Odisha News: ଏବେଠୁ କିଚିରି ମିଚିରି ଶଦ୍ଦରେ ଫାଟିଲାଣି ଚିଲିକା-ନଳବଣ
Advertisement
Article Detail0/zeeodisha/odisha1976075

Odisha News: ଏବେଠୁ କିଚିରି ମିଚିରି ଶଦ୍ଦରେ ଫାଟିଲାଣି ଚିଲିକା-ନଳବଣ

Odisha News: ବିଦେଶୀ ପକ୍ଷୀମାନଙ୍କ (foreign bird) ଭୂସ୍ବର୍ଗ ପାଲଟିଥିବା ଚିଲିକା (chilika lake) ଓ ଏହାର ଆଖାପାଖ ଅଞ୍ଚଳ ନଳବଣକୁ (nalabana) ବର୍ତ୍ତମାନ ସୁଦ୍ଧା ୧ଲକ୍ଷରୁ ଅଧିକ ପକ୍ଷୀ ଆସିଲେଣି (foreign bird is now a guest of chilika lake) । ଏହି ପକ୍ଷୀ ମାନଙ୍କ ମଧ୍ୟରେ ରହିଛନ୍ତି ସାଇବେରିଆ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ପାକିସ୍ତାନ, ଉଜବେକିସ୍ଥାନ, ଇରାନ୍ ପ୍ରମୁଖ ବିଦେଶୀ ପକ୍ଷୀ । 

Odisha News: ଏବେଠୁ କିଚିରି ମିଚିରି  ଶଦ୍ଦରେ ଫାଟିଲାଣି ଚିଲିକା-ନଳବଣ

Odisha News: (ଖୋର୍ଦ୍ଧା, ସୂର୍ଯ୍ୟ ନାରାୟଣ ମହାନ୍ତି): ବିଦେଶୀ ପକ୍ଷୀମାନଙ୍କ (foreign bird) ଭୂସ୍ବର୍ଗ ପାଲଟିଥିବା ଚିଲିକା (chilika lake) ଓ ଏହାର ଆଖାପାଖ ଅଞ୍ଚଳ ନଳବଣକୁ (nalabana) ବର୍ତ୍ତମାନ ସୁଦ୍ଧା ୧ଲକ୍ଷରୁ ଅଧିକ ପକ୍ଷୀ ଆସିଲେଣି (foreign bird is now a guest of chilika lake) । ଏହି ପକ୍ଷୀ ମାନଙ୍କ ମଧ୍ୟରେ ରହିଛନ୍ତି ସାଇବେରିଆ, ମଙ୍ଗୋଲିଆ, ଅଷ୍ଟ୍ରେଲିଆ, ପାକିସ୍ତାନ, ଉଜବେକିସ୍ଥାନ, ଇରାନ୍ ପ୍ରମୁଖ ବିଦେଶୀ ପକ୍ଷୀ । ଅକ୍ଟୋବର ମାସର ପ୍ରଥମ ସପ୍ତାହରୁ ଚିଲିକାର ନଳବଣକୁ ଏହି ବିଦେଶାଗତ ପକ୍ଷୀଙ୍କ ଆଗମନ ହୋଇଥାଏ । ହେଲେ ଚଳିତ ବର୍ଷ ଡେରିରେ ଶୀତ ଆସୁଥିବାରୁ ପକ୍ଷୀଙ୍କ ସଂଖ୍ୟା ସାମାନ୍ୟ କମ୍ ରହୁଛି। 

Also Read: World Cup 2023: ୱାର୍ଲଡ କପ୍ ଉପରେ ଗୋଡ଼ ରଖିବା ଘଟଣା, ମିଚେଲଙ୍କୁ ସଭ୍ୟତାର ପାଠ ପଢାଇଲେ ଉର୍ବଶୀ

ତେବେ ବିଦେଶାଗତ ପକ୍ଷୀଙ୍କ ପାଇଁ ପ୍ରଚୁର ପରିମାଣର ଖାଦ୍ୟ ନଳବଣରେ ରହିଛି । ପାଶ୍ଚାତ୍ୟ ରାଷ୍ଟ୍ରରେ ଶୀତଦିନେ ବରଫ ପଡ଼ିଥାଏ । ଫଳରେ ପକ୍ଷୀମାନେ ଖାଦ୍ୟ ପାଆନ୍ତି ନାହିଁ । ତେଣୁ ଖାଦ୍ୟ ଅନ୍ୱେଷଣରେ ସେମାନେ ନିଜର ପ୍ରିୟ ସ୍ଥାନ ଚିଲିକାକୁ ହଜାର ହଜାର ମାଇଲ ଉଡି ଆସନ୍ତି । ଏଠାରେ ରହିଛି ବିଭିନ୍ନ ପ୍ରଜାତିର ମାଛ, କଇଁ ନାଡ, ଘାସ ଓ ଅନ୍ୟ ଖାଦ୍ୟ । ଯାହା ଦେଶରେ ଅନ୍ୟ କେଉଁ ସ୍ଥାନରେ ଏତେ ପରିମାଣର ମିଳି ନ ଥାଏ । ତେଣୁ ଚିଲିକା ଓ ଏହାର ଆଖପାଖରେ ସହଜରେ ପ୍ରଚୁର ପରିମାଣର ଖାଦ୍ୟ ମିଳିଥାଏ । ଏଥିସହ ଉତ୍ତମ ପରିବେଶ ପାଇଁ ଉଡି ଆସିଥାନ୍ତି ଲକ୍ଷ ଲକ୍ଷ ପକ୍ଷୀ । 

ଆଉ ପକ୍ଷୀଙ୍କୁ ସୁରକ୍ଷା ପ୍ରଦାନ କରୁଥିବା ବନ ବିଭାଗ ରେଞ୍ଜର କୁହନ୍ତି, ବର୍ତ୍ତମାନ ସୁଦ୍ଧା ବିଦେଶରୁ ୯୦ ପ୍ରକାର ପକ୍ଷୀ ଚିଲିକା ଓ ଏହାର ଆଖପାଖ ଅଞ୍ଚଳକୁ ଆସିଲେଣି । ୧ ଲକ୍ଷରୁ ଉର୍ଦ୍ଧ୍ବ ବିଦେଶାଗତ ପକ୍ଷା ବର୍ତ୍ତମାନ ନଳବଣ ଓ ମଙ୍ଗଳା ଯୋଡିକୁ ଆସିଥିବା ବନ ବିଭାଗ ଠାବ କରିଛି । ଆଗାମୀ ଦିନରେ ପକ୍ଷୀଙ୍କ ସଂଖ୍ୟା ଅଧିକ ବଢିବ। ସେ କହିଛନ୍ତି, ମୁଖ୍ୟତଃ ଅକ୍ଟୋବର ମାସରୁ ବିଦେଶାଗତ ପକ୍ଷୀଙ୍କ ଆଗମନ ନଳବଣ ଓ ମଙ୍ଗଳା ଯୋଡିରେ ବୃଦ୍ଧି ପାଇଥାଏ । ଜାନୁଆରୀ ମଧ୍ୟରେ ୧୦ ଲକ୍ଷରୁ ଉର୍ଦ୍ଧ୍ବ ପକ୍ଷୀଙ୍କ ଆଗମନ ହୋଇଥାଏ । ସେମାନେ ମାର୍ଚ୍ଚ ମାସ ପର୍ଯ୍ୟନ୍ତ ଏଠାରେ ରହିଥାନ୍ତି । କାରଣ ପାଶ୍ଚାତ୍ୟ ଦେଶରେ ଏହି ସମୟ ପର୍ଯ୍ୟନ୍ତ ବରଫ ପଡିଥାଏ । ଫଳରେ ପକ୍ଷୀମାନେ ଖାଦ୍ୟ ଖାଇବାକୁ ପାଇ ନ ଥାନ୍ତି । ତେଣୁ ସେମାନେ ଚିଲିକା ଓ ନଳବଣକୁ ଉଡି ଆସିଥାନ୍ତି । 

