Odisha News: ଆଦିବାସୀଙ୍କୁ ବି ଚୂନ ଲଗାଇବାରେ ପଛଘୁଞ୍ଚା ଦେଇନାହାନ୍ତି ନବୀନ
Advertisement
Article Detail0/zeeodisha/odisha2417283

Odisha News: ଆଦିବାସୀଙ୍କୁ ବି ଚୂନ ଲଗାଇବାରେ ପଛଘୁଞ୍ଚା ଦେଇନାହାନ୍ତି ନବୀନ

Odisha News:ରାଜ୍ୟର ସରଳ ମତାଦାତା ଆଦିବାସୀମାନଙ୍କ ଭୋଟ୍ ହାତେଇବା ପାଇଁ ଅତ୍ୟନ୍ତ ଚତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଥରରେ ୨୧ଟି ଜିଲ୍ଲାରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରିଥିଲେ। ଆଦାବସୀମାନଙ୍କର ସାମାଜିକ, ଶୈକ୍ଷିକ ଓ ଅର୍ଥନୈତିକ ବିକାଶ ନୁହେଁ କେବଳ ବିଜେଡି ନେତାଙ୍କୁ ଥଇଥାନ କରିବା ଏହି ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା। 

Odisha News: ଆଦିବାସୀଙ୍କୁ ବି ଚୂନ ଲଗାଇବାରେ ପଛଘୁଞ୍ଚା ଦେଇନାହାନ୍ତି ନବୀନ

Odisha News:ରାଜ୍ୟର ସରଳ ମତାଦାତା ଆଦିବାସୀମାନଙ୍କ ଭୋଟ୍ ହାତେଇବା ପାଇଁ ଅତ୍ୟନ୍ତ ଚତୁର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୁଇଥରରେ ୨୧ଟି ଜିଲ୍ଲାରେ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦ ଗଠନ କରିଥିଲେ। ଆଦାବସୀମାନଙ୍କର ସାମାଜିକ, ଶୈକ୍ଷିକ ଓ ଅର୍ଥନୈତିକ ବିକାଶ ନୁହେଁ କେବଳ ବିଜେଡି ନେତାଙ୍କୁ ଥଇଥାନ କରିବା ଏହି ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ରାଜ୍ୟର ଆଦିବାସୀମାନଙ୍କ ବିକାଶ ନାମରେ ନବୀନ ସରକାର ରାଜ୍ୟ ବାହାରର ଠିକାଦାରମାନଙ୍କ ମାଧ୍ୟମରେ ଅର୍ଥ ହଡ଼ପ କରି କେବଳ ଖେଳ ସାମଗ୍ରୀ ଓ ବାଜା ଦେଇ ସେମାନଙ୍କର ବିକାଶର ଡିଣ୍ଡିମ ପିଟୁଥିଲେ ବୋଲି ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ବିଧାନସଭାରେ ସୂଚନା ଦେଇସାରିଛନ୍ତି। ଏହି ତଥ୍ୟକୁ ଉପଲବ୍ଧି କରି ବିଜେପିର ମୋହନ ସରକାର ନବୀନଙ୍କ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦକୁ ବୁଧବାର ଦିନ ଭାଙ୍ଗି ଦେଇଛନ୍ତି।

ଆଦିମ ଜନଜାତିଙ୍କ ବିକାଶ ପାଇଁ ଗତ ୯ ବର୍ଷ ମଧ୍ୟରେ ୭୮୪୮୫ ଲକ୍ଷ ୯୫ ହଜାର ଟଙ୍କା ଖର୍ଚ୍ଚ କରାଯାଇଛି। ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୧୫୩ କୋଟି ୬୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବାବେଳେ ସୁନ୍ଦରଗଡ଼ରେ ୧୨୫ କୋଟି ୯୭ ଲକ୍ଷ, କୋରାପୁଟରେ ୮୨ କୋଟି ୭୪ ଲକ୍ଷ, କେନ୍ଦୁଝରରେ ୭୯ କୋଟି ୨ଲକ୍ଷ, କନ୍ଧମାଳରେ ୭୦ କୋଟି ୯୨ ଲକ୍ଷ, ରାୟଗଡ଼ା ୬୫ କୋଟି ୧ଲକ୍ଷ, ନବରଂଗପୁରରେ ୫୯ କୋଟି ୧୦ଲକ୍ଷ, ମାଲକାନଗିରିରେ ୫୧ କୋଟି ଲକ୍ଷ,  ଗଜପତିରେ ୪୬ କୋଟି ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି। ଏହାଛଡ଼ା କେନ୍ଦ୍ରୀୟ ଅନୁଦାନ ଓ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ବଜେଟ୍‌ରେ ଆଦିବାସୀ ଅଞ୍ଚଳରେ ଖର୍ଚ୍ଚ ହୋଇଛି।

