଇ ସ୍ଥିତି ଦେଖିବାକୁ ସେ ଲୋକଙ୍କୁ ବନମ୍ର ଅନୁୋଧ କରିଛନ୍ତି । ଯଦି ଚଳିତ ନିର୍ବାଚନରେ କଂଗ୍ରେସ କ୍ଷମତାକୁ ଆସେ ତା'ହେଲେ ଏକ ନୂତନ ଦେଶ ଗଠନ ଦିଗରେ ଉଲ୍ଲେଖନୀୟ କାର୍ଯ୍ୟ କରିବ ବୋଲି ରଶ୍ମିରଞ୍ଜନ ପଟ୍ଟନାୟକ କହିଛନ୍ତି।