Odisha News: ଏଣିକି ସରକାରୀ କାର୍ଯ୍ୟାଳୟକୁ ଫୋନ କଲେ ଶୁଭିବ ଏହି ଲୋକପ୍ରିୟ ଭଜନ!
Advertisement
Article Detail0/zeeodisha/odisha2153732

Odisha News: ଏଣିକି ସରକାରୀ କାର୍ଯ୍ୟାଳୟକୁ ଫୋନ କଲେ ଶୁଭିବ ଏହି ଲୋକପ୍ରିୟ ଭଜନ!

Odisha News: ସାଧାରଣତଃ ଆମେ କାହାକୁ ଫୋନ କଲେ କେବେ କେବେ ବିଭିନ୍ନ ପ୍ରକାରର ଗୀତ ଶୁଣିବାକୁ ମିଳିଥାଏ । ଯାହାକୁ ହେଲୋ ଟ୍ୟୁନ୍ ବୋଲି କୁହାଯାଏ । ଲୋକେ ନିଜ ମନ ପସନ୍ଦର ଗୀତକୁ ନିଜ ଫୋନର ହେଲୋ ଟ୍ୟୁନ୍ ଭାବେ ରଖିଥାଆନ୍ତି । ତେବେ ଏଣିକି ସରକାରୀ କାର୍ଯ୍ୟାଳୟକୁ ଫୋନ କଲେ ଆପଣ ଏକ ପ୍ରସିଦ୍ଧ ଭଜନ ଶୁଣିବାକୁ ପାଇବେ ।

‘ଆହେ ନୀଳ ଶଇଳ ‘.. ଏହି ଭଜନକୁ ଆପଣ ଶୁଣିଥିବେ ନିଶ୍ଚିତ । ତେବେ ଏଣିକି ସରକାରୀ କାର୍ଯ୍ୟାଳୟକୁ ଫୋନ କଲେ ଶୁଭିବ କୋଟି କୋଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ ଏହି ଲୋକପ୍ରିୟ ଭଜନ । ଅର୍ଥାତ୍ ଏହି ଭଜନକୁ ହେବ ସରକାରୀ ହେଲୋ ଟ୍ୟୁନ୍ । ବିଭିନ୍ନ ସରକାରୀ ଅନୁଷ୍ଠାନକୁ କଲ୍ କଲେ ଏହି ଭଜନ ଶୁଣିବାକୁ ମିଳିବ । ଏନେଇ  ସରକାରୀ ଉଚ୍ଚ ସ୍ତରରେ ବିଚାର-ବିମର୍ଶ ଜାରି ଜାରି ରହିଛି । ଖୁବଶୀଘ୍ର ସରକାର ଏ ସମ୍ପର୍କରେ ନିଷ୍ପତ୍ତି ନେଇପାରନ୍ତି ବୋଲି ସୂଚନା ମିଳିଛି । ଓଡିଆ ଭାଷା ଶାସ୍ତ୍ରୀୟ ମାନ୍ୟତା ପାଇବା ପରେ ଅନେକ ପଦକ୍ଷେପ ନେଇଛନ୍ତି ସରକାର । ଏହି କ୍ରମରେ ଏବେ ଏକ ନିଚ୍ଛକ ଓଡ଼ିଆ ଭାବଧାରାର ଗୀତକୁ ସରକାର ହେଲୋ ଟ୍ୟୁନ୍ ରଖିବାକୁ ଯାଉଛନ୍ତି । ଏନେଇ ଆଲୋଚନା ଆରମ୍ଭ ହେବା ପରେ ଅନେକ ପ୍ରସ୍ତାବ ଆସିଥିଲା । ‘ଆହେ ଦୟାମୟ ବିଶ୍ବ ବିହାରୀ’ ଠୁ ଆରମ୍ଭ କରି ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ପର୍ଯ୍ୟନ୍ତ ବହୁ ଗୀତ ନେଇ ପ୍ରସ୍ତାବ ଦିଆଯାଇଥିଲା । ‘ବନ୍ଦେ ଉତ୍କଳ ଜନନୀ’ କୁ ସରକାର ରାଜ୍ୟ ସଙ୍ଗୀତ ଘୋଷଣା ପୂର୍ବକ ପ୍ରତି କାର୍ଯ୍ୟକ୍ରମ ମଞ୍ଚରେ ସମ୍ମାନ ପ୍ରଦର୍ଶନ କରି ପ୍ରାରମ୍ଭରେ ପରିବେଷଣ କରାଯାଉଛି । ଏହା ଗାନ ସମୟରେ ସମସ୍ତ ଦଣ୍ତାୟମାନ ରହୁଛନ୍ତି । ଏହାକୁ ଅଧାରୁ ବନ୍ଦ ବି କରାଯାଇପାରିବ ନାହିଁ । ଏସବୁ ଦୃଷ୍ଟିରୁ ବିଚାର କରାଯାଇ ପରେ ‘ଆହେ ନୀଳ ଶଇଳ’କୁ ସରକାରୀ ହେଲୋ ଟ୍ୟୁନ୍ ରଖିବା ଲାଗି ଏପ୍ରକାର ସ୍ଥିର ହୋଇଛି । ଏହି ଗୀତ ଡିମାଣ୍ତ ଦୃଷ୍ଟିରୁ ଏହା ଉପରେ ତର୍ଜମା ଚାଲିଛି ।

Also Read- Heat Wave: ୩୮ ଡିଗ୍ରୀ ଉପରେ ୧୯ ସହରର ତାପମାତ୍ରା, ଆଜି ଛୁଇଁବ ୪୦ ଡିଗ୍ରୀ..

ପ୍ରକାଶ ଥାଉ କି, ‘ଆହେ ନୀଳ ଶଇଳ’ ବହୁ ପୁରାତନ ଓ ପ୍ରସିଦ୍ଧ ଭଜନ ଅଟେ । ଯାହାକୁ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପରମ ଭକ୍ତ ସାଲବେଗ ରଚନା କରିଥିଲେ । ଏହି ଗୀତ ଯୁଗେ ଯୁଗେ ପ୍ରତିଟି ଓଡ଼ିଆଙ୍କ ଭାବାବେଗ ସହ ଜଡ଼ିତ । ତେଣୁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି ଭକ୍ତି ଓ ସାଲବେଗଙ୍କ ପ୍ରତି ଶ୍ରଦ୍ଧାସୁମନ ଅର୍ପଣ ପୂର୍ବକ ଏହି ଗୀତକୁ ସରକାର ମନୋନୀତ କରିପାରନ୍ତି ବୋଲି କୁହାଯାଉଛି । ଯଦି ସରକାର ଏହାକୁ ହେଲୋ ଟ୍ୟୁନ୍ କରନ୍ତି ତେବେ ପୁଣି ରେକର୍ଡ଼ କରିବେ କି ପୁରୁଣା ପାରମ୍ପରିକ ଗାୟନକୁ ନେବେ । ଏହାସହ ଏହାର ଅବଧି କ’ଣ ରହିବ । ସେ ଉପରେ ବିଶଦ ଆଲୋଚନା କରାଯାଉଛି । ଏନେଇ ସଙ୍ଗୀତଜ୍ଞ ଓ ସଙ୍ଗୀତ ବିଶାରଦଙ୍କୁ ନେଇ ଏକ କମିଟି ବି ଗଠିତ ହୋଇଛି । ସେମାନେ ଯାହା ନିଷ୍ପତ୍ତି ନେବେ, ତାକୁ ସରକାର ସ୍ବୀକୃତି ଦେବେ ।