Lingaraj Temple: ଲିଙ୍ଗରାଜ ମନ୍ଦିର ପାଇଁ ଆସିଲା ନୂଆ ନିୟମ, ଏଣିକି ...
Advertisement

Lingaraj Temple: ଲିଙ୍ଗରାଜ ମନ୍ଦିର ପାଇଁ ଆସିଲା ନୂଆ ନିୟମ, ଏଣିକି ...

Lingaraj Temple: ନୂତନ ବର୍ଷରେ ଲିଙ୍ଗରାଜ ମନ୍ଦିର (Lingaraj Temple) ପାଇଁ ଆସିଲା ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ପାନ, ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହ ପଲିଥିନ୍ ଓ ପ୍ଲାଷ୍ଟିକକୁ ମଧ୍ଯ ବାରଣ କରାଯାଇଛି । ଏ ନିୟମକୁ ଟ୍ରଷ୍ଟ ବୋର୍ଡ଼ ବୈଠକରେ ଅନୁମତି ମିଳିଛି ।

ସୌ(ସୋସିଆଲ ମିଡିଆ)

Lingaraj Temple New Rule: ନୂତନ ବର୍ଷରେ ଲିଙ୍ଗରାଜ ମନ୍ଦିର (Lingaraj Temple) ପାଇଁ ଆସିଲା ନୂଆ ନିୟମ । ଏଣିକି ମନ୍ଦିର ଭିତରକୁ ପାନ, ଗୁଟଖା ସେବନକାରୀଙ୍କ ପ୍ରବେଶ ନିଷେଧ ସହ ପଲିଥିନ୍ ଓ ପ୍ଲାଷ୍ଟିକକୁ ମଧ୍ଯ ବାରଣ କରାଯାଇଛି । ଏ ନିୟମକୁ ଟ୍ରଷ୍ଟ ବୋର୍ଡ଼ ବୈଠକରେ ଅନୁମତି ମିଳିଛି ।

ସୂଚନାଯୋଗ୍ୟ, ମନ୍ଦିରର ସ୍ବଚ୍ଛତା ଓ ଧର୍ମୀୟ ଭାବନା ଦୃଷ୍ଟିରୁ ପାନ (paan), ଗୁଟଖା ବା ମଦ୍ୟପାନ କରି ମନ୍ଦିର ଭିତରକୁ ପ୍ରବେଶ କରିବା ଅନୁଚିତ୍ । କିନ୍ତୁ ଅନେକ ସମୟରେ ବହୁ ଲୋକେ ଏହି ନିୟମକୁ ପାଳନ କରୁନଥିବା ଦେଖିବାକୁ ମିଳିଥାଏ । ଯାହା ଫଳରେ ମନ୍ଦିର ପରିସରରେ କେଉଁ ପାନ ଛେପ ତ ଆଉ କେଉଁଠି ଶ୍ରଦ୍ଧାଳୁ ର୍ଦୁବ୍ୟବହାରର ଶିକାର ହେବା ଭଳି ଘଟଣା ସମ୍ନାକୁ ଆସିଥାଏ । ସେହିପରି ମନ୍ଦିର ଭିତରେ ପ୍ଲାଷ୍ଟିକ୍ ବଟଲ, ପଲି୍ଥିନ ଓ ଜରି ପ୍ୟାକେଟ୍ କୁ ସଂପୂର୍ଣ୍ଣ ବାରଣ କରାଯିବ । ବହୁ ସମୟରେ ମନ୍ଦିର ଭିତରେ ପ୍ଲାଷ୍ଟିକ୍ ଗ୍ଲାସ୍ , ପଲିଥିନ ଓ ପ୍ୟାକେଟ୍ କ୍ଷୀରର ବହୁଳ ବ୍ୟବହାର କରାଯାଉଥିବା ଦେଖିବାକୁ ମିଳିଥାଏ । ତେବେ ନୂଆ ବର୍ଷରେ ଏସବୁ ନିୟମ କଡ଼ାକଡ଼ି ପାଳନ କରାଯିବା ସହ ମନ୍ଦିର ପରିବେଶ ସ୍ବଚ୍ଛ ରଖିବା ନେଇ ଗୁରୁତ୍ବ ଦିଆଯାଇଛି ।

ପ୍ରକାଶ ଥାଉ କି, ଏହାସହ ଏହି ବୈଠକରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି । ବିଶେଷ କରି, ଏକାମ୍ର ପ୍ରକଳ୍ପରେ ହେବାକୁ ଥିବା କାର୍ଯ୍ୟକୁ ଆଗେଇ ନେବା ଲାଗି ବିଏମସି ମନ୍ଦିର ଟ୍ରଷ୍ଟ ବୋର୍ଡ଼କୁ ଅନୁମତି ମାଗିଥିବାବେଳେ ତାହାକୁ ମଞ୍ଜୁର କରାଯାଇଛି । ସେହିପରି ରୋଷ ଘର ମରାମତି କରିବାକୁ ଏଏଆଇକୁ ନିର୍ଦ୍ଦେଶ ଦିଆଯାଇଛି ।

Also Read-ଦେଶକୁ ସ୍ୱତନ୍ତ୍ରତା ଦେଇଥିବା ଶହୀଦଙ୍କ ଉପରେ ହେବ ଗବେଷଣା: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର