Puri Srimandir: ଏସି ଜର୍ମାନ ହ୍ଯାଙ୍ଗର ସିଷ୍ଟମ କ'ଣ , ଭକ୍ତଙ୍କୁ ମିଳିବ କି ସୁବିଧା ?
Advertisement
Article Detail0/zeeodisha/odisha2018021

Puri Srimandir: ଏସି ଜର୍ମାନ ହ୍ଯାଙ୍ଗର ସିଷ୍ଟମ କ'ଣ , ଭକ୍ତଙ୍କୁ ମିଳିବ କି ସୁବିଧା ?

Puri News: ଏଣିକି ଜଗା ଦର୍ଶନ ହେବ ଆହୁରି ସହଜ। କାହିଁକିନା ଜାନୁଆରୀ ୧ରୁ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ନୂଆ ବ୍ଯବସ୍ଥା। ହେବ ଗହଳି ନିୟନ୍ତ୍ରଣ ସହ ସୁରକ୍ଷିତ ଦର୍ଶନ । ଶ୍ରୀଦାଣ୍ଡ ଓ ବଡଦାଣ୍ଡର ଭକ୍ତଙ୍କ ଲାଗି ହୋଇଛି ପୃଥକ ବ୍ଯବସ୍ଥା। ବାଡଦାଣ୍ଡରେ ଆସୁଥିବା ଭକ୍ତମାନେ ଏସି ଟନେଲ (AC Tunnel In Puri) ଦେଇ ଶ୍ରୀମନ୍ଦିର କାର୍ଯ୍ଯାଳୟର ଗ୍ରାଉଣ୍ଡ ଫ୍ଲୋରରେ ବିଶ୍ରାମ କରିବେ। 

Puri Srimandir: ଏସି ଜର୍ମାନ ହ୍ଯାଙ୍ଗର ସିଷ୍ଟମ କ'ଣ , ଭକ୍ତଙ୍କୁ ମିଳିବ କି ସୁବିଧା ?

Puri News: ଏଣିକି ଜଗା ଦର୍ଶନ ହେବ ଆହୁରି ସହଜ। କାହିଁକିନା ଜାନୁଆରୀ ୧ରୁ ଭକ୍ତଙ୍କ ପାଇଁ ଲାଗୁ ହେବାକୁ ଯାଉଛି ନୂଆ ବ୍ଯବସ୍ଥା। ହେବ ଗହଳି ନିୟନ୍ତ୍ରଣ ସହ ସୁରକ୍ଷିତ ଦର୍ଶନ । ଶ୍ରୀଦାଣ୍ଡ ଓ ବଡଦାଣ୍ଡର ଭକ୍ତଙ୍କ ଲାଗି ହୋଇଛି ପୃଥକ ବ୍ଯବସ୍ଥା। ବାଡଦାଣ୍ଡରେ ଆସୁଥିବା ଭକ୍ତମାନେ ଏସି ଟନେଲ (AC Tunnel In Puri) ଦେଇ ଶ୍ରୀମନ୍ଦିର କାର୍ଯ୍ଯାଳୟର ଗ୍ରାଉଣ୍ଡ ଫ୍ଲୋରରେ ବିଶ୍ରାମ କରିବେ। ତାପରେ ସାନଛତା ମଠ ପଟେ ୬ଟି ଧାଡିରେ ମନ୍ଦିରକୁ ଯିବେ। ସେହିଭଳି ଶ୍ରୀଦାଣ୍ଡରେ ଭକ୍ତମାନେ ସାନଛତା ମଠ ନିକଟରେ ପହଞ୍ଚିବା ପରେ ଏସି ଜର୍ମାନ ହ୍ଯାଙ୍ଗରରେ (AC German Hanger System) ବିଶ୍ରାମ ନେବେ। ସେଠାରୁ ଚାରୋଟି ଧାଡିରେ ମନ୍ଦିରକୁ ଯିବାର ବ୍ଯବସ୍ଥା କରାଯାଉଛି। 

