Gopalpur Port: ଗୋପାଳପୁର ବନ୍ଦର ବିକା ହେବ, ୩୦୮୦ କୋଟି ଟଙ୍କାରେ କିଣିବ ଆଦାନୀ
Advertisement
Article Detail0/zeeodisha/odisha2174706

Gopalpur Port: ଗୋପାଳପୁର ବନ୍ଦର ବିକା ହେବ, ୩୦୮୦ କୋଟି ଟଙ୍କାରେ କିଣିବ ଆଦାନୀ

Gopalpur Port:  ଦେଶର ବୃହତ୍ତମ ବନ୍ଦର ପରିଚାଳନା କରୁଥିବା କମ୍ପାନୀ ଆଦାନୀ ପୋର୍ଟସ ପୂର୍ବ ଭାରତରେ ତାହାର ଉପସ୍ଥିତି ଜାହିର କରିବାକୁ ଯାଉଛି। ଓଡ଼ିଶାର ଉପକୂଳରେ ପ୍ରତିଷ୍ଠିତ ଗୋପାଳପୁର ବନ୍ଦରକୁ କିଣିବା ଲାଗି ଆଦାନୀ ପ୍ରସ୍ତୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଦାନୀ ପୋର୍ଟସ୍‍ ୩୦୮୦ କୋଟି ଟଙ୍କାରେ  ବନ୍ଦରରର ମାଲିକାନା ନିଜ ହାତକୁ ନେବାକୁ ଯାଉଛି। 

ସୌଜନ୍ୟ-ସୋସିଆଲ ମିଡି଼ଆ

Gopalpur Port: (ଭୁବନେଶ୍ୱର) : ଦେଶର ବୃହତ୍ତମ ବନ୍ଦର ପରିଚାଳନା କରୁଥିବା କମ୍ପାନୀ ଆଦାନୀ ପୋର୍ଟସ ପୂର୍ବ ଭାରତରେ ତାହାର ଉପସ୍ଥିତି ଜାହିର କରିବାକୁ ଯାଉଛି। ଓଡ଼ିଶାର ଉପକୂଳରେ ପ୍ରତିଷ୍ଠିତ ଗୋପାଳପୁର ବନ୍ଦରକୁ କିଣିବା ଲାଗି ଆଦାନୀ ପ୍ରସ୍ତୁତ ହୋଇଛି। ମିଳିଥିବା ସୂଚନା ଅନୁସାରେ ଆଦାନୀ ପୋର୍ଟସ୍‍ ୩୦୮୦ କୋଟି ଟଙ୍କାରେ  ବନ୍ଦରରର ମାଲିକାନା ନିଜ ହାତକୁ ନେବାକୁ ଯାଉଛି। 

ଏବେ ସାପୁରଜି ପାଲୋନ୍‍ଜୀ ( ଏସ୍‍ପି) ଗ୍ରୁପ୍‍ ଏବଂ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‍ ଏହି ବନ୍ଦରକୁ ପରିଚାଳନା କରୁଛନ୍ତି। ଆଦାନୀ ପୋର୍ଟସ ଏବଂ ସ୍ପେଶାଲଇକୋନୋମିକ ଜୋନ୍‍ ଲିମିଟେଡ୍‍ ଏହାଙ୍କ ସମସ୍ତ ଅଂଶଧନ କିଣିବେ। ଏଥିରେ ୫୬ ପ୍ରତିଶତ ଅଂଶଧନ ଏସ୍‍ପି ଗ୍ରୁପ୍‍ର ରହିଥିବା ବେଳେ ୩୯ ପ୍ରତିଶତ ଓଡ଼ିଶା ଷ୍ଟିଭେଡର୍ସ ଲିମିଟେଡ୍‍ର ଅନ୍ତର୍ଭୁକ୍ତ।  ଉଭୟ ରେଳ ଏବଂ ସଡ଼କ ପଥ ସହ ଉନ୍ନତ ଭାବେ ସଂଯୁକ୍ତ ଥିବା ଏହି ବନ୍ଦରକୁ ଓଡ଼ିଶା ସରକାରଙ୍କ ଦ୍ୱାରା ନିର୍ମାଣ, ପରିଚାଳନା ଏବଂ ହସ୍ତାନ୍ତରଣ ଯୋଜନା ଅଧୀନରେ ଗୋପାଳପୁର ପୋର୍ଟସ୍‍ ଲିମିଟେଡ୍‍ ମାଲିକାନା ଭୋଗ କରୁଛି। 

ଏହା  ୩୦ ବର୍ଷ ଲାଗି ଏହି ବନ୍ଦରକୁ ସମ୍ପୃକ୍ତ ସଂସ୍ଥାକୁ ଦାୟିତ୍ୱ ଦିଆଯାଇଛି । ଏ-ହାପରେ ଓଡ଼ିଶା ସରକାର ଏହାର ମାଲିକାନା ଗ୍ରହଣ କରିବାକୁ ବିଧି ରହିଛି। ବର୍ଷକୁ ୨୫ ଟନ୍‍ ମାଲ ପରିବହନ କ୍ଷମତା ଧାରଣ କରିଥାଏ। ଯେଉଁଠାରୁ ବିଭିନ୍ନ ସ୍ଥାନକୁ ଲୁହାପଥର, ବସକ୍ସାଇଟ, କ୍ରାମ୍‍ ଆଦି ଖଣିଜ ପରିବହନ କରାଯାଉଛି। ଏହି ବନ୍ଦରରେ ଗୁରୁତ୍ୱପୂର୍ଣ୍ଣ ଦିଗକୁ ଦେଖି ଆଦାନୀ ଗ୍ରୁପ୍‍ ଏହାକୁ ହାତେଇବା ଲାଗି ଆହୁରି ଅତିରିକ୍ତ ୨୭୦ କୋଟି ଟଙ୍କା ସାଢ଼ ପାଞ୍ଚ ବର୍ଷ ଯାଏ ଦେବାକୁ ହେବ। ବିକ୍ରେତାଙ୍କ ସହ ହେବାକୁ ଥିବା ଚୁକ୍ତି ଅନୁସାରେ ଆଦାନୀମକୁ ଏହି ଅର୍ଥ ଦେବାକୁ ହେବ।