ଏବେ ବି ରୌପ୍ୟ ନଗରୀ କଟକର ବହୁ ପୂଜା ମଣ୍ଡପ ମାନଙ୍କରେ ଆକର୍ଷଣୀୟ ଜରିମେଢ଼ ଶୋଭା ପାଉଛି। କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଦୂର୍ଗା ପୂଜାରେ ମା’ଙ୍କର ସୁନା ମୁକୁଟ ସହ ଚାନ୍ଦିମେଢ଼ ପ୍ରସ୍ତୁତ କରାଯାଇଥାଏ।
Trending Photos
Durga Puja 2023: କଟକ: ହଜାରେ ବର୍ଷର ବହୁ ପୁରାତନ ସହର ହେଉଛି ରୌପ୍ୟ ନଗରୀ କଟକ ସହର। ସବୁଠୁ ପୁରୁଣା ସହର ରୌପ୍ୟ ନଗରୀର ଶାରଦୀୟ ଦୁର୍ଗା ପୂଜା ବି ସବୁଠୁ ପୁରୁଣା। ଜାତି ଧର୍ମ ବର୍ଣ୍ଣ ନିର୍ବିଶେଷରେ କଟକ ସହରବାସୀ ଏଥିରେ ସାମିଲ ହୋଇ ଏହି ଶାରଦୀୟ ଉତ୍ସବକୁ ପାଳନ କରିଥାନ୍ତି। ରୌପ୍ୟ ନଗରୀ କଟକ ସହରରେ ଭିନ୍ନ ଦୁର୍ଗା ପୂଜା ସମୟରେ ଭିନ୍ନ ଏକ ପରିବେଶର ଅନୁଭବ ହୋଇଥାଏ। ବିଗତ ଅନେକ ବର୍ଷ ଧରି ସହର ର ମୁସଲିମ ଭାଇ ଓ ଭଉଣୀମାନେ ପୂଜା ମଣ୍ଡପକୁ ଆକର୍ଷଣୀୟ କରିବା ପାଇଁ ଯେଭଳି ଅବଦାନ ଦେଇଛନ୍ତି ତାହା ନିହାତି ଭାବରେ ଚର୍ଚାର ବିଷୟ। ଶାରଦୀୟ ଦୁର୍ଗାପୂଜା ପାଇଁ ମୁସଲିମ ଭାଇ ଭଉଣୀମାନେ ଏବେ ଲାଗି ପଡିଛନ୍ତି ଜରି ମେଢ଼ ତିଆରି କାମରେ। ମୁସଲିମ ଭାଇ ଭଉଣୀମାନଙ୍କ ଦ୍ବାରା ପ୍ରସ୍ତୁତ ଜରି ମେଢ଼ର ଢେର ଚାହିଦା ରହିଛି।
ଏବେ ବି ରୌପ୍ୟ ନଗରୀ କଟକର ବହୁ ପୂଜା ମଣ୍ଡପ ମାନଙ୍କରେ ଆକର୍ଷଣୀୟ ଜରିମେଢ଼ ଶୋଭା ପାଉଛି। କଟକର ବିଭିନ୍ନ ପୂଜା କମିଟି ପକ୍ଷରୁ ଦୂର୍ଗା ପୂଜାରେ ମା’ଙ୍କର ସୁନା ମୁକୁଟ ସହ ଚାନ୍ଦିମେଢ଼ ପ୍ରସ୍ତୁତ କରାଯାଇଥାଏ। ହେଲେ ଏହାରି ମଧ୍ୟରେ ଜରିମେଢର ଚମକ ମଧ୍ୟ କିଛି କମିନି। ପ୍ରାୟ ପୂଜା ମଣ୍ଡପରେ ଏବେ ବି ବିଭିନ୍ନ ରକମର ଜରି ମେଢ଼ ଚିକମିକ କରିବାର ଦେଖିବାକୁ ମିଳିଥାଏ।। କଟକର ବିଭିନ୍ନ ଅଞ୍ଚଳର ମୁସଲିମ ପରିବାର ଏବେ ରାତି ଦିନ ଏକ କରି ଲାଗିପଡିଛନ୍ତି ଜରି ମେଢ଼ ତିଆରି କାମରେ। କଟକର ମୁସଲିମ ପରିବାର ଦୁଇ ତିନି ପିଢ଼ି ହେଲା ଏହି ଜରି ମେଢ଼ ତିଆରି କରି ଆସୁଛନ୍ତି। ସେଥିଲାଗି ମୁସଲିମ ଭାଇ ଭଉଣୀମାନଙ୍କର ପିଲା ବେଳୁ ମେଢ଼ ତିଆରିରେ ଆଗ୍ରହ ରହିଛି।
କଟକ ସହରର ବାଙ୍କାବଜାର, ଚୂନ ଭାଟି ଗଳି, ଓଡ଼ିଆ ବଜାର, ଫିରିଙ୍ଗି ବଜାର, ବକ୍ସିବଜାର, ଭଣ୍ଡାରିସାହି ଭଳି ଅନେକ ସ୍ଥାନରେ ମା’ଙ୍କ ପାଇଁ ଉଭୟ ହିନ୍ଦୁ ଓ ମୁସଲମାନମାନେ ମେଢ଼ ତିଆରି କରିଥାନ୍ତି। ଶାରଦୀୟ ଦୁର୍ଗାପୂଜାରେ ଅନେକ ଲୋକ ଜରିମେଢ ଦେଖିବାକୁ ବିଭିନ୍ନ ମଣ୍ଡପକୁ ଆସିଥାନ୍ତି। ସେହିପରି ମେଢ ସାଜସଜ୍ଜା କ୍ଷେତ୍ରରେ ଜରିମେଢ ଯେତିକି ପୁରୁଣା ସେତିକି ଆକର୍ଷଣୀୟ ଲାଗେ। ଜରିମେଢ଼ ତିଆରି ସମୟରେ ପ୍ରଥମେ ବାଉଁଶ କଣିରେ ବନ୍ଧାଯାଏ ମେଢ। ପରେ ଛାଞ୍ଚ ତିଆରି କରାଯାଏ। ଏହା ଉପରେ ଜରି, କାଗଜ ପ୍ଲେଟ୍ ଲଗାଯାଇଥାଏ। ଶେଷରେ ଜରି, କାଗଜ, ଭେଲ୍ଭେଟ୍, ଚୁମୁକି, ଷ୍ଟୋନ, କାର୍ଡବୋର୍ଡ, ସୋଲ ବ୍ୟବହାର କରି ମେଢର ବିଭିନ୍ନ ଡିଜାଇନ୍ ପ୍ରସ୍ତୁତ କରାଯାଇଥାଏ। ଯାହା ପୂଜା ସମୟରେ ଶ୍ରଦ୍ଧାଳୁମାନଙ୍କୁ ବହୁତ ଆକର୍ଷିତ କରିଥାଏ। ଦୁର୍ଗାପୂଜାର ଦୁଇ ମାସ ଆଗରୁ ଜରିମେଢ଼ କାରିଗରମାନେ ଏ କାମରେ ଲାଗିପଡିଥାନ୍ତି। ୫ ଫୁଟରୁ ଆରମ୍ଭ କରି ୨୦ ଫୁଟ ପର୍ଯ୍ୟନ୍ତ ଉଚ୍ଚତାର ମେଢ ପ୍ରସ୍ତୁତ କରାଯାଇଥାଏ। ଯାହାକୁ ଜରି ମେଢ଼ କାରିଗରମାନେ ପୂଜା ସମୟରେ ୫୦ ହାଜରୁ ଦେଢ଼ ଲକ୍ଷ ଟଙ୍କାରେ ବିକ୍ରି କରିଥାନ୍ତି।
Also Read: Puri: ଆଜି ବସିବ ଛତିଶା ନିଯୋଗ ବୈଠକ, ପୋଷାକ ଯାଞ୍ଚ କେଁ ଉପରେ ହୋଇପାରେ ଆଲୋଚନା
Also Read: AUS Vs SL: ଆଜି ଅଷ୍ଟ୍ରେଲିଆ-ଶ୍ରୀଲଙ୍କା ମୁକାବିଲା, ପ୍ରଥମ ବିଜୟ ଲକ୍ଷ୍ୟରେ ଦୁଇ ଦଳ