Odisha News: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର ! ନିଯୁକ୍ତି ପାଇବେ ୨୦ ହଜାରରୁ ଅଧିକ ଶିକ୍ଷକ
Advertisement
Article Detail0/zeeodisha/odisha2035279

Odisha News: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର ! ନିଯୁକ୍ତି ପାଇବେ ୨୦ ହଜାରରୁ ଅଧିକ ଶିକ୍ଷକ

Odisha News: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ (Chief minister Naveen Patnaik) ଦେବେ ଖୁସି ଖବର। ରାଜ୍ୟରେ ଏବେବି ଏକାଧିକ ଶିକ୍ଷକ ପଦବୀ ( teacher)ଖାଲି ପଡିଛି । ଖାଲି ପଡି଼ଥିବା ପଦବୀରେ ଖୁବଶିଘ୍ର ନିଯୁକ୍ତ ପାଇବେ ୨୦ ହଜାରରୁ ଅଧିକ ଶିକ୍ଷକ (More than 20 thousand junior teachers) । ଏନେଇ ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଆବଶ୍ୟକ କରୁଥିବା ବିଭିନ୍ନ ବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯାଉଛି। 

Odisha News: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ ଦେବେ ଖୁସି ଖବର ! ନିଯୁକ୍ତି ପାଇବେ ୨୦ ହଜାରରୁ ଅଧିକ ଶିକ୍ଷକ

Odisha News: ନୂଆବର୍ଷରେ ମୁଖ୍ୟମନ୍ତ୍ରୀ (Chief minister Naveen Patnaik) ଦେବେ ଖୁସି ଖବର। ରାଜ୍ୟରେ ଏବେବି ଏକାଧିକ ଶିକ୍ଷକ ପଦବୀ ( teacher)ଖାଲି ପଡିଛି । ଖାଲି ପଡି଼ଥିବା ପଦବୀରେ ଖୁବଶିଘ୍ର ନିଯୁକ୍ତ ପାଇବେ ୨୦ ହଜାରରୁ ଅଧିକ ଶିକ୍ଷକ (More than 20 thousand junior teachers) । ଏନେଇ ପ୍ରାଥମିକତା ଭିତ୍ତିରେ ଶିକ୍ଷକ ଆବଶ୍ୟକ କରୁଥିବା ବିଭିନ୍ନ ବିଦ୍ୟାଳୟର ତାଲିକା ପ୍ରସ୍ତୁତ କରାଯାଉଛି। ସେହି ତାଲିକା ଭିତ୍ତିରେ ବିଦ୍ୟାଳୟ ଗୁଡିକରେ ଶିକ୍ଷକ ନିଯୁକ୍ତ କରାଯିବ। ବିଶେଷ କରି ନିଯୁକ୍ତି ଅପେକ୍ଷାରେ ଥିବା ୨୦ ହଜାର କନିଷ୍ଠ ଶିକ୍ଷକଙ୍କ ନିଯୁକ୍ତି ପ୍ରକ୍ରିୟା ସାରିବାକୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର। ପ୍ରାଥମିକତା ଭିତ୍ତିରେ ତାଲିକା ପ୍ରସ୍ତୁତ କରିବା ପାଇଁ ସମସ୍ତ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। 

