Jagatsinghpur News Today: ହକ୍ ପାଇଁ ଶାଶୁଘର ଆଗରେ ଅନଶନରେ ବସିଲେ ନବବଧୁ, ପୋଲିସ ପ୍ରଶାସନ ଚୁପ୍
Advertisement
Article Detail0/zeeodisha/odisha1776769

Jagatsinghpur News Today: ହକ୍ ପାଇଁ ଶାଶୁଘର ଆଗରେ ଅନଶନରେ ବସିଲେ ନବବଧୁ, ପୋଲିସ ପ୍ରଶାସନ ଚୁପ୍

Jagatsinghpur Today News: ହକ୍ ପାଇଁ ଶାଶୁଘର ଆଗରେ ଅନଶନରେ ବସିରହିଛି ନବବଧୁ। ଜଗତସିଂହପୁର ଜିଲ୍ଲାର ତିର୍ତ୍ତୋଲ ଗ୍ରାମ ଗୁଡିଆ ସାହିରେ ଦେଖିବାକୁ ମିଳିଛି ଏଭଳି ଘଟଣା। 

 

 Jagatsinghpur News Today: ହକ୍ ପାଇଁ ଶାଶୁଘର ଆଗରେ ଅନଶନରେ ବସିଲେ ନବବଧୁ, ପୋଲିସ ପ୍ରଶାସନ ଚୁପ୍

Jagatsinghpur Latest News: ନିଜର ହକ୍ ପାଇଁ ଶାଶୁଘର ଆଗରେ ଅନଶନରେ ବସିରହିଛି ନବବଧୁ। ନବବଧୁର ଅନଶନ ପୁର୍ବରୁ ଖବରପାଇ ଦେଢଶୁର, ଯାଆ, ସ୍ୱାମୀ ଘରେ ତାଲା ପକାଇ ଫେରାର। ନବବଧୁ ୩ ଦିନ ହେଲା ଶାଶୁଘର ଆଗରେ ଧାରଣାରେ ବସି ରହିଥିଲେ ମଧ୍ୟ ପୋଲିସ ପ୍ରଶାସନ ଚୁପ୍। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତିର୍ତ୍ତୋଲ ଗ୍ରାମ ଗୁଡିଆ ସାହିରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। 

ଶୁନଶାନ୍ ଅଗଣାରେ କେହି ନଥିବା ବେଳେ ଘର ଆଗରେ ଅନଶନରେ ବସି ରହିଛି ନବବଧୁ ମାନିନୀ। କୁଜଙ୍ଗ ବଳରାମପୁର ଗ୍ରାମର କିଶୋର ସାହୁଙ୍କ ଝିଅ ମାନିନୀ ଗତ ୨୦୨୧ ଜୁଲାଇ ୧୩ ତାରିଖରେ ଅଗ୍ନିକୁ ସାକ୍ଷୀ ରଖି ବୈଦିକ ରୀତିରେ ତିର୍ତ୍ତୋଲ ଗ୍ରାମର ରଘୁ ସାହୁଙ୍କ ସାନ ପୁଅ ଗୋପାଳ ସାହୁ ଓରଫ ଗଣେଶଙ୍କୁ ବିବାହ କରିଥିଲେ। ବିବାହ ସମୟରେ ସାଧ୍ୟ ମୁତାବକ ସୁନା ଗହଣା, ଅଳଙ୍କାର, ନଗଦ ୧ ଲକ୍ଷ ଟଙ୍କା ଯୌତୁକ ଦେଇ ଝିଅ ମାନିନୀକୁ ଶାଶୁଘରକୁ ବିଦା କରିଥିଲେ ବାପଘର ଲୋକେ। 

ସ୍ୱାମୀଙ୍କ ସହ ସୁନାର ସଂସାର ଗଢିବାକୁ ଆଖିରେ ଆଖିଏ ସ୍ୱପ୍ନ ନେଇ ଶାଶୁଘରେ ପାଦ ଥାପିବାର ଦିନ କେଇଟା ନ ଯାଉଣୁ ଅତ୍ୟାଚାର ଆରମ୍ଭ ହୋଇଥିବା ମାନିନୀ ଅଭିଯୋଗ କରିଛନ୍ତି। ସ୍ୱାମୀ ଗୋପାଳ ତାଙ୍କ ସହ ସମ୍ପର୍କ ନ ରଖି ଭାଉଜ ଅଞ୍ଜନାଙ୍କ ସହ ସମୟ ବିତାଉଥିବା ଅଭିଯୋଗ କରିଛନ୍ତି ମାନିନୀ। ଏପରିକି ମାନିନୀଙ୍କ ଆଖି ଆଗରେ ଗୋଟିଏ ଘରେ ସ୍ୱାମୀ-ଯାଆ ଏକାଠି ରହିବା ଘଟଣାକୁ ପ୍ରତିବାଦ କରିବାରୁ ତାଙ୍କୁ ସ୍ୱାମୀ, ଯାଆ, ଦେଢଶୁର ଜୀବନରେ ମାରିଦେବାକୁ ଉଦ୍ୟମ କରିଥିଲେ ବୋଲି ଥାନାରେ ଦେଇଥିବା ଏତଲାରେ କହିଛନ୍ତି ମାନିନୀ। ଅଧିକ ଯୌତୁକ ଦାବି କରି ତାଙ୍କୁ ଶାରିରୀକ, ମାନସିକ ନିର୍ଯ୍ୟାତନା ଦେବା ସହ ଜୀବନରୁ ମାରିଦେବାକୁ ଉଦ୍ୟମ କରି ଘରୁ ତଡିଦେଇଥିଲେ ସ୍ୱାମୀ-ଗୋପାଳ ସାହୁ, ଯାଆ-ଅଞ୍ଜନା ସାହୁ ଏବଂ ଦେଢଶୁର-ଯଦୁମଣି ସାହୁ। ଏ ସମ୍ପର୍କରେ ତିର୍ତ୍ତୋଲ ଥାନାରେ ଗତ ଜୁନ ୨୩ ତାରିଖରେ ଏତଲା ଦେଇଥିଲେ ମାନିନୀ। 

