Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ
Advertisement
Article Detail0/zeeodisha/odisha1954456

Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ୫ଟି ଅଧ୍ୟକ୍ଷ

Puri News: ପୁରୀ ଗସ୍ତରେ ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ (Ama Odisha Nabin Odisha chairman vk pandian)। ପ୍ରତି ଶନିବାର ଭଳି ଆଜିବି ପୁରୀ ଗସ୍ତରେ (puri visit) ଆସି ରତ୍ନବେଦୀରେ ବିରାଜିତ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama project) ସ୍ଥିତି ସମୀକ୍ଷା କରିଛନ୍ତି। 

Puri News: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ଥିତି ସମୀକ୍ଷା କଲେ ୫ଟି  ଅଧ୍ୟକ୍ଷ

Puri News: ପୁରୀ ଗସ୍ତରେ ୫ଟି ତଥା ନବୀନ ଓଡ଼ିଶାର ଅଧ୍ୟକ୍ଷ ଭି.କେ ପାଣ୍ଡିଆନ (Ama Odisha Nabin Odisha chairman vk pandian)। ପ୍ରତି ଶନିବାର ଭଳି ଆଜିବି ପୁରୀ ଗସ୍ତରେ (puri visit) ଆସି ରତ୍ନବେଦୀରେ ବିରାଜିତ ଶ୍ରୀଜୀୟୁଙ୍କୁ ଦର୍ଶନ କରି ସାନିଧ୍ୟ ଲାଭ କରିଛନ୍ତି । ଏହାସହ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର (Srimandir Parikrama project) ସ୍ଥିତି ସମୀକ୍ଷା କରିଛନ୍ତି। ତେବେ ଭୋର ପ୍ରାୟ ୪ଟା ୨୦ମିନିଟରେ ଶ୍ରୀମନ୍ଦିରରେ ପହଞ୍ଚିଥିଲେ ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ (5t chairman vk pandian)। ପ୍ରଥମେ ଦୋଳବେଦୀ ସାଇଟ୍ ବୁଲି ଦେଖିଥିଲେ। ଜଗନ୍ନାଥ ବଲ୍ଲଭରୁ ଆସି ଦୋଳବେଦୀ କୋଣରେ ପରିକ୍ରମା ମାର୍ଗକୁ ସଂଯୋଗ କରୁଥିବା ନୂଆ ଆପ୍ରୋଚ ରୋଡ଼ ଶ୍ରୀଦାଣ୍ଡର ସମୀକ୍ଷା କରିଥିଲେ। ତେବେ ସବୁଠାରୁ ବଡକଥା ହେଉଛି ଏହି ଆପ୍ରୋଚ ରୋଡର ନାମ ଶ୍ରୀଦାଣ୍ଡ ରଖାଯାଇଛି।

Also Read: Saturn Venus Transit: କୁମ୍ଭ ରାଶିରେ ଶନି-ଶୁକ୍ରଙ୍କ ଚଳନ ବଦଳାଇବ ୩ ରାଶିର ଭାଗ୍ୟ

