Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର 10ଟି ବଡ଼ ଖବର
Advertisement
Article Detail0/zeeodisha/odisha1854481

Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର 10ଟି ବଡ଼ ଖବର

Top 10 News Headlines Odisha: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ବଡ଼ ଖବର । 

 
Top 10 News Headlines: ସଂକ୍ଷେପରେ ପଢନ୍ତୁ ସକାଳର 10ଟି ବଡ଼ ଖବର

1.୧୫ରୁ ଇକୋ ରିଟ୍ରିଟ୍‍ ବୁକିଂ: ରାଜ୍ୟ ସରକାରଙ୍କ ଫ୍ଲାଗ୍‍ଶିପ୍‍ କାର୍ଯ୍ୟକ୍ରମ ଇକୋ ରିଟ୍ରିଟ୍‍ ଲାଗି ସେପ୍ଟମ୍ବର ୧୫ ତାରିଖରୁ ବୁକିଂ ଆରମ୍ଭ ହେବ। ରାଜ୍ୟର ପ୍ରାକୃତିକ ସୌନ୍ଦର୍ଯ୍ୟ, କଳା, ସଂସ୍କୃତି, ଉପକୂଳ ଓ ଦୁଃସାହସିକ କ୍ରୀଡ଼ାର ଏହା ଏକ ଆକର୍ଷଣୀୟ ପ୍ଲାଟଫର୍ମ । ବିଭିନ୍ନ ପର୍ଯ୍ୟଟନସ୍ଥଳୀରେ ଅସ୍ଥାୟୀ ତମ୍ବୁ ସହ ସୁସ୍ୱାଦୁ ବ୍ୟଞ୍ଜନ ବ୍ୟବସ୍ଥା ମଧ୍ୟ ଏହି କାର୍ଯ୍ୟକ୍ରମରେ ହୋଇଥାଏ।

2.ଶିମିଳିପାଳରେ ସୁବର୍ଣ୍ଣ ଝରଣ’: ମୟୁରଭଞ୍ଜଠାରେ ଥିବା ଶିମିଳିପାଳ ଜାତୀୟ ଉଦ୍ୟନରେ ଏକ ୧୧୧୫ ଫୁଟ ଉଚ୍ଚ ଜଳ ପ୍ରପାତକୁ ଠାବ କରି ପର୍ଯ୍ୟଟନ ବିକାଶ ସଂଗଠନ ‘ମୟୁରଭଞ୍ଜ ମିରର୍‍’। ଏହାର ନାଁ ରହିଛି ‘ସୁବର୍ଣ୍ଣ ଝରଣ’। ଏଥର ପର୍ଯ୍ୟଟନ ଋତୁରେ ଏହା ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ବୋଲି ଆଶା କରାଯାଇଛି।

3.ପ୍ରମାଣପତ୍ରରେ ରହିବନି ଆଧାର: କିଛି ବିଶ୍ୱବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ପରୀକ୍ଷା ପ୍ରମାଣପତ୍ରରେ ଆଧାର ନମ୍ବର ଲେଖିବା ନେଇ ବାଧ୍ୟ କରୁଥିବା ପ୍ରସଙ୍ଗ ୟୁଜିସି ନଜରକୁ ଆସିଛି। ଏନେଇ କମିଶନ ଏକ ଚିଠି ଯୋଗେ ସମସ୍ତ କୁଳପତି, କଲେଜ ଅଧ୍ୟକ୍ଷଙ୍କୁ କହିଛନ୍ତି ଯେ, ଏହା ଗ୍ରହଣୀୟ ନୁହେଁ କି, ୟୁଜିସି ଏହାକୁ ଅନୁମତି ଦେଉନାହିଁ। ଭାରତର ଅନନ୍ୟ ପରିଚୟ ପ୍ରାଧୀକରଣଙ୍କ ନିୟମକୁ କଡ଼ାକଡ଼ି ଭାବେ ପାଳନ କରି ଆଧାର ନମ୍ବର ଲେଖିବା ଧାରାରୁ ବିରତ ରହିବା ନେଇ ୟୁଜିସି ନିର୍ଦ୍ଦେଶ ଦେଇଛନ୍ତି। 