ତିର୍ତ୍ତୋଲ ଥାନା ପକ୍ଷରୁ ୨୯୩/୨୩ ରେ ମାମଲା ରୁଜୁ କରି ପୋଲିସ ଚୁପ୍ ବସିଥିଲା। ଗତ ସୋମବାର ମାନିନୀ ନ୍ୟାୟ ପାଇବା ପାଇଁ ତିର୍ତ୍ତୋଲ ଥାନାକୁ ଆସିଥିଲା ବେଳେ ଘଟଣାର ତଦନ୍ତକାରୀ ଅଧିକାରୀ ନ୍ୟାୟ ଦେବା ବଦଳରେ ଅଭିଯୁକ୍ତଙ୍କୁ ଖସିଯିବାକୁ ସହଯୋଗ କରିଥିଲେ ବୋଲି ମାନିନୀ ଅଭିଯୋଗ କରିଛନ୍ତି। ଅନ୍ୟ ଉପାୟ ନପାଇ ସୋମବାର ରାତି ଠାରୁ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି ନବବଧୁ ମାନିନୀ। ସ୍ୱାମୀ, ଯାଆ, ଦେଢଶୁର ଘରେ ତାଲା ପକାଇ ଫେରାର ହୋଇଯାଇଥିବା ବେଳେ ନ୍ୟାୟ ନପାଇବା ପର୍ଯ୍ୟନ୍ତ ଅନଶନରେ ବସି ରହିବେ ବୋଲି କହିଛନ୍ତି ମାନିନୀ।

ଅନେକ ଥର ସ୍ୱାମୀଙ୍କୁ ବୁଝାଇବାକୁ ଚେଷ୍ଟା କରି ମାନିନୀ ବିଫଳ ହେବା ସହ ଦେଢଶୁରଙ୍କୁ ଗୁହାରୀ କରିଥିଲେ ମଧ୍ୟ ସେ ଶୁଣିନଥିଲେ। ଘଟଣାକୁ ନେଇ ସ୍ଥାନୀୟ ସରପଞ୍ଚଙ୍କୁ ମାନିନୀଙ୍କ ବାପା ଜଣାଇଥିଲେ। ପଞ୍ଚାୟତରେ ଅନେକ ବୁଦ୍ଧିଜୀବୀ ବସି ବିଚାର କରିବା ସହ ସରପଞ୍ଚ ଉଭୟଙ୍କୁ ବୁଝାଶୁଝା କରି ବୋହୁକୁ ଘରକୁ ନେବାକୁ ନିର୍ଦ୍ଦେଶ ଦେଇଥିଲେ। ହେଲେ ପଞ୍ଚାୟତ କଥାକୁ ମାନି ନଥିଲେ ଶାଶୁଘର ଲୋକ ବୋଲି ସରପଞ୍ଚ କହିବା ସହ ନବବଧୁ ମାନିନୀଙ୍କୁ ପ୍ରଶାସନ ନ୍ୟାୟ ଦେବାକୁ ସରପଞ୍ଚ ଦାବି କରିଛନ୍ତି। ଏସମ୍ପର୍କରେ ତିର୍ତ୍ତୋଲ ପୋଲିସ ମୁହଁ ଖୋଲୁ ନାହିଁ। ଅନ୍ୟପକ୍ଷରେ ନବବଧୁ ମାନିନୀର ଅଭିଯୋଗକୁ ଖଣ୍ଡନ କରିଛନ୍ତି ଅଭିଯୁକ୍ତ ଦେଢ଼ଶୁର ଯଦୁମଣି ସାହୁ।ସୁନାର ସଂସାରକୁ ଉଜାଡି ଦେଲା ପରକ୍ରିୟା ପ୍ରୀତି। ଭାଉଜ ପ୍ରେମରେ ଅନ୍ଧ ଦିଅରର କାରନାମା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ନବବଧୁ ମାନିନୀଙ୍କୁ ସୁରକ୍ଷା ସହ ନ୍ୟାୟ ଦେବା ପାଇଁ ପୋଲିସ ପ୍ରଶାସନ ତତ୍ପରତା ଦେଖାଇବାର ଆବଶ୍ୟକତା ରହିଛି।