Odisha News: ଗୌରୀ ମଲ୍ଲିକ କିଏ? ଯିଏ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ ସହ ଗୋଟିଏ ରୁମରେ ଥିଲେ ୪ ବର୍ଷ
Advertisement
Article Detail0/zeeodisha/odisha1958173

Odisha News: ଗୌରୀ ମଲ୍ଲିକ କିଏ? ଯିଏ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ ସହ ଗୋଟିଏ ରୁମରେ ଥିଲେ ୪ ବର୍ଷ

 Odisha News: 'ଗୋଟିଏ ଥାଳିରେ ଖାଇଛୁ, ସାନ୍ତାଳି ଗୀତରେ ନାଚିଛୁ। ସୁଖ ଦୁଃଖ ବାଣ୍ଟିଛୁ। ହସିଖେଳି ଦିନ କାଟିଛୁ। ' ଥରୁଟିଏ ମୋ ବାନ୍ଧବୀକୁ ( friend) ଭେଟିବି, କିଛି ଆଶା ରଖିନି କି କୌଣସି ଅଭିଯୋଗ ନାହିଁ । ଏଭଳି କିଛି ହୃଦୟର କଥା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ  (President Draupadi Murmu) ବାନ୍ଧବୀ।

Odisha News: ଗୌରୀ ମଲ୍ଲିକ କିଏ? ଯିଏ ମ୍ୟାଡାମ୍ ପ୍ରେସିଡେଣ୍ଟଙ୍କ ସହ ଗୋଟିଏ ରୁମରେ ଥିଲେ ୪ ବର୍ଷ

(ଖୋର୍ଦ୍ଦା, ସୂର୍ଯ୍ୟ ନାରାୟଣ ମହାନ୍ତି) Odisha News: 'ଗୋଟିଏ ଥାଳିରେ ଖାଇଛୁ, ସାନ୍ତାଳି ଗୀତରେ ନାଚିଛୁ। ସୁଖ ଦୁଃଖ ବାଣ୍ଟିଛୁ। ହସିଖେଳି ଦିନ କାଟିଛୁ। ' ଥରୁଟିଏ ମୋ ବାନ୍ଧବୀକୁ ( friend) ଭେଟିବି, କିଛି ଆଶା ରଖିନି କି କୌଣସି ଅଭିଯୋଗ ନାହିଁ । ଏଭଳି କିଛି ହୃଦୟର କଥା କହିଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ  (President Draupadi Murmu) ବାନ୍ଧବୀ।  ସ୍କୁଲ ସମୟରେ ଗୋଟିଏ ହଷ୍ଟେଲର ଗୋଟିଏ ରୁମରେ ୪ ବର୍ଷ ଏକାଠି ରହିଥିବା ବାନ୍ଧବୀ ଜଣକ କିଏ । ଯିଏ ରାଷ୍ଟ୍ରପତିଙ୍କୁ ଭେଟିବାକୁ ବ୍ୟଗ୍ର । ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଏ ବାନ୍ଧବି ଜଣକ କିଏ। ଆସନ୍ତୁ ତାଙ୍କ ବିଷୟରେ ଜାଣିବା କିଛି ରୋଚକ କଥା।...

Also Read: Tiger 3: 'ଜଓ୍ବାନ୍'-'ପଠାନ'ର ରେକର୍ଡ ଭାଙ୍ଗିଲା 'ଟାଇଗର ୩', ଦ୍ବିତୀୟ ଦିନରେ ଆୟ କଲା ଏତେ କୋଟି

