Odisha News: ଶ୍ରୀମନ୍ଦିର ଚାରି ପାଶ୍ୱର ଲାଇଟ ଖୋଲାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ
Advertisement
Article Detail0/zeeodisha/odisha2284148

Odisha News: ଶ୍ରୀମନ୍ଦିର ଚାରି ପାଶ୍ୱର ଲାଇଟ ଖୋଲାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

Odisha News: (ଭୁବନେଶ୍ୱର): ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଶ୍ରୀମନ୍ଦିର ଚାରିପଟୁ କାହିଁକି ଲାଇଟ କଢାଯାଇଛି ଏହାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। 

Odisha News: ଶ୍ରୀମନ୍ଦିର ଚାରି ପାଶ୍ୱର ଲାଇଟ ଖୋଲାଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ

Odisha News: (ଭୁବନେଶ୍ୱର): ଶ୍ରୀମନ୍ଦିରର ଆଲୋକିକରଣ ପାଇଁ ଲଗାଯାଇଥିଲା ଲାଇଟ୍ ଖୋଲି ଦିଆଯିବା ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନା। ଶ୍ରୀମନ୍ଦିର ଚାରିପଟୁ କାହିଁକି ଲାଇଟ କଢାଯାଇଛି ଏହାର ତଦନ୍ତ କରିବାକୁ ପୁରୀ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏହା ସହିତ ଆଲୋକୀକରଣର ତୁରନ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ। ଏପରିକି ସରକାରୀ ସ୍ତରରେ ଯଦି କୌଣସି ସହଯୋଗ ଆବଶ୍ୟକ ପଡେ ତେବେ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ମୁଖ୍ୟ ଶାସନ ସଚିବ କହିଛନ୍ତି। 

ALSO READ: Arun Patnaik: ବିଜେଡିର ମଙ୍ଗ ଧରିବେ କି ଅରୁଣ, ଜାଣନ୍ତୁ କାହିଁକି ଓଡି଼ଶା ଆସିଛନ୍ତି ନବୀନଙ୍କ ପୁତୁରା ?

ଏଠାରେ କହି ରଖୁ କି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସହ ମନ୍ଦିରକୁ ସଂପୂର୍ଣ୍ଣ ଆଲୋକିକରଣ କରାଯାଇଥିଲା। ମନ୍ଦିର ଚାରିପାର୍ଶ୍ୱରେ ଏକାଧିକ ଲେଜର ଲାଇଟ୍ ଲଗାଯାଇଥିଲା। ଉତ୍ତର ଦ୍ୱାର, ଦକ୍ଷିଣଦ୍ୱାର, ପଶ୍ଚିମଦ୍ୱାରରେ ବକ୍ସ ଭଳି ଏକାଧିକ ସ୍ଥାନରେ ବଡ଼ ବଡ଼ ଫୋକସିଂ ଲାଇଟ୍ ସବୁ ଲାଗିଥିଲା। ଏହି ଉଚ୍ଚକ୍ଷମତା ସଂପନ୍ନ ଲାଇଟ୍ ସିଧାସଳଖ ଶ୍ରୀମନ୍ଦିର ଓ ନୀଳଚକ୍ରରେ ପଡ଼ୁଥିଲା। ଫଳରେ ମେଘନାଦ ପାଚେରିଠାରୁ ଶ୍ରୀମନ୍ଦିର ନୀଳଚକ୍ର ପର୍ଯ୍ୟନ୍ତ ସ୍ପଷ୍ଟ ଦୃଶ୍ୟମାନ ହେଉଥିଲା। କିନ୍ତୁ ସରକାର ବଦଳିବା ପରେ କେହି ଦୁର୍ବୃତ୍ତ ଏହି ଲାଇଟ ସବୁ ଖୋଲି ନେଇଥିବା ଦେଖିବାକୁ ମିଳିଛି।