ଏଥି ସହ ପୂର୍ବରୁ ନଳବଣରେ ଅନେକ ଶିକାରୀ ଥିଲେ । ସେମାନେ ପକ୍ଷୀ ଶିକାର କରୁଥିଲେ । ହେଲେ ରାଜ୍ୟ ସରକାର ଶିକାରୀଙ୍କ ମନରେ ପରିବର୍ତ୍ତନ ଆଣିଛନ୍ତି । ସେମାନେ ଏଣିକି ପକ୍ଷୀ ଶିକାର କରୁ ନାହାନ୍ତି । ସେମାନେ ପକ୍ଷୀମାନଙ୍କ ସୁରକ୍ଷାଦାତା ପାଲଟିଛନ୍ତି । ଏହାର ପ୍ରତି ବଦଳରେ ରାଜ୍ୟ ସରକାର ସେମାନଙ୍କୁ ରିଆତି ମୂଲ୍ୟରେ ଡଙ୍ଗା ପ୍ରଦାନ କରିଛନ୍ତି । ଫଳରେ ସେମାନେ ମାଛ ଧରି ନିଜ ପରିବାର ପ୍ରତିପୋଷଣ କରୁଛନ୍ତି । ଏହାସହ ସେମାନଙ୍କୁ ପର୍ଯ୍ୟଟକଙ୍କ ଗାଇଡ ଭାବେ ନିଯୁକ୍ତି ଦିଆଯାଇଛି। 

ପର୍ଯ୍ୟଟକମାନେ ଡଙ୍ଗାରେ ନଳବଣ ବୁଲିବାକୁ ଗଲେ ଯାହା ଅର୍ଥ ଦିଅନ୍ତି ସେଥ୍‌ରେ ଡଙ୍ଗା ଚାଳକଙ୍କ ପରିବାର ପ୍ରତିପୋଷଣ ହୋଇଥାଏ ବୋଲି ସେ କହିଛନ୍ତି । ବର୍ତ୍ତମାନ ସୁଦ୍ଧା ଚିଲିକାକୁ ନର୍ଦନ ପିଣ୍ଟେଲ , ଗଡ଼ୱାଲ , ଉଡ ସ୍ୟାଣ୍ଡପାଇପର, ଲେସର ସ୍ୟାଣ୍ଡ ପେଭର, ବ୍ରାଉନ୍ ହେଡେଡ ଗଲ , ହିସକର୍ଡ ଟଣ୍ଡ , ବାର ହେଡେଡ ଗୁଜ , ପାସିଫିକ ଗୋଲଡେନ୍ ପ୍ଲଭର , ଗାରଗାନୀ , ପ୍ରେଲାଗ ଗୁଜ, କମନ ଟିଲ କମନ ସେଲଡକ , ରେଡ କ୍ରେଷ୍ଟେଡ ପୋଚାର୍ଡ , କେଣ୍ଟିସ ପ୍ଲେଭର ପରପଲ ମୋରେନ୍ ପ୍ରମୁଖ ବିଦେଶାଗତ ପକ୍ଷୀ ଆସିଲେଣି । ସେହିପରି ବିଦେଶାଗତ ପକ୍ଷୀଙ୍କ ଆଗମନ ସାଙ୍ଗକୁ ଚିଲିକାକୁ ପର୍ଯ୍ୟଟକଙ୍କ ସଂଖ୍ୟା ଧିରେ ଧିରେ ବଢିବା ଆରମ୍ଭ ହେଲାଣି । ଆଗକୁ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ, ସିଡିଏ କର୍ତ୍ତୃପକ୍ଷ, ପର୍ଯ୍ୟଟନ ବିଭାଗ ସମସ୍ତ ପ୍ରକାର ବ୍ୟବସ୍ଥା କରିଥିବା ଦେଖିବାକୁ ମିଳିଛି।