Advertisement
Article Detail0/zeeodisha/odisha2114553
Zee OdishaOdisha StatePlus Two Exam: ଆଜିଠୁ + ୨ କଳା-ବାଣିଜ୍ୟ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ରହିଛି ଏହି ସବୁ...

Plus Two Exam: ଆଜିଠୁ + ୨ କଳା-ବାଣିଜ୍ୟ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ରହିଛି ଏହି ସବୁ...

Plus Two Exam: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା (Plus Two Arts) ଓ ବାଣିଜ୍ୟ ପରୀକ୍ଷା (Plus Two  Commerce Exam)। ଏହି ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି । 

Plus Two Exam: ଆଜିଠୁ + ୨ କଳା-ବାଣିଜ୍ୟ ପରୀକ୍ଷା, ପରୀକ୍ଷାର୍ଥୀଙ୍କ ପାଇଁ ରହିଛି ଏହି ସବୁ...

Plus Two Exam: ଆଜିଠାରୁ ଆରମ୍ଭ ହେଉଛି ଯୁକ୍ତ ଦୁଇ କଳା (Plus Two Arts) ଓ ବାଣିଜ୍ୟ ପରୀକ୍ଷା (Plus Two  Commerce Exam)। ଏହି ବର୍ଷ କଳାରେ ମୋଟ ୨ ଲକ୍ଷ ୩୭ ହଜାର ୭୫୦ ପରୀକ୍ଷା ଦେଉଥିବା ବେଳେ ବାଣିଜ୍ୟରେ ୨୬ ହଜାର ୮୯ ଜଣ ପରୀକ୍ଷା ଦେଉଛନ୍ତି । ଅନ୍ୟପଟେ, ଧନ୍ଦାମୂଳକରେ ବି ୫ ହଜାର ୭୯୨ ଜଣ ପରିକ୍ଷାର୍ଥୀ ପରୀକ୍ଷା ଦେଉଛନ୍ତି।  ଆସନ୍ତା ମାର୍ଚ୍ଚ ୨୦ରେ ପରୀକ୍ଷା ଶେଷ ହେବ ବୋଲି ଜଣାପଡିଛି। ଅନ୍ୟପଟେ, ସୋସିଆଲ ମିଡି଼ଆରେ କୌଣସି ଭାଇରାଲ ପ୍ରଶ୍ନପତ୍ରକୁ ବିଶ୍ୱାସ ନ କରିବାକୁ ପରାମର୍ଶ ଦେଇଛନ୍ତି ସିଏଚଏସସି(CHSE) ପରୀକ୍ଷା ନିୟନ୍ତ୍ରକ ଅଶୋକ ନାୟକ। ପରୀକ୍ଷା କେନ୍ଦ୍ର ଗୁଡିକରେ ସିସିଟିଭି ଲଗାଯିବା ସହ ମାଧ୍ୟମିକ ଶିକ୍ଷା ପରିଷଦରେ ଏହାର ଲାଇଭ ଷ୍ଟ୍ରିମିଙ୍ଗ ବ୍ୟବସ୍ଥା  କରାଯାଇଛି। ତେବେ, ସବୁଠୁ ବଡ଼ କଥା ହେଲା ପରୀକ୍ଷା ଲାଗି ଭିନ୍ନକ୍ଷମମାନଙ୍କୁ ଅଧିକ ଘଣ୍ଟାଏ ସମୟ ମିଳିବ ବୋଲି ଜଣାପଡିଛି।

ALSO READ: Shani Dev: ଶନିଦଶାରୁ ମୁକ୍ତି ଦେବ ଏହି ସରଳ ଉପାୟ, କେବଳ ଶନିବାର କରିବାକୁ ହେବ ଏହି କାମ

ପରୀକ୍ଷା ପାଇଁ ଅଧଘଣ୍ଟା ପୂର୍ବରୁ ପରୀକ୍ଷା କେନ୍ଦ୍ରରେ ଛାତ୍ରଛାତ୍ରୀ ବୋଲି କୁହାଯାଇଛି। ୧୫ ମିନିଟ୍ ପୂର୍ବରୁ ହଲ୍ ପ୍ରବେଶ ସହ ୧୦ ମିନିଟ୍ ପୂର୍ବରୁ ଉତ୍ତର ଲେଖିବା ପାଇଁ ଖାତା ପାଇବେ। ୫ ମିନିଟ୍ ପୂର୍ବରୁ ପରୀକ୍ଷାର୍ଥୀଙ୍କୁ ପ୍ରଶ୍ନପତ୍ର ମିଳିବ । ଉତ୍ତର ଖାତାର ସିରିୟଲ୍ ନମ୍ବର ଏବଂ ପୃଷ୍ଠା ସଂଖ୍ଯା ଭଲଭାବରେ ଦେଖିବାକୁ ପଡ଼ିବ। ତ୍ରୁଟି ଥିଲେ ତୁରନ୍ତ ଜଣାଇବାକୁ ପରାମର୍ଶ ବି ଦିଆଯାଇଛି। ପ୍ରଶ୍ନ ପତ୍ରରେ ପୃଷ୍ଠା ସଂଖ୍ଯା କିମ୍ବା ଛପାଜନିତ ତ୍ରୁଟି ଥିଲେ ତୁରନ୍ତ ଜଣାଇବେ। ଛାତ୍ରଛାତ୍ରୀଙ୍କୁ କୌଣସି ଆଡିସନାଲ ସିଟ୍ ଦିଆଯିବ ନାହିଁ। ପ୍ରଶ୍ନ ପତ୍ରରେ ରୋଲ୍ ନମ୍ବର ଛଡା ଦାଗ ବି ଲଗାଇବେ ନାହିଁ। ନେହେଲ ଛାତ୍ରଛାତ୍ରୀ ମାନେ ମାଲପ୍ରାକ୍ଟିସ ହେବେ।

Add Zee News as a Preferred Source

ସେପଟେ, ଗତକାଲି (ଶୁକ୍ରବାର) ଠାରୁ  ଦୁଇ ବିଜ୍ଞାନ ପରୀକ୍ଷା ଆରମ୍ଭ ହୋଇଛି ।  ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଚଳିତ ବର୍ଷ ୩ ଲକ୍ଷ ୮୬ହଜାର ୨୫୦ ଛାତ୍ରଛାତ୍ରୀ ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଦେଉଛନ୍ତି। ଛାତ୍ରଛାତ୍ରୀମାନେ ପ୍ରଥମ ଦିନରେ ଅର୍ଥାତ୍ ଗତକାଲି ସାହିତ୍ୟ ପରୀକ୍ଷା ଦେଇଥିଲେ। 

About the Author