ALSO READ: COVID-19: ମୁଣ୍ତ ଟେକିଲାଣି କୋରୋନା, ଏହି ସବୁ ସ୍ଥାନରେ ବାଧ୍ୟତାମୂଳକ ହେଲା ମାସ୍କ

ALSO READ: Puri: ଏଣିକି ଭକ୍ତଙ୍କ ପାଇଁ ସହଜ ହେବ ଜଗା ଦର୍ଶନ, ବଡ଼ଦାଣ୍ତରୁ ହଟିଲା ଉଠାଦୋକାନ

ତେବେ ଏଥର ଭକ୍ତ ଏସି ଟନେଲ ସହ ଶ୍ରୀମନ୍ଦିର କାର୍ଯ୍ଯାଳୟ ପଛପଟେ ଭକ୍ତଙ୍କ ପାଇଁ ହେଉଥିବା ଏସି ଜର୍ମାନ ହ୍ଯାଙ୍ଗର ସିଷ୍ଟମର ମଧ୍ୟ ସୁବିଧା ପାଇପାରିବେ। ତେବେ ଏସି ଟନେଲ (AC Tunnel) ଭଳି ଜର୍ମାନ ହ୍ଯାଙ୍ଗରର ମଧ୍ୟ ଅନେକ ସୁବିଧା ରହିଛି। ଜର୍ମାନ ହ୍ଯାଙ୍ଗର ବ୍ଯବସ୍ଥାରେ ମଧ୍ୟ ରହିବ ରେଲିଂ, ଏସି , ସିସିଟିଭି, ବସିବା ପାଇଁ ବେଞ୍ଚ, ପିଇବାପାଣି ,ଜୋତା ଷ୍ଟାଣ୍ଡ, ଟଏଲେଟ ବ୍ଯବସ୍ଥା ଭଳି ସୁବିଧା ରହିଛି। ସେପଟେ ଏସି ଟର୍ନେଲରେ ଭକ୍ତ ମାନଙ୍କୁ ସର୍ବାଧିକ ସୁରକ୍ଷିତ ଓ ସୃଙ୍ଖଳିତ ଦର୍ଶନ ମିଳିବ।

ତେବେ ଏହି, ଏସି ଟନେଲରେ (AC Tunnel In  Puri) ଏକ କାଳିନ ୪ ହଜାର ଭକ୍ତ ରହିପାରିବେ। ଚଉଡା ୧୨ ମିଟର ଥିବା ବେଳେ ଏହାର  ଲମ୍ବ ୮୪ ମିଟର ରହିଛି । ମରଚିକୋଟ ଛକରୁ ଶ୍ରୀକୃଷ୍ଣ ସିନେମାହଲ ଛକ ମଧ୍ୟରେ ରହିଛି ଏହି ଟର୍ନେଲ। ୩୦ଟି ପିଲର ଉପରେ ନିର୍ମାଣ କରାଯାଉଛି ଭକ୍ତଙ୍କ ପାଇଁ ଏହି ଏସି ଟନେଲ (AC Tunnel In  Puri)। ଏଥିରେ ଭକ୍ତଙ୍କ ପାଇଁ ୧୨ଟି ଧାଡି ରହିବା ସହ ବସିବା ପାଇଁ ରହିଛି ଷ୍ଟିଲ୍ ବେଞ୍ଚର ବ୍ଯବସ୍ଥା। ଆବଶ୍ୟକ ସ୍ଥଳେ ଭକ୍ତ ମାନେ ଏହି ବେଞ୍ଚ ବ୍ଯବହାର କରିପାରିବେ। ଟନେଲକୁ ସମ୍ପୂର୍ଣ୍ଣ ସେଣ୍ଟ୍ରାଲ ଏସି କରାଯିବ। ଟନେଲର ଉପର ଅଂଶକୁ ଫେବ୍ରୀକ ହ୍ୱଇଟ ସହିତ ରଥଚକର ସିମ୍ବଲ ଦିଆଯିବ। 

