Banaka Lagi Niti: ଆସନ୍ତାକାଲି କିଛି ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ (common darshan)। ଜଗାକୁ ଦର୍ଶନ କରିପାରିବେନି ଭକ୍ତ। କାହିଁକିନା ଆସନ୍ତାକାଲି ( ବୁଧବାର) ମାର୍ଗଶିର-ଶୁକ୍ଳ ଅଷ୍ଟମୀ ତିଥି ଅବସରରେ ଶ୍ରୀ ବିଗ୍ରହ ମାନଙ୍କ ବନକଲାଗି ନୀତି (Banaka Lagi ritual) ଅନୁଷ୍ଠିତ ହେବ। ବୁଧବାର ଦିନ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ...
Trending Photos
Banaka Lagi Niti: ଆସନ୍ତାକାଲି କିଛି ଘଣ୍ଟା ପାଇଁ ବନ୍ଦ ରହିବ ସାଧାରଣ ଦର୍ଶନ (common darshan)। ଜଗାକୁ ଦର୍ଶନ କରିପାରିବେନି ଭକ୍ତ। କାହିଁକିନା ଆସନ୍ତାକାଲି ( ବୁଧବାର) ମାର୍ଗଶିର-ଶୁକ୍ଳ ଅଷ୍ଟମୀ ତିଥି ଅବସରରେ ଶ୍ରୀ ବିଗ୍ରହ ମାନଙ୍କ ବନକଲାଗି ନୀତି (Banaka Lagi ritual) ଅନୁଷ୍ଠିତ ହେବ। ବୁଧବାର ଦିନ ଦ୍ୱିତୀୟ ଭୋଗ ମଣ୍ଡପ ନୀତି ସରିବା ପରେ ଅପରାହ୍ନ ୪ଟାରୁ ରାତ୍ର ୮ଟା ପର୍ଯ୍ୟନ୍ତ ସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ମନ୍ଦିର ପ୍ରଶାସନ (Shree Jagannath Temple Administration) ପକ୍ଷରୁ କୁହାଯାଇଛି। ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଦର୍ଶନ ବନ୍ଦ ରହିବ। କିନ୍ତୁ ପାର୍ଶ୍ଵ ଦେବାଦେବୀଙ୍କୁ ଦର୍ଶନର କରିବାର ସୌଭାଗ୍ୟ ପାଇବେ ଶ୍ରଦ୍ଧାଳୁ।
ALSO READ: Puri Srimandir: ଏସି ଜର୍ମାନ ହ୍ଯାଙ୍ଗର ସିଷ୍ଟମ କ'ଣ , ଭକ୍ତଙ୍କୁ ମିଳିବ କି ସୁବିଧା ?
ବନକଲାଗି ହେଉଛି ମହାପ୍ରଭୁଙ୍କର ଏକ ଗୁପ୍ତ ନୀତି। ଏହି ନୀତି ପାଇଁ ଜୟ ବିଜୟ ଦ୍ୱାର ମଧ୍ୟ ବନ୍ଦ ରହିବ। ଦ୍ୱି-ପ୍ରହର ଧୂପ ଶେଷ ହେବା ପରେ ଦତ୍ତମହାପାତ୍ର ସେବକମାନେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରିବେ। ଦତ୍ତମହାପାତ୍ର ସେବକମାନେ ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ପ୍ରସାଧାନରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରିବେ। ଏହି ପରମ୍ପରା କାହିଁ କେଉଁ କାଳରୁ ଚାଲିଆସୁଛି। କସ୍ତୁରୀ, ହିଙ୍ଗୁଳ, ହରିତାଳ, ନାଲି, ଧଳା ଓ କଳା ଭଳି ପାରମ୍ପରିକ ରଙ୍ଗରେ ମହାପ୍ରଭୁଙ୍କ ଶ୍ରୀମୁଖ ଶୃଙ୍ଗାର କରାଯିବ। ଏହା ଏକ ଗୁପ୍ତ ସେବା ନୀତି ହୋଇଥିବାରୁ ଆସନ୍ତାକାଲି ଅପରାହ୍ଣ ୪ଟାରୁ ରାତି ୮ଟା ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ।
ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ପ୍ରତ୍ୟକ ମାସରେ ହାରାହାରି ଦୁଇ ଥର ଶ୍ରୀଜୀଉମାନଙ୍କର ମୁଖଶ୍ରୀର ପ୍ରସାଧନ (ରଙ୍ଗଲାଗି) ବା ବନକ ଲାଗି ହୋଇଥାଏ । ବନକ ଲାଗି ରୀତି ‘ଦତ୍ତ ମହାପାତ୍ର’ ଗୋଷ୍ଠୀର ସେବକମାନଙ୍କ ଦ୍ୱାରା କରାଯାଇଥାଏ । ନିୟମ ଅନୁଯାୟୀ ବୁଧବାର ଦିନ ବନକ ଲାଗି ହୋଇଥାଏ । ଦି’ପ୍ରହର ଧୂପ ସରିବାପରେ ମନ୍ଦିରର ସମସ୍ତ ଦରଜା ବନ୍ଦ କରାଯାଇ ଏହି ନୀତି କରାଯାଇଥାଏ । ଦତ୍ତମହାପାତ୍ର ରତ୍ନ ସିଂହାସନ ଉପରକୁ ଯାଇ ଦେବତାମାନଙ୍କର ମୁଖସିଂହାର କରନ୍ତି । ଏହି ନୀତି ସମାପନ ହେବା ପର୍ଯ୍ୟନ୍ତ (ପ୍ରାୟ ତିନି ରୁ ଚାରି ଘଣ୍ଟା ସମୟ) ଶ୍ରୀମନ୍ଦିରର ସମସ୍ତ ଦ୍ୱାର ସମ୍ପୂର୍ଣ୍ଣ ବନ୍ଦ ରହେ । ତିନି ଦାରୁମୂର୍ତ୍ତିଙ୍କ ମୁଖମଣ୍ଡଳରେ ଶୃଙ୍ଗାରକୁ ମନ୍ଦିର ଭାଷାରେ ବନକଲାଗି କୁହାଯାଏ ।