ALSO READ:  Today Horoscope: ନୂଆ ବ୍ୟବସାୟ ଆରମ୍ଭ କରିବା ନେଇ ସମୟ ଅନୁକୂଳ ରହିଛି, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ  (school and mass comunication dept) ପକ୍ଷରୁ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ୟୁ-ଡାଇଜ୍‌‌ ତଥ୍ୟ ଅପ୍‌‌ଲୋଡ୍‌‌, ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର, ଦଶମ ବାର୍ଷିକ ପରୀକ୍ଷା ପରି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ବର୍ତ୍ତମାନ୍ ୨୦ ହଜାର କନିଷ୍ଠ ଶିକ୍ଷକ ପଦ ପାଇଁ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଛି । ତେବେ, ଏସବୁ କନିଷ୍ଠ ଶିକ୍ଷକଙ୍କର ଜାନୁଆରୀ ପ୍ରଥମ ସପ୍ତାହରେ ଫଳ ପ୍ରକାଶ ପାଇବ ବୋଲି ବିଶେଷ ସୂତ୍ରରେ ଜଣାପଡି଼ଛି। ଭର୍ଚୁଆଲ୍‌‌ ମାଧ୍ୟମରେ ଅନୁଷ୍ଠିତ ଏହି ବୈଠକରେ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ(ଡିଇଓ) ଓ ବ୍ଲକ ଶିକ୍ଷା ଅଧିକାରୀ (ବିଇଓ)ମାନେ ଯୋଗଦେଇଥିଲେ। ସେପଟେ, ( OSEPA) ଓସେପା ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶ ଅନୁପମ ଶାହା କହିଛନ୍ତି ଯେ, ରେଜଲ୍ଟ ବାହାରିବା ପରେ, ୫-ଟି ଆଧାରରେ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ଚାଲିବ। ବିଦ୍ୟାଳୟରେ ମାନବ ସମ୍ବଳ ସୁଦୃଢ କରିବା ପୂର୍ବକ ଜାନୁଆରୀରୁ କିଭଳି ଭାବେ ଶିକ୍ଷକ ପାଠପଢାରେ ନିୟୋଜିତ ହୋଇପାରିବେ ସେ ଦିଗରେ ଆ‌‌ମେ କାମ କରୁଛୁ।

ସେହିପରି, ଗତକାଲି  ଏହି କ୍ରମରେ ଶୁକ୍ରବାର ୪୮୨ ଜଣ ଶିକ୍ଷକଙ୍କୁ ନିଯୁକ୍ତି ପ୍ରଦାନ କରିଛନ୍ତି ସରକାର। ଲୋକସଭା ଭବନରେ ଆୟୋଜିତ ହୋଇଥିବା ଏହି ନିଯୁକ୍ତି ପର୍ବରେ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏଥିରେ ଅନୁଦାନପ୍ରାପ୍ତ ବେସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୪୮୨ ଜଣ ସ୍ନାକକୋତ୍ତର ଶିକ୍ଷକମାନଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଥିଲା । ସେହିପରି, ଗତ ଡିସେମ୍ବର ୨୦ରେ କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ନିଯୁକ୍ତି ପର୍ବରେ ୪୧୬୬ ମାଧ୍ୟମିକ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ , ‘ଛାତ୍ରଛାତ୍ରୀ ଯେପରି ବଡ଼ ସ୍ୱପ୍ନ ଦେଖିବେ ଓ ନିଜର ଲକ୍ଷ୍ୟ ହାସଲ କରିବାରେ ସଫଳ ହେବେ ସେଥିପାଇଁ ଶିକ୍ଷକ, ଶିକ୍ଷୟିତ୍ରୀମାନେ ଉଦ୍ୟମ କରନ୍ତୁ । ଏକ ବିଂଶ ଶତାଦ୍ଦୀରେ ଏକ ନୂଆ ଓ ସଶକ୍ତ ଓଡିଶା ଗଠନରେ ଶିକ୍ଷକ  ଶିକ୍ଷୟତ୍ରୀମାନଙ୍କ ଗୁରୁତ୍ୱପୂର୍ଣ୍ଣ ଅବଦାନ ରହିବ। ଶିକ୍ଷା ପିଲାମାନଙ୍କ ମଧ୍ୟରେ ମୌଳିକ ଜ୍ଞାନ ଓ ଦକ୍ଷତା ସୃଷ୍ଟି କରେ । ଶିକ୍ଷକମାନଙ୍କ ଲକ୍ଷ୍ୟ କେବଳ ଭଲ ଛାତ୍ର ସୃଷ୍ଟି କରିବା ନୁହେଁ, ବରଂ ଭଲ ମଣିଷ ମଧ୍ୟ ସୃଷ୍ଟି କରିବା । ଶିକ୍ଷାଦାନ କେବଳ ଏକ ବୃତ୍ତି ନୁହେଁ ବରଂ ଭବିଷ୍ୟତ ପାଇଁ ଓଡିଶାକୁ ପ୍ରସ୍ତୁତ କରିବାର ଏକ ମିଶନ ଅଟେ’ ।