ବଡଦାଣ୍ଡ କଡରେ ଯାଇଥିବାରୁ ଏହାର ନାମ ଶ୍ରୀଦାଣ୍ଡ ରଖାଯାଇଥିବା ଜଣାପଡିଛି। ତେବେ ଡିସେମ୍ବର ୧୫ରେ ପୁରୀ ଗସ୍ତରେ ଆସି ଏହି ଶ୍ରୀଦାଣ୍ଡ ଓ ପରିକ୍ରମା ପ୍ରକଳ୍ପର ଶେଷ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଣୁ ୫ଟି ଅଧ୍ଯକ୍ଷ ଏହି କାର୍ଯ୍ଯର ଅଗ୍ରଗତି ନେଇ ଆଜି (ଶନିବାର) ଟିକନିକ୍ ଅନୁଧ୍ୟାନ କରିଛନ୍ତି। ଯଥା ସମୟରେ ସମସ୍ତ ପ୍ରକଳ୍ପ କାର୍ଯ୍ୟ ସମ୍ପୁର୍ଣ୍ଣ କରିବାକୁ ଠିକାସଂସ୍ଥା ଟାଟା ଓ ଓବିସିସିକୁ ତାଗିଦ କରିଛନ୍ତି ୫ଟି ଅଧ୍ଯକ୍ଷ। ସେପଟେ କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ ଆଜି ଶ୍ରୀମନ୍ଦିର ପ୍ରଶାସନ କାର୍ଯ୍ଯାଳୟରେ ୫ଟି ଅଧ୍ଯକ୍ଷ ଭିକେ ପାଣ୍ଡିଆନଙ୍କୁ ପିପି ପ୍ରେଜେଣ୍ଟେସନ ଅର୍ଥାତ ପାୱର ପଏଣ୍ଟ ପ୍ରେଜେଣ୍ଟେସନ କରିଛନ୍ତି। ଜାନୁଆରୀ ୧୭ରେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପ୍ରତିଷ୍ଠା ହେବା ପରେ ଦର୍ଶନ ବ୍ଯବସ୍ଥା, ସୁରକ୍ଷା ବ୍ଯବସ୍ଥା ସହ ପାର୍କିଂ କିଭଳି ରହିବ ତାହା ଉପରେ ପୁଙ୍ଖାନୁପୁଙ୍ଖ ପାୱର ପଏଣ୍ଟ ପ୍ରେଜେଣ୍ଟେସନ କରିଥିଲେ କେନ୍ଦ୍ରାଞ୍ଚଳ ଆଇଜି। 

ତାପରେ ଶ୍ରୀମନ୍ଦିରକୁ ଯାଇ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନ କରି ଆଶୀର୍ବାଦ ନେଇ ଭୁବନେଶ୍ୱର ପ୍ରତ୍ଯାବର୍ତ୍ତନ କରିଛନ୍ତି। ସେପଟେ ୫ଟି ଅଧ୍ଯକ୍ଷଙ୍କ ଗସ୍ତ ସମୟରେ ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା, କେନ୍ଦ୍ରାଞ୍ଚଳ ଆଇଜି ଆଶିଷ ସିଂ,ଏସପି କନୱର ବିଶାଲ ସିଂଙ୍କ ସହ ଠିକାସଂସ୍ଥା ଟାଟା ,ଓବିସିସି ଓ ପୂର୍ତ୍ତ ବିଭାଗ ଅଧିକାରୀ ମାନେ ଉପସ୍ଥିତ ଥିଲେ। ସେପଟେ ପୁରୀ ଗସ୍ତରେ ଆସିଥିବା ବେଳେ ପ୍ରକଳ୍ପ କାର୍ଯ୍ୟ ସମ୍ପର୍କରେ ବରିଷ୍ଠ ଅଧିକାରୀ ମାନେ ବିଭିନ୍ନ ଦ୍ୱାରରେ ଲାଗିବାକୁ ଥିବା ନାମ ଫଳକ ଓ ଭିନ୍ନ ଭିନ୍ନ ରଙ୍ଗର ସାଇନେଜ ବ୍ୟବସ୍ଥା ସମ୍ପର୍କରେ ୫ଟି ଅଧ୍ୟକ୍ଷଙ୍କୁ ଅବଗତ କରାଇଥିଲେ। ଶ୍ରୀମନ୍ଦିର ଚାରିପଟେ ସୌନ୍ଦର୍ଯ୍ୟ କାରକ ନେଇ ଆବଶ୍ୟକ ବ୍ୟବସ୍ଥା ଗ୍ରହଣ କରାଯିବ। ସ୍ବତନ୍ତ୍ର ଆଲୋକି କରଣ ନେଇ ମଧ୍ୟ ତାଙ୍କୁ ଅବଗତ କରାଯାଇଛି।