Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ, ୬ ଆହତ
Advertisement
Article Detail0/zeeodisha/odisha2308892

Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ, ୬ ଆହତ

Odisha News: ଜମିବାଡ଼ି ବିବାଦକୁ କେନ୍ଦ୍ର କାରି ଗୋଷ୍ଠୀ ସଂଘର୍ଷ । ଏଥିରେ ୬ ଜଣ ଆହତ ହୋଇଛନ୍ତି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରାଯାଇଛି। ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅଧିନସ୍ତ ଜଳ ମଣ୍ଡୁଆ ପଂଚାୟତର ପଦୀନାରାୟଣପୁର ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। 

ସୂଚନା ଅନୁସାରେ, ପଦୀନାରାୟଣପୁର ଗାଁର ବିକାଶ ଭୂୟାଁ ଓ ସୁଧାଂଶୁ ଖୁଣ୍ଟିଆଙ୍କ ପରିବାର ମଧ୍ୟରେ ଦିର୍ଘ ଦିନ ଧରି ଜମିବାଡ଼ି ବିବାଦ ଲାଗିଥିଲା । ଏହାକୁ ନେଇ ଧାମନଗର ଥାନାରେ ଅଭିଯୋଗ ପରେ ପୋଲିସ ଉଭୟ ପକ୍ଷକୁ ଆଲୋଚନା ପାଇଁ ଥାନାକୁ ଡାକିଥିଲା। ତେବେ ଆଜି ବାଡ଼ ଉପୁଡ଼ାକୁ ନେଇ ନେଇ ଉଭୟ ପରିବାର ମଧ୍ୟରେ ବଚସା ହୋଇଥିଲା। ପରେ କିଛି ବାହାର ଗାଁ ଗୁଣ୍ଡା ଶ୍ରେଣୀର ଲୋକ ଖୁଣ୍ଟିଆ ଘର ଲୋକଙ୍କ ଉପରେ ଆସି ଅତର୍କିତ ଆକ୍ରମଣ କରିଥିଲେ। ଏପରି ଗାଁ ଭିତରେ ଖଣ୍ଡ ଭୁଜାଲି ବୁଲାଇ ଲୋକ ଙ୍କୁ ପ୍ରଥମେ ଭୟଭୀତ କରି ଖୁଣ୍ଟିଆ ଘର ଲୋକ ଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ।

ଏଥିରେ ୪ ଜଣ ମହିଳା ଗୁରୁତର ଆହତ ହୋଇଥିଲା ବେଳେ ଭୂୟାଁ ଘର ୨ ଜଣ ଲୋକ ମଧ୍ୟ ଆହତ ହୋଇଛନ୍ତି। ଏପରିକି ଗୁଣ୍ଡା ମାନଙ୍କ ଆକ୍ରମଣ ଦେଖି ଗ୍ରାମବାସୀ ମାନେ ଦୁଇ ଜଣ ଗୁଣ୍ଡାକୁ କାବୁ କରି ଗୋଟିଏ ଘରେ ଆବଧ କରି ରଖିଥିଲେ। ଏହି ଘଟଣାକୁ ନେଇ ଗ୍ରାମରେ ତୀବ୍ର ଉତ୍ତେଜନା ଦେଖା ଯାଇଥିଲା। ଖବର ପାଇ ଧାମନଗର ପୋଲିସ ପହଂଚି ଗ୍ରାମବାସୀଙ୍କ ଦ୍ୱାରା ଅଟକ ଦୁଇ ଗୁଣ୍ଡାଙ୍କୁ ଥାନାକୁ ଆଣିଥିଲା ବେଳେ ଆହତ ମାନଙ୍କୁ ଚିକିତ୍ସା ପାଇଁ ଧାମନଗର ଡାକ୍ତରଖାନାରେ ଭର୍ତ୍ତି କରିଛି। ଏବଂ ସେମାନଙ୍କ ଭିତରୁ ଗୁରୁତର ଥିବା କିଛି ଲୋକଙ୍କୁ କଟକ ମେଡ଼ିକାଲ ସ୍ଥାନତରିନ୍ତ କରାଯାଇଛି। ଧାମନଗର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।...