Puri Jagannath Mandir: ଶ୍ରୀମନ୍ଦିର ଗର୍ଭଗୃହରେ ମୁହାଁମୁହିଁ ହେଲେ ୨ ସେବାୟତ; ମହାପ୍ରଭୁଙ୍କର ହେଲା ମହାସ୍ନାନ
Advertisement
Article Detail0/zeeodisha/odisha1913996

Puri Jagannath Mandir: ଶ୍ରୀମନ୍ଦିର ଗର୍ଭଗୃହରେ ମୁହାଁମୁହିଁ ହେଲେ ୨ ସେବାୟତ; ମହାପ୍ରଭୁଙ୍କର ହେଲା ମହାସ୍ନାନ

Clash in between 2 Servitor at Srimandir Puri: ଶୁକ୍ରବାର ଦୁଇ ସେବାୟତଙ୍କ ମଧ୍ୟରେ ହାତାହାତି ହେବା ପରେ ଶ୍ରୀମନ୍ଦିରରେ ହୋଇଛି ମହାପ୍ରଭୁଙ୍କ ମହାସ୍ନାନ।

Puri Jagannath Mandir: ଶ୍ରୀମନ୍ଦିର ଗର୍ଭଗୃହରେ ମୁହାଁମୁହିଁ ହେଲେ ୨ ସେବାୟତ; ମହାପ୍ରଭୁଙ୍କର ହେଲା ମହାସ୍ନାନ

Mahasnana Held at Srimandir after Clash in between 2 servitor: ଶ୍ରୀମନ୍ଦିର ଗର୍ଭଗୃହରେ ମୁହାଁମୁହିଁ ହୋଇଛନ୍ତି ଦୁଇ ସେବାୟତ। ଉଭୟଙ୍କ ମଧ୍ୟରେ ମୁଥ ମରାମରି ହେବାରୁ ଓଠ ଫାଟିବା ସହ ପଡିଛି ରକ୍ତର ଛିଟା। ଏହି ଘଟଣା ସାମ୍ନାକୁ ଆସିବା ପରେ ଶ୍ରୀମନ୍ଦିରରେ ହୋଇଛି ବଡ଼ ମହାସ୍ନାନ ନୀତି। ଶୁକ୍ରବାର ଅପରାହ୍ନ ପ୍ରାୟ ୪:୧୦ ସମୟରେ ଦ୍ଵିପହର ଧୂପ ସରିବା ପରେ ପିଠା ସୁଆରଙ୍କ ପସରିଆ ବାବୁଲି ପ୍ରଧାନଙ୍କ ପିଠା ଅଧିକା କାଢି ଦେଇଥିଲେ ପତ୍ରିବଡୁ ସେବାୟତ ମାଧବ ପତ୍ରୀ। 

ଏନେଇ ମହାପ୍ରଭୁ ଜଗନ୍ନାଥଙ୍କ ସାମ୍ନାରେ ଗର୍ଭଗୃହରେ ଉଭୟଙ୍କ ମଧ୍ୟରେ ହତାହାତି ହେବା ପରେ ମାଧବ ପତ୍ରୀଙ୍କ ମୁଥ ମାଡ଼ରେ ଆହତ ହୋଇଥିଲେ ପସରିଆ ବାବୁଲି ପ୍ରଧାନ। ଦୁଇ ସେବାୟତଙ୍କ ମଧ୍ୟରେ ହୋଇଥିବା ହାତାହାତି କାରଣରୁ ଶ୍ରୀମନ୍ଦିର ଗର୍ଭଗୃହରେ ପଡ଼ିଥିଲା ରକ୍ତର ଛିଟା। ଆଉ ଆହତ ସେବାୟତଙ୍କୁ ମେଡିକାଲ ନିଆଯାଇ କରାଯାଇଥିଲା ଚିକିତ୍ସା। ଏହି ଘଟଣା ସମ୍ପର୍କରେ ଜାଣିବା ପରେ ସିଂହଦ୍ୱାର ପୋଲିସ ଉଭୟଙ୍କୁ ଡାକି ପଚରାଉଚୁରା କରିଛି। 

ସେପଟେ ଏତେବଡ଼ ଘଟଣା ଘଟିଥିଲେ ମଧ୍ୟ ଉଭୟଙ୍କ ମଧ୍ୟରେ ବୁଝାମଣା ହୋଇ ଘଟଣାର ସମାଧାନ ହୋଇଯାଇଛି। ସବୁଠାରୁ ବଡ଼ କଥା ହେଉଛି କେଉଁଠି ଭକ୍ତଙ୍କୁ ଶ୍ରୀମନ୍ଦିର ପ୍ରଶାସନ ଜ୍ଞାନ ବାଣ୍ଟୁଥିବା ବେଳେ ସେବାୟତଙ୍କ ଆଚାର ବ୍ଯବହାର ଉପରେ ନାହିଁ ରୋକ୍। ଗର୍ଭଗୃହ ମଧ୍ୟରେ ମହାପ୍ରଭୁଙ୍କ ସାମ୍ନାରେ ଦୁଇ ସେବାୟତ ହାତାହାତି ହୋଇ ଲହୁଲୁହାଣ ହେବା କେତେଦୁର ଠିକ୍। ସେବାୟତ ହୋଇ ସେମାନେ ଜାଣିନାହାଁନ୍ତି କି ଗର୍ଭଗୃହର ନୀତି ନିୟମ? ଅଯଥା ରକ୍ତଛିଟା କାରଣରୁ ମହାପ୍ରଭୁଙ୍କର ବଡମହାସ୍ନାନ ହୋଇଥିଲା। ସେପଟେ ମାମଲାର ରଫାଦଫା କରି ଥାନାରୁ ମୁକୁଳିଛନ୍ତି ଦୁଇ ସେବାୟତ।