Road Accident: ହନ୍ତାଳଗୁଡା ଘାଟିରୁ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଘଟଣାସ୍ଥଳରେ ୫ ମୃତ୍ୟୁ
Advertisement
Article Detail0/zeeodisha/odisha1977941

Road Accident: ହନ୍ତାଳଗୁଡା ଘାଟିରୁ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଘଟଣାସ୍ଥଳରେ ୫ ମୃତ୍ୟୁ

Road Accident: ଅଶୁଭ ଶନିବାର।  ମାଲକାନଗିରି ହନ୍ତାଳଗୁଡା ଘାଟିରେ ଘଟିଛି ଛାତିଥରା ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଜଣଙ୍କର (5 Workers Killed )ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। 

Road Accident: ହନ୍ତାଳଗୁଡା ଘାଟିରୁ ଓଲଟିଲା ସିମେଣ୍ଟ ବୋଝେଇ ଟିପ୍ପର, ଘଟଣାସ୍ଥଳରେ ୫ ମୃତ୍ୟୁ

Road Accident: ଅଶୁଭ ଶନିବାର।  କ୍ଷଣିକ ମଧ୍ୟରେ ଏପଟ ସେପଟ ହୋଇଗଲା ସବୁ କିଛି। ଲିଭିଗଲା ୫ ଜୀବନ ଦୀପ। ମାଲକାନଗିରି ହନ୍ତାଳଗୁଡା ଘାଟିରେ ଘଟିଛି ଛାତିଥରା ଦୁର୍ଘଟଣା। ଏହି ଦୁର୍ଘଟଣାରେ ୫ ଜଣଙ୍କର (5 Workers Killed )ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। ହନ୍ତାଳଗୁଡା ଘାଟିରେ ଭାରସ୍ୟାମ ହରାଇ ସିମେଣ୍ଟ ବୋଝେଇ ଟିପ୍ପର ଓଲଟି ପଡିବାକୁ ଏହି ଦୁର୍ଘଟଣା ଘଟିଛି (5 Workers Killed After Vehicle Overturns In Malkangiri)। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି।

Also Read : Vijay Sethupati: ଆଉ ଭିଲେନ୍ ରୋଲ୍ କରିବେ ନାହିଁ ବିଜୟ ସେତୁପତି, ଜାଣନ୍ତୁ ଏହା ପଛର କାରଣ

ସୂଚନା ଅନୁସାରେ, ଆଜି ସକାଳ ସମୟରେ ଏକ ସିମେଣ୍ଟ ବୋଝେଇ ଟିପ୍ପର ମାଲକାନଗିରି ଚିତ୍ରକୋଣ୍ଡାରୁ ଯୋଡାମ୍ବ ଯାଉଥିଲା । ଏହି ସମୟରେ ହନ୍ତାଳଗୁଡା ଘାଟିରେ ଭାରସ୍ୟାମ ହରାଇ ଟିପ୍ପରଟି ତଳକୁ ଓଲଟି ପଡିଥିଲା । ଫଳରେ ଗାଡିରେ ଥିବା ସବୁ ଶ୍ରମିକଙ୍କ ଭିତରୁ ୫ ଶ୍ରମିକଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି । ହନ୍ତାଳଗୁଡା ଘାଟିରେ ଡ୍ୟୁଟିରେ ନିୟୋଜିତ ଥିବା ଯବାନ୍ ଦୁର୍ଘଟଣା ଦେଖି ଧାଇଁ ଆସିଥିଲେ। ଏବଂ ଆହତ ଶ୍ରମିକଙ୍କୁ ଉଦ୍ଧାର କରି ବଡପଡା ଡାକ୍ତରଖାନାରେ ଭର୍ତ୍ତି କରାଇବା ସହ ପୋଲିସ୍ କୁ ଖବର ଦେଇଥିଲେ। ପୋଲିସ୍  ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। କିନ୍ତୁ ଏ-ଯାବତ୍ ମୃତକଙ୍କ ପରିଚୟ ମିଳିନଥିବା ଜଣାପଡିଛି। 

