BSKY: ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏହି ଦିନ ବଣ୍ଟାଯିବ ' ବିଏସକେଓ୍ବାଇ ନବୀନ କାର୍ଡ'
Advertisement
Article Detail0/zeeodisha/odisha2125498

BSKY: ହିତାଧିକାରୀଙ୍କ ପାଇଁ ଖୁସି ଖବର, ଏହି ଦିନ ବଣ୍ଟାଯିବ ' ବିଏସକେଓ୍ବାଇ ନବୀନ କାର୍ଡ'

Biju Swasthya Kalyan Yojna: ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବ୍ଲକ୍ ସ୍ତରରେ ବିଏସକେଓ୍ବାଇ ନବୀନ କାର୍ଡ (BSKY Naveen Card) ବଣ୍ଟନ ଆରମ୍ଭ ହେବ।  ଏଥିପାଇଁ ଚଳିତ ମାସ୨୯ ତାରିଖ ସୁଧା ସମସ୍ତ ବ୍ଲକ୍ ନୋଡାଲ୍ ଅଧିକାରୀଙ୍କୁ ଏକ ଓ୍ବେଲକମ୍ କିଟ୍ ପ୍ରଦାନ କରାଯିବ। 

ସୌଜନ୍ୟ- ସୋସିଆଲ ମିଡି଼ଆ

Biju Swasthya Kalyan Yojna: ବିଜୁ ସ୍ବାସ୍ଥ୍ୟକଲ୍ୟାଣ ଯୋଜନା ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆସନ୍ତା ମାର୍ଚ୍ଚ ୧ ତାରିଖରୁ ବ୍ଲକ୍ ସ୍ତରରେ ବିଏସକେଓ୍ବାଇ ନବୀନ କାର୍ଡ (BSKY Naveen Card) ବଣ୍ଟନ ଆରମ୍ଭ ହେବ।  ଏଥିପାଇଁ ଚଳିତ ମାସ୨୯ ତାରିଖ ସୁଧା ସମସ୍ତ ବ୍ଲକ୍ ନୋଡାଲ୍ ଅଧିକାରୀଙ୍କୁ ଏକ ଓ୍ବେଲକମ୍ କିଟ୍ ପ୍ରଦାନ କରାଯିବ। ଏଥିରେ ଦୁଇଟି ସମାନ ବିଏସକେଓ୍ବାଇ ନବୀନ କାର୍ଡ(BSKY Naveen Card) ଓ ଅନ୍ୟ କାଗଜପତ୍ର ରହିଛି। ମାର୍ଚ୍ଚ ୫ ତାରିଖ ସୁଧା ନବୀନ୍ କାର୍ଡ ବଣ୍ଟନ କାର୍ଯ୍ୟ ଶେଷ ହେବ।  ଏନେଇ ସ୍ବାସ୍ଥ୍ୟ ସଚିବ ଶାଳିନୀ ପଣ୍ତିତ୍ ସବୁ ଜିଲ୍ଲାପାଳଙ୍କୁ ପତ୍ର ଲେଖିଛନ୍ତି। 

ALSO READ: Weather Update: ଆଜି ୧୪ ଜିଲ୍ଲାରେ ବର୍ଷା ନେଇ ୟେଲୋ ଆଲର୍ଟ ଜାରି !

ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନାର ତୃତୀୟ ପର୍ଯ୍ୟାୟରେ ଏହି ଯୋଜନାରୁ ବଞ୍ଚିତ ହୋଇଥିବା ଗ୍ରାମାଞ୍ଚଳ ଲୋକଙ୍କୁ ଜଟିଳ ରୋଗ ପାଇଁ ଘରୋଇ ହସପିଟାଲରେ କ୍ୟାସଲେସ୍ ସୁବିଧା ମିଳିବ। କେବଳ ସରକାରୀ କର୍ମଚାରୀ ଓ ଆୟକରଦାତାଙ୍କୁ ବାଦ୍ ଦେଲେ  ଗ୍ରାମାଞ୍ଚଳର ସବୁ ପରିବାର ଏହି ଯୋଜନାରେ ସାମିଲ ହେବେ। ତ଼ୃତୀୟ ପର୍ଯ୍ୟାୟରେ ରାଜ୍ୟର ୧ କୋଟି ୧୦ ଲକ୍ଷ ରୁ ଅଧିକ ପରିବାରଙ୍କୁ  ବିଏସକେଓ୍ବାଇ-ନବୀନ କାର୍ଡ ଜରିଆରେ ଉତ୍ତମ ଚିକିତ୍ସା ପାଇବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି। ବିଏସକେଓ୍ବାଇ ନବୀନ କାର୍ଡ଼ ପାଇଁ ବ୍ଲକ୍ ସ୍ତରରେ ସ୍ବତନ୍ତ୍ର କ୍ୟାମ୍ପ ଆୟୋଜନ କରିବାକୁ କୁହାଯାଇଛି।  ଏଥିପାଇଁ ହିତାଧିକାରୀଙ୍କୁ ସେମାନଙ୍କର ଆଧାର କାର୍ଡ଼ ଦେବାକୁ ପଡିବ। ଏଥିପାଇଁ ଏକ ରେଜିଷ୍ଟେସନ୍  ରଖିବା ସହ ଡିଜିଟାଲ୍ ରିପୋର୍ଟ ରାଜ୍ୟ ସ୍ବାସ୍ଥ୍ୟ ବିଭାଗକୁ ପଠାଇବା ନିମନ୍ତେ କୁହାଯାଇଛି।