4.ଆଜିଠୁ +୩ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା: ଯୁକ୍ତ ୩ ଶ୍ରେଣୀ ଲାଗି ଦ୍ୱିତୀୟ ପର୍ଯ୍ୟାୟ ନାମ ଲେଖା ଆବେଦନ ଆରମ୍ଭଠାରୁ ହେବ। ୧୩ ତାରିଖ ପର୍ଯ୍ୟନ୍ତ ଏହି ଆବେଦନ ଖୋଲା ରହିବ। ୨୨ ତାରିଖ ମଧ୍ୟାହ୍ନରେ ପ୍ରଭିଜନାଲ୍‍ ସିଟ୍‍ ପ୍ରଦାନ କରାଯିବ।

5.ପୁଣିଥରେ ସଭାପତି ପଦବୀରେ ଅସିତ ତ୍ରିପାଠୀ: ପୂର୍ବତନ ମୁଖ୍ୟ ସଚିବ ତଥା ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ଥିବା ଅସିତ ତ୍ରିପାଠୀ ଲଗାତାର ତୃତୀୟ ଥର ପାଇଁ ଭୁବନେଶ୍ୱର କ୍ଲବର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ରବିବାର ଦିନ ଅନୁଷ୍ଠିତ ନିର୍ବାଚନରେ ପ୍ରଗତି ମହାନ୍ତି ଉପ ସଭାପତି ଭାବେ ନିର୍ବାଚିତ ହୋଇଥିବାବେଳେ ଅଶୋକ କୁମାର ମିଶ୍ର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି। ଓଡ଼ିଶାର ପ୍ରଶାସନିକ ଅଧିକାରୀଙ୍କ କ୍ଲବ୍‍ ଭାବେ ଭୁବନେଶ୍ୱର କ୍ଲବ ପରିଚିତ।

6.୮ ଯାଏ ଲଗାଣ ବର୍ଷା: ଗଲା ଦୁଇଦିନ ହେବ ପ୍ରାକ୍‍ ଲଘୁଚାପ ବର୍ଷା ଓ ବଜ୍ରପାତ ରାଜ୍ୟବାସୀଙ୍କୁ ଆତଙ୍କିତ କରିଥିବାବେଳେ ଆଜିଠାରୁ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଲଗାଣ ବର୍ଷା ଆରମ୍ଭ ହେବା ନେଇ ପାଣିପାଗ ବିଶେଷଜ୍ଞ କହିଛନ୍ତି। ଏହି ବର୍ଷା ୮ ତାରିଖ ଯାଏଁ ଚାଲିବା ସହ ପୁଣିଥରେ ବଜ୍ରପାତ ଓ ବର୍ଷା ହେବା ନେଇ ସମ୍ଭବନା ରହିଛି।

7.ବର୍ଷାକୁ ନେଇ ଅନେକ ଆଶା: ଗୋଟିଏ ପଟେ ବଜ୍ରପାତ ଲୋକଙ୍କୁ ଆତଙ୍କିତ କରିଥିବା ବେଳେ ଏହି ପ୍ରାକ୍‍ ଲଘୁଚାପ ବର୍ଷା ରାଜ୍ୟର କୃଷି ପ୍ରତି ସହାୟକ ହେବ ବୋଲି ଆଶା କରାଯାଇଛି। ରାଜ୍ୟର ୧୨ଟି ଜିଲ୍ଲାରେ ଥିବା ନିଅଣ୍ଟିଆ ବର୍ଷା ଏହାଦ୍ୱାରା ପୂରଣ ହୋଇପାରିବ ବୋଲି ଆଶା କରାଯାଇଛି।

8.ପାଣ୍ଡିଆନ୍‍ଙ୍କ ହେଲିକପ୍ଟର ଖର୍ଚ୍ଚ ବିବାଦ: ମୁଖ୍ୟମନ୍ତ୍ରୀଙ୍କ ସଚିବ ଭି.କେ ପାଣ୍ଡିଆାନଙ୍କ ଗସ୍ତ ବେଳେ ହେଲିକପ୍ଟର ବ୍ୟବହାର ଓ ସେଥିରେ ସରକାରୀ ତହବିଲରୁ ଅହେତୁକ ଖର୍ଚ୍ଚ ହୋଇଥିବା ନେଇ ରାଜ୍ୟ ରାଜନୀତି ସରଗରମ ହୋଇଛି। ବିରୋଧୀ ବିଜେପି ପକ୍ଷରୁ ଏହି ଖର୍ଚ୍ଚ ପରିମାଣ ୫୦୦ କୋଟିରୁ ଅଧିକ ହେବ ବୋଲି ଅଭିଯୋଗ କରାଯାଇଥିବା ବେଳେ ମନ୍ତ୍ରୀ ଟୁକୁନି ସାହୁ ଏ ଖର୍ଚ୍ଚ ୫୦ କୋଟି ହେବ ବୋଲି କହିଛନ୍ତି। ବିଧାନସଭାରେ ଏ ସମ୍ପର୍କରେ ଅଧିକ ତଥ୍ୟ ଦେବେ ବୋଲି କହିଛନ୍ତି ମନ୍ତ୍ରୀ।

9.ପୂଜା ପଣ୍ଡାଲ ପାଇଁ କଟକଣା: ଚଳିତ ବର୍ଷ ପୂଜା ପଣ୍ଡାଲ ଆୟୋଜକଙ୍କ ପାଇଁ କଠୋର ହୋଇଛି କମିଶନରେଟ୍‍ ପୋଲିସ । ଖୋଦ୍‍ ପୂଜା ପାଇଁ ପୂର୍ବରୁ ଲାଇସେନ୍ସ ଦେଉଥିଲେ ମଧ୍ୟ ଏଥର ଲାଇସେନ୍ସ ପାଇଁ ବିଏମ୍‍ସି, ଅଗ୍ନିଶମ, ପୂର୍ତ୍ତ ବିଭାଗର ଏନ୍‍ଓସି ଆଣିବାକୁ ବାଧ୍ୟ କରାଯାଇଛି। ଏହାକୁ ନେଇ ପୂଜା କମିଟି ମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

10.ଲୀନ ହେଲେ ସୂର୍ଯ୍ୟଙ୍କ: ରାଷ୍ଟ୍ରୀୟ ମର୍ଯ୍ୟାଦାର ସହିତ ଦିଗପହଣ୍ଡି ମଶାଣୀରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅନ୍ତିମ ସଂସ୍କାର ହୋଇଛି। ପରମ୍ପରା ଅନୁସାରେ ବଡ଼ ପୁଅ  ମୁଖାଗ୍ନି ଦେଇଛନ୍ତି। ଭୁବନେଶ୍ୱରସ୍ଥିତ ବାସଭବନରେ ମାଣ୍ୟଗଣ୍ୟ ବ୍ୟକ୍ତି ତାଙ୍କ ଶେଷ ଦର୍ଶନ କରିବା ପରେ ରବିବାର ଦିନ ତାଙ୍କ ମୃତଦେହକୁ ବିଧାନସଭା ଓ ବିଜେଡି କାର୍ଯ୍ୟାଳୟ ନିଆଯାଇଥିଲା। ଶନିବାର ସନ୍ଧ୍ୟାରେ ୭୫ ବର୍ଷ ବୟସରେ ଶେଷ ନିଶ୍ବାସ ତ୍ୟାଗ କରିଥିଲେ ସୂର୍ଯ୍ୟନାରାୟଣ।