ତଥାପି ଏହି ଶ୍ରେଣୀର ଆଦିବାସୀମାନଙ୍କ ଶିକ୍ଷା, ସାମାଜିକ ଓ ଅର୍ଥନୈତିକ କ୍ଷେତରେ ଆଦୌ ପରିବର୍ତ୍ତନ ପରିଲକ୍ଷିତ ହୋଇନାହିଁ। ରାଜ୍ୟର ଆଦିବାସୀମାନଙ୍କର ମାସିକ ଆୟ ଅତି ନିମ୍ନ ଅବସ୍ଥାରେ ରହିଛି। ଏହି ଶ୍ରେଣୀର ପ୍ରାୟ ୯୯ ଭାଗ ଲୋକଙ୍କ ମାସିକ ଆୟ ୧୦ ହଜାର ଟଙ୍କାରୁ କମ୍‍ । ଏମାନଙ୍କ ଭିତରୁ ୯୦ ଭାଗରୁ ଊର୍ଦ୍ଧ୍ୱ ଲୋକଙ୍କ ଆୟ ମାସିକ ୫ ହଜାର ଟଙ୍କାରୁ କମ୍‍। କିନ୍ତୁ ଏମାନଙ୍କ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ତ୍ୱେ ସେମାନଙ୍କ ଅବସ୍ଥାର ବିଶେଷ ପରିବର୍ତ୍ତନ ହୋଇନାହିଁ।

ନବୀନଙ୍କ ସ୍ୱତନ୍ତ୍ର ଆଦିବାସୀ ବିକାଶ ପରିଷଦରେ ଆଦିବାସୀ ବିକାଶ ନାମରେ ଆଦିବାସୀଙ୍କୁ ନବୀନ ସରକାର କେବଳ କେବଳ ଖେଳ ସାମଗ୍ରୀ, ବାଦ୍ୟଯନ୍ତ୍ର ଓ ଠାକୁରାଣୀ ଘର କରିବାରେ ୯ ବର୍ଷ ମଧ୍ୟରେ ୭୮୪୮୫ ଲକ୍ଷ ୯୫ ହଜାର ଟଙ୍କା ଖର୍ଚ୍ଚ କରିଛନ୍ତି ବୋଲି ବିଜେପିର ବଡ଼ଚଣା ବିଧାୟକ ଅମର ନାୟକଙ୍କ ପ୍ରଶ୍ନର ଉତ୍ତରରେ ଅନୁସୂଚିତ ଜନଜାତି କଲ୍ୟାଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ଏହି ସୂଚନା ବିଧାନସଭାରେ ଦେଇଛନ୍ତି ।
ନବୀନ ସରକାର ଆଦିବାସୀମାନଙ୍କୁ ବିକାଶ ପରିଷଦ ନାମରେ ଯେଉଁ ଲଲିପପ୍ ଧରାଇଥିଲେ ତାହା ନିର୍ବାଚନରେ କାମ ଦେଇ ନାହିଁ। ବରଂ ଏହା ବିଜେଡି ପ୍ରତି ବୁମେରାଂ ହୋଇଛି। ରାଜ୍ୟରେ ଥିବା ୩୩ଟି ଅନୁସୂଚିତ ଜନଜାତି ସଂରକ୍ଷିତ ଆସନ ମଧ୍ୟରୁ ମାତ୍ର ୫ଟି ଆସନରେ ବିଜେଡି ବିଜୟୀ ହେବାରେ ସକ୍ଷମ ହୋଇଥିବାବେଳେ ବିଜେପି ୧୮ଟି, କଂଗ୍ରେସ ୯ଟି ଓ ସିପିଏମ୍ ଗୋଟିଏ ଆସନରେ ବିଜୟୀ ହୋଇଛି। ଏପରିକି ମୟୁରଭଞ୍ଜ ଭଳି ଆଦିବାସୀ ବହୁଳ ଜିଲ୍ଲାରେ ବିଜେଡି ମୂଳପୋଛ ହୋଇଯାଇଛି।

ନବୀନ ପଟ୍ଟନାୟକ ଦୀର୍ଘ ୨୪ ବର୍ଷର ଶାସନକାଳ ମଧ୍ୟରେ ଯେପରି ଆଦିବାସୀମାନଙ୍କ ପ୍ରତି ବିକାଶ ନାମରେ ଛଳନା କରୁଥିଲେ ତାହା ନିକଟରେ ଶେଷ ହୋଇଥିବା ନିର୍ବାଚନରେ କାମ ଦେଇନାହିଁ। ରାଜ୍ୟର ଆଦିବାସୀ ମତଦାତାମାନେ ଠକାମୀର ଶୀକାର ହୋଇଥିବାର ଅନୁଭବ କରିବା ପରେ ସେମାନେ ଗତ ନିର୍ବାଚନରେ ବିଜେଡି ନିଜ ସ୍ଥାନ ଦେଖାଇ ଦେଇଛନ୍ତି।