ନିକଟରେ ଆଉ ଏକ ଭୟଙ୍କର ଦୁର୍ଘଟଣା  କୋରାପୁଟ(Koraput) ଜିଲ୍ଲା ପଟାଙ୍ଗୀ ଅଞ୍ଚଳରେ ଘଟିଥିଲା।ରାୟପୁରରୁ ବିଶାଖାପାଟଣା ଯାଉଥିବାବେଳେ କୋରାପୁଟ(Koraput) ଜିଲ୍ଲା ପଟାଙ୍ଗୀ ଥାନା ଅନ୍ତର୍ଗତ ଯୋଡ଼ି ମାଡଦିଲି ନିକଟରେ ଘାଟି ତଳକୁ କାର ଖସି ପଡ଼ିବାରୁ ଘଟଣାସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ, ଜଣଙ୍କୁ ଗୁରୁତର ଆହତ ଅବସ୍ଥାରେ ଉଦ୍ଧାର କରାଯାଇ ପଟାଙ୍ଗୀ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

ଛତିଶଗଡ଼ର ରାୟପୁର ଅଞ୍ଚଳରୁ ଦୁଇ ପରିବାର ଦୁଇଟି କାର ଯୋଗେ ଆନ୍ଧ୍ରପ୍ରଦେଶ ଅଭିମୁଖେ ଯାଉଥିବା ବେଳେ ଏପରି ଏକ ଭୟାନକ ଦୁର୍ଘଟଣା ଘଟିଛି। ତେବେ ପ୍ରଥମ କାରଟି ଶୁଙ୍କୀ ଘାଟି ପାର ହୋଇ ଆନ୍ଧ୍ର ଅଭିମୁଖେ ଚାଲିଯାଇଥିବା ବେଳେ ଦ୍ଵିତୀୟ କାରରେ ଥିବା ପରିବାର ଲୋକେ ରାୟପୁରରେ ରହୁଥିବା ସେମାନଙ୍କ ଅନ୍ୟ ପରିବାର ସହିତ ଯୋଗାଯୋଗରେ ରହୁଥିଲେ। ତେବେ ରାତ୍ର ପ୍ରାୟ ୯ ଟା ଯାଏଁ ସେମାନେ ଯୋଗାଯୋଗରେ ଥିଲେ। କିନ୍ତୁ ପରେ ସେମାନଙ୍କ ଫୋନ୍ ଲାଗି ନ ଥିଲା। ଫୋନ ଯୋଗାଯୋଗ ନ ହେବାରୁ ବ୍ୟତିବ୍ୟସ୍ତ ହୋଇପଡ଼ିଥିଲେ ପରିବାରର ଅନ୍ୟ ସଦସ୍ୟମାନେ। ଶେଷରେ ସୀମାନ୍ତ ସୁଙ୍କୀ ଥାନାର ନମ୍ବର ଯୋଗାଡ କରି ଫୋନ୍ ମାଧ୍ୟମରେ ଜଣାଇଥିଲେ।

ପ୍ରଥମେ ସୀମାନ୍ତ ଶୁଂକି ପୋଲିସ ଏବଂ ପରେ ପଟାଙ୍ଗୀ ପୋଲିସ ମିଳିତ ଭାବରେ ଖୋଜା ଖୋଜି କରିଥିଲେ ମଧ୍ୟ ଦ୍ବିତୀୟ କାର ଟିର ସନ୍ଧାନ ପାଇ ନ ଥିଲେ। ପରଦିନ ସକାଳୁ ସୁଂକି ଘାଟିର ଯୋଡ଼ିମାଦିଲି ନିକଟରେ ଘାଟି ତଳକୁ କାର ଖସି ପଡିଥିବା ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ କରିଥିଲା। ତେବେ କାରରେ ଥିବା ୪ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ମହିଳାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପାଟାଙ୍ଗି ମେଡିକାଲରେ ଭର୍ତ୍ତି କରାଯାଇଛି। କାରରେ ଶ୍ବଶୁର,ପୁଅ, ବୋହୂ ଓ ନାତି ଯାଉଥିଲେ। ବୋହୂ ଗୁରୁତର ରହିଥିବାବେଳେ ଅନ୍ୟ ୩ ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।