Odisha News: ଧର୍ମେନ୍ଦ୍ରଙ୍କୁ ବିରୋଧ, ତାଲିମ ନେବେନି ବିଜେଡି ବିଧାୟକ
Advertisement
Article Detail0/zeeodisha/odisha2386479

Odisha News: ଧର୍ମେନ୍ଦ୍ରଙ୍କୁ ବିରୋଧ, ତାଲିମ ନେବେନି ବିଜେଡି ବିଧାୟକ

Odisha News: ଦିନେ ଯେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି-ବିଜେପି ସମନ୍ୱୟର ସୂତ୍ର ବୋଲି କୁହାଯାଉଥିଲା ଅଥବା ନବୀନଙ୍କ ସହ ସମ୍ପର୍କ ସ୍ଥାପନର ଯିଏ ସଂଯୋଗ ସେତୁ ପାଲଟିଥିଲେ ଆଜି ତାଙ୍କୁ ବିଜେଡି ବିରୋଧ କରୁଛି। ତାଙ୍କୁ ଆଳ କରି ବିଧାନସଭାର ନିୟମିତ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଚିଠି ଲେଖିଛି। ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ଲେଖିଛନ୍ତି, ”କାର୍ଯ୍ଯକ୍ରମକୁ ଜଣେ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ଗୃହର ପରମ୍ପରାକୁ ଭଙ୍ଗ କରୁଛି। 

Odisha News: ଧର୍ମେନ୍ଦ୍ରଙ୍କୁ ବିରୋଧ, ତାଲିମ ନେବେନି ବିଜେଡି ବିଧାୟକ

Odisha News:(ଭୁବନେଶ୍ୱର):  ଦିନେ ଯେଉଁ କେନ୍ଦ୍ରମନ୍ତ୍ରୀଙ୍କୁ ବିଜେଡି-ବିଜେପି ସମନ୍ୱୟର ସୂତ୍ର ବୋଲି କୁହାଯାଉଥିଲା ଅଥବା ନବୀନଙ୍କ ସହ ସମ୍ପର୍କ ସ୍ଥାପନର ଯିଏ ସଂଯୋଗ ସେତୁ ପାଲଟିଥିଲେ ଆଜି ତାଙ୍କୁ ବିଜେଡି ବିରୋଧ କରୁଛି। ତାଙ୍କୁ ଆଳ କରି ବିଧାନସଭାର ନିୟମିତ କାର୍ଯ୍ୟକ୍ରମକୁ ବର୍ଜନ କରିବାକୁ ଚିଠି ଲେଖିଛି। ବିରୋଧୀ ଦଳର ମୁଖ୍ୟ ସଚେତକ ଭାବେ ପ୍ରମିଳା ମଲ୍ଲିକ ଲେଖିଛନ୍ତି, ”କାର୍ଯ୍ଯକ୍ରମକୁ ଜଣେ କେନ୍ଦ୍ରମନ୍ତ୍ରୀ ଉଦଘାଟନ କରିବା ଗୃହର ପରମ୍ପରାକୁ ଭଙ୍ଗ କରୁଛି। ଏହାଦ୍ୱାରା କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ପଦ ମର୍ଯ୍ୟାଦାକୁ ହାନୀ କରାଯାଉଛି’’ । ଏଣୁ ତାଙ୍କ ଦଳ ଏହି ନିଷ୍ପତ୍ତି ନେଇଛି।

ବିଜେଡିର ଅଭିଯୋଗ ଅନୁସାରେ ଏଭଳି କାର୍ଯ୍ୟକ୍ରମକୁ ସାଧାରଣତଃ ମୁଖ୍ୟମନ୍ତ୍ରୀ ଉଦ୍‍ଘାଟନ କରିଥାଆନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅନୁପସ୍ଥିତିରେ ବାଚସ୍ପତି କାର୍ଯ୍ୟକ୍ରମର ଅଧ୍ୟକ୍ଷ ପାଲଟନ୍ତି। କିନ୍ତୁ ଏଠାରେ ବିଧାନସଭାର ସଦସ୍ୟ ନଥିବା ଜଣେ ନେତାଙ୍କୁ ଉଦ୍‍ଘାଟନ ପାଇଁ ନିମନ୍ତ୍ରଣ କରାଯାଇଛି। ଏହା ପରମ୍ପରାର ବିରୋଧୀ ଏଣୁ ସେମାନେ ଏହାର ବିରୋଧ କରିଥିବା କହିଛନ୍ତି।

ବିଧାନସଭାର ପରମ୍ପରା ଅନୁସାରେ ଗୃହର କାର୍ଯ୍ୟଧାରା ବାବଦରେ ଅବଗତ କରାଇବା ଲାଗି ନବ ନିର୍ବାଚିତ ବିଧାୟକମାନଙ୍କ ପାଇଁ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ। ଏହିକ୍ରମରେ ବାଚସ୍ପତିଙ୍କ ପକ୍ଷରୁ ଆସନ୍ତା ୧୭ ଓ ୧୮ ତାରିଖ ଦୁଇ ଦିନ ଧରି ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପାଇଁ ଆବଶ୍ୟକ ବ୍ରବସ୍ଥା କରାଯାଇଛି। ଏଥିରେ ନୂଆ ବିଧାୟକଙ୍କୁ ବିଧାନସଭାର କାର୍ଯ୍ୟବିଧି, କମିଟି ବ୍ୟବସ୍ଥା, ବୈଧାନିକ ପ୍ରକ୍ରିୟା, ପ୍ରଶ୍ନକାଳ, ଶୂନ୍ୟକାଳ, ମୁଲତବୀ ପ୍ରସ୍ତାବ, ପଏଣ୍ଡ ଅଫ ଅର୍ଡର ସହ ବିଭିନ୍ନ କାର୍ଯ୍ୟଶୈଳୀ ବିଷୟରେ ତାଲିମ ପ୍ରଦାନ କରାଯିବ। ଏଥିରେ ବିରୋଧୀ ଦଳ ନେତା, ନବୀନ ପଟ୍ଟନାୟକଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପୂର୍ବତନ ବିଧାୟକ ନରସିଂହ ମିଶ୍ର ପ୍ରମୁଖଙ୍କ ଠାରୁ ଦିଗ୍‍ଦର୍ଶନ ଲାଭ କରିବାକୁ ବ୍ୟବସ୍ଥା  କରାଯାଇଛି। 

ଏଥର ବିଧାନସଭାରେ ୮୪ ଜଣ ନୂଆ ବିଧାୟକ ରହିଛନ୍ତି, ଯେଉଁମାନେ ପ୍ରଥମଥର ପାଇଁ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି। ଏହି ତାଲିକାରେ ଭାଜପାରୁ ସର୍ବାଧିକ ୫୪ ଜଣ ଥିବାବେଳେ, ବିଜେଡିରୁ ୧୮, କଂଗ୍ରେସରୁ ୯ ଓ ୩ ଜଣ ସ୍ବାଧୀନ ବିଧାୟକ ରହିଛନ୍ତି।