ସେପଟେ ପ୍ରତି କଲମରେ ଗୋଟିଏ ଲେଖାଏଁ ଫ୍ୟାନ୍ ରହିବ। ଏଥିସହିତ ଏସି ଟନେଲ ମଧ୍ୟରେ କୌଣସି ଅଘଟଣକୁ ଦୃଷ୍ଟିରେ ରଖି ସିସିଟିଭି, ଏୟାର କଟନ୍ ର ବ୍ଯବସ୍ଥା କରାଯିବ। ସବୁଠାରୁ ବଡ କଥା ହେଉଛି ଭକ୍ତମାନଙ୍କ ସୁବିଧା ପାଇଁ ଟନେଲରେ ସ୍ପେସ୍ ମେନେଜମେଣ୍ଟ ସିଷ୍ଟମର ପ୍ରୟୋଗ କରାଯାଉଛି। ଫଳରେ ଗହଳି ଅନୁଭବ ହେବନାହିଁ। କାରଣ ପ୍ରତି ରେଲିଂର ଚଉଡା ଏକ ମିଟର ରହିଛି। ସେପଟେ ଯଦି କୌଣସି କାରଣରୁ ଦର୍ଶନ ବନ୍ଦ ଥାଏ ତେବେ ଭକ୍ତ ମାନେ ଆବଶ୍ୟକ ମନେ କଲେ ପ୍ରତି ରେଲିଂରେ ଥିବା ଏକ ଫୁଟର ଷ୍ଟିଲ୍ ବେଞ୍ଚ ବ୍ଯବହାର କରିପାରିବେ। 

ଏଣୁ ଭକ୍ତମାନଙ୍କ ପାଇଁ ଏହି ଏସି ଟର୍ନେଲ ବେଶ୍ ସୁବିଧା ଦାୟକ ହୋଇପାରିବ ବୋଲି କହିଛନ୍ତି ଠିକାସଂସ୍ଥାର କୋର୍ଡିନେଟର। ସେପଟେ ଏହି ଟନେଲ ବ୍ଯବସ୍ଥା ଭକ୍ତଙ୍କୁ ଏକ ନୁଆ ବ୍ଯବସ୍ଥା ସହ ପରିଚିତ କରିବ। ଗହଳି ଯୋଗୁଁ ଯେଉଁ ସମସ୍ଯା ଭୋଗ କରୁଥିଲେ ସେଥିରୁ ମୁକ୍ତି ମିଳିବ। ଏଥିସହିତ ସୁରକ୍ଷା ଦିଗରେ ମଧ୍ୟ ଏହି ଟନେଲ ବ୍ଯବସ୍ଥା ବେଶ୍ ଉପଯୋଗୀ ହୋଇପାରିବ। ଏସି। ଟନେଲରେ ପ୍ରତି ୨୪ ମିଟର ପରେ ଗୋଟିଏ ଲେଖାଏଁ (Emergency exit) ଜରୁରୀ କାଳୀନ ପ୍ରସ୍ଥାନ ଦ୍ୱାର ରହିଛି। ତେବେ ଦୁଇ ସାଇଡରେ ଦୁଇଟି ଲେଖାଏଁ ୪ଟି ଜରୁରୀ ଦ୍ୱାର ରହିଛି। କୌଣସି ଅଘଟଣ ସମୟରେ ଟନେଲ ଭିତରୁ ସହଜରେ ଉଦ୍ଧାର କାର୍ଯ୍ୟ କରାଯାଇପାରିବ। ତେବେ ସୁରକ୍ଷା ଦୃଷ୍ଟିରୁ ଏହି ଟନେଲ ବିଶେଷ ଭାବରେ ଫଳପ୍ରଦ ହୋଇପାରିବ ବୋଲି କହିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି । ସେପଟେ, ଜାନୁଆରୀ ୧୭ରେ ପରିକ୍ରମା ପ୍ରକଳ୍ପର ପ୍ରତିଷ୍ଠା ଉତ୍ସବ (Puri Srimandir Parikrama project inauguration)। ଗଜପତି ମହାରାଜା ଦିବ୍ୟସିଂହ ଦେବ ଜଜମାନ ଭାବେ ଯଜ୍ଞର ଦେବେ ପୂର୍ଣ୍ଣାହୁତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି।