Kendujhar News: ଟମାଟୋ ପାଇଁ ଛୁରାମାଡ଼
Advertisement
Article Detail0/zeeodisha/odisha1811212

Kendujhar News: ଟମାଟୋ ପାଇଁ ଛୁରାମାଡ଼

Kendujhar News:  ବିଲାତି କିଣା ବିକାକୁ ନେଇ ତୁମୁଳ କାଣ୍ତ ଘଟିଛି। ପରିବା ଦୋକାନୀ ଛୁରା ମାଡରେ ହାଟ ଝାଡୁଦାର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ଘଷିପୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସମ୍ପର୍କରେ ଛାନଭିନ୍ କରି ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଜାରି ରଖିଥିବା ଜଣାପଡିଛି । ପଢନ୍ତୁ ପୂରା ଖବର...

ସୌଜନ୍ୟ- ସୋସିଆଲ ମିଡ଼ିଆ

Kendujhar News: ହାଟରେ ବିଲାତି କିଣାକୁ ନେଇ ହାଟ ଝାଡୁଦାର ଓ ତାଙ୍କ ସହଯୋଗୀଙ୍କୁ ଛୁରା ମାଡ଼(Stabbing) ହୋଇଛି । ଝାଡୁଦାରଙ୍କ ସାଥିରେ ଥିବା ଯୁବକ ମଧ୍ଯ ଆକ୍ରମଣର ଶିକାର ହୋଇଛନ୍ତି। କେନ୍ଦୁଝର ଜିଲ୍ଲା (Kendujha) ଘଷିପୁରା ଥାନା (Ghasipura Area) ବାଲିପାଳ ସାପ୍ତାହିକ ହାଟରେ ବିଲାତି କିଣା ବିକାକୁ ନେଇ ତୁମୁଳ କାଣ୍ତ ଘଟିଛି। ପରିବା ଦୋକାନୀ ଛୁରା ମାଡରେ ହାଟ ଝାଡୁଦାର ଓ ଅନ୍ୟ ଜଣେ ଆହତ ହୋଇଛନ୍ତି । ଆହତ ହେଉଛନ୍ତି, କେଶଦୁରାପାଳ ଗାଁର ଦିଲ୍ଲିପ ମୂଖି ଓ ତାଙ୍କ ସହଯୋଗୀ ଅଭିଜିତ ବିନ୍ଧାଣୀ। ଉଭୟଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ  ଆନନ୍ଦପୁର ଊପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।  ଦିଲ୍ଲିପ୍ ହାଟରେ ଝାଡୁ କରି ଦେକାନ ପିଛା ୫ଟଙ୍କା ନେଇଥାନ୍ତି।  ପରିବା ଦୋକାନୀ ୫ଟଙ୍କା ଦେବେ ବଦଳରେ ବିଲାତି ଗୋଟେ ଦେଇଥାନ୍ତି । ତେବେ ଆଜି ସେହି ପରିବା  ଦୋକାନରୁ ଜଣେ ଗ୍ରାହକ ଏକ କିଲୋ ଟମାଟେ ନେଇ ଟଙ୍କା ଦେଇନଥିଲେ । ଏଥିପାଇଁ ପରିବା ଦୋକାନୀ କିନ୍ତୁ ଦିଲ୍ଲୀପ ସେହି ଏକ କିଲୋ ଟମାଟୋ ନେଇଛନ୍ତି କହି ଟଙ୍କା ମାଗିଥିଲେ । ଏପରିକି ବାଟରେ ଅଟକାଇ ପରିବା ଦୋକାନୀ ଓ ତାର ସହଯୋଗୀ ମାନେ ଛୁରୀ ଓ ବଟକରାରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଘଷିପୁରା ଥାନାରେ ଅଭିଯୋଗ ହେବା ପରେ ପୋଲିସ ଘଟଣା ସମ୍ପର୍କରେ ଛାନଭିନ୍ କରି ଅଭିଯୁକ୍ତକୁ ଧରିବାକୁ ଖୋଳତାଡ ଜାରି ରଖିଥିବା ଜଣାପଡିଛି ।

Also Read: School closed: ବନ୍ୟା ବିତ୍ପାତ; ଏହି ସ୍ଥାନରେ ଆଜି ବନ୍ଦ ରହିଲା ସ୍କୁଲ

ବର୍ତ୍ତମାନ ପରିବା ବଜାରରେ ଟମାଟୋର ଦର  ଆକାଶ ଛୁଆଁ ରହିଛି।  ଏବେବି  ଅଧିକାଂଶ ଅଞ୍ଜଳରେ ୧ଶହରୁ ୧୫୦ ଟଙ୍କା ମଧ୍ୟରେ ଟମାଟୋ (Tamato) ମିଳୁଥିବାବେଳେ କିଛି ସ୍ଥାନରେ ଟମାଟୋ କିଲୋଗ୍ରାମ (kilogram) ପିଛା ୨ଶହ ଟଙ୍କାରେ ବିକ୍ରି ହେଉଛି । ତେବେ ଏପରି ସ୍ଥିତିରେ କେନ୍ଦ୍ର ସରକାର ସବସିଡି ଯୁକ୍ତ ଟମାଟୋ (Subsidized tomatoes)କୁ କେଜି ପିଛା ୭୦ଟଙ୍କାରେ ଜନସାଧାରଣଙ୍କ ନିକଟରେ ପହଞ୍ଚାଉଛନ୍ତି । ଯାହା ସାଧାରଣ ଲୋକଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେଇଛି । ତେବେ ଆପଣଙ୍କୁ କହିରଖୁଛୁ ଯେ, ଖୁବ୍ ଶୀଘ୍ର ଟମାଟୋ ଦରରେ ପରିବର୍ତ୍ତନ (Change)ହେବାକୁ ଯାଉଛି । ମାତ୍ର ୩୦ଟଙ୍କାରେ ହୋଇପାରେ ଟମାଟୋ ଦର । ଟମାଟୋ ଦର ଉପରେ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ହେବାରୁ ଟମାଟୋ ମୂଲ୍ୟ ସାମାନ୍ୟ ହ୍ରାସ ପାଇବାରେ ଲାଗିଛି । ଅଗଷ୍ଟ ଦ୍ୱିତୀୟ ସପ୍ତାହ (Second week of August) ପର୍ଯ୍ୟନ୍ତ ଏହି ଧାରା ଜାରି ରହିପାରେ। ବିଶେଷଜ୍ଞମାନେ କହିଛନ୍ତି ଯେ, ଆଗକୁ ଟମାଟୋ ମୂଲ୍ୟ ଧିରେଧିରେ ହ୍ରାସ ଘଟିବ । ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଟମାଟୋ ମୂଲ୍ୟ ସ୍ଥିର ହୋଇପାରେ । ବିଜନେସ୍ ଲାଇନ୍ ରିପୋର୍ଟ ହିସାବରେ ଅଗଷ୍ଟ ଦ୍ୱିତୀୟ ସପ୍ତାହରେ ଟମାଟୋର ମୂଲ୍ୟ କେଜି ପିଛା ୩୦ ଟଙ୍କା ପର୍ଯ୍ୟନ୍ତ ରହିପାରେ ।

ପ୍ରତିବର୍ଷ ଜୁଲାଇ ଏବଂ ଅଗଷ୍ଟ ମାସରେ ଟମାଟୋ ମୂଲ୍ୟ ପ୍ରାୟତଃ ବୃଦ୍ଧି ପାଉଥିବା ଦେଖିବାକୁ ମିଳିଥାଏ । ଏହା ପଛର ମୁଖ୍ୟ କାରଣ ହେଉଛି କମ୍ ଉତ୍ପାଦନ ସହ ମୌସୁମୀ ବର୍ଷା (Monsoon rain)। ପୂର୍ବ କିଛି ବର୍ଷ ପରି ଚଳିତ ବର୍ଷ ମଧ୍ୟ ଅନେକ ରାଜ୍ୟରେ ପ୍ରବଳ ବର୍ଷା (Heavy rain) ହୋଇଛି । ବର୍ଷା କାରଣରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାଦ୍ୱାରା ଚାଷ ଜମି ମଧ୍ୟ ପ୍ରଭାବିତ ହୋଇଛି । ତେଣୁ ଖାଉଟିଙ୍କ ନିକଟକୁ ଟମାଟୋ ଯୋଗାଣ (Tomato supply)ରେ ଅନେକ ବାଧା ସୃଷ୍ଟି ହୋଇଛି । ଅନେକ ସ୍ଥାନରେ ବ୍ୟାପକ ଟମାଟୋ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଛି । ଏହିସବୁ କାରଣରୁ ଟମାଟୋ ଦର ଖୁବ୍ ଅଧିକ ହୋଇଥିବା ବିଶେଷଜ୍ଞ ପ୍ରକାଶ କରିଛନ୍ତି ।