ଜଣେ ଭାରତର ସର୍ବୋଚ୍ଚ ପଦରେ ଆଉ ଜଣେ ଜରିପାଲ ତଳେ । ଦିନ ଥିଲା ଗୋଟିଏ ଘରେ ଗୋଟିଏ ଜାଗାରେ ଖାଉଥିଲେ । ସୁଖଦୁଃଖ ବାଣ୍ଟୁଥିଲେ । ଆଉ ହସି ଖେଳି ଦିନବି କଟାଉଥିଲେ , ମଜାମସ୍ତି ବି କରୁଥିଲେ।  ମନକୁ ଆନମନା କରୁଥିବା ପ୍ରଶ୍ନର ଉତ୍ତର ସାଙ୍ଗଠାରୁ ଖୋଜୁଥିଲେ । କିନ୍ତୁ ସମୟ ବଦଳିଲା । ଜଣେ ଭାରତର ରାଷ୍ଟ୍ରପତି (President Draupadi Murmu)  ହେଲେ । ଅନ୍ୟଜଣେ ନିଜ ଭାଗ୍ୟକୁ ଆଦରି ଜରିପାଲ ତଳେ ଜୀବନ କାଟୁଛନ୍ତି । ସାଙ୍ଗକୁ ଭେଟିବାକୁ ଇଚ୍ଛା ଥିଲେ ବି ଅର୍ଥ ପ୍ରତିବନ୍ଧକ ସାଜିଛି । ସେ ହେଉଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ପିଲାଦିନର ସାଙ୍ଗ ଗୌରୀ ମଲ୍ଲିକ (President Draupadi Murmu friend gouri mallick) ।

 

ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ବ୍ଲକ୍ ଦୁର୍ଗାପୁର ଗାଁର ଗୌରୀ ମଲ୍ଲିକ । ଗୌରୀଙ୍କ ବାପ ଘର ଖୋର୍ଦ୍ଧା ସାମନ୍ତରାୟପୁର। ସେ ଅଷ୍ଟମ ଶ୍ରେଣୀରେ ଭୁବନେଶ୍ବର ୟୁନିଟ - ୨ ବାଳିକା ହାଇସ୍କୁଲରେ ପାଠ ପଢୁଥିଲେ । ସେତେବେଳେ ସ୍ପେଶାଲ ଆଦିବାସୀ ହଷ୍ଟେଲରେ ରହୁଥିଲେ । ମହାମହିମ ମଧ୍ୟ ସେହି ସ୍କୁଲରେ ପଢ଼ୁଥିଲେ । ଗୌରୀ ଯେଉଁ ହଷ୍ଟେଲ ଏବଂ ଯେଉଁ ରୁମରେ ରହୁଥିଲେ ସେହି ରୁମରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରହୁଥିଲେ । ଦୁହେଁ ଏକାଠି ପାଠ ପଢ଼ୁଥିଲେ , ଖେଳୁଥିଲେ  ଆଦିବାସୀ ଗୀତରେ ପାଦରେ ପାଦ ମିଳାଇ ନାଚୁଥିଲେ । ୪ବର୍ଷ ଧରି ଏକାଠି ରହି ପାଠ ପଢିଥିଲେ ବୋଲି ଗୌରୀ କହିଛନ୍ତି । ରାଷ୍ଟ୍ରପତି ଓଡ଼ିଶା ଆସିଲେ ତାଙ୍କ ପିଲା ବେଳର ସାଙ୍ଗଙ୍କୁ ଭେଟୁଥିବା ବେଳେ ଗୌରୀ କିନ୍ତୁ ଏଥିରୁ ବଞ୍ଚିତ ହେଉଥିବା କହିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ନିଶ୍ଚେ ଭେଟିବେ । ଆଉ ପିଲା ବେଳର ସ୍ମୃତିକୁ ବଖାଣିବେ ବୋଲି ଗୌରୀ ଆଶା ରଖିଛନ୍ତି । ପ୍ରଶାସନ ପକ୍ଷରୁ ଗୌରୀଙ୍କୁ ମହାମହିମ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ କରିବା ପାଇଁ ପଦକ୍ଷେପ ଗ୍ରହଣ କରାଗଲେ ସେ ଉପକୃତ ହୁଅନ୍ତେ ବୋଲି କହିଛନ୍ତି। ତେବେ ରାଷ୍ଟ୍ରପତିଙ୍କ ପିଲାବେଳର ସାଙ୍ଗ ଗୌରୀ କେବେ ମହାମହିମଙ୍କୁ ଭେଟୁଛନ୍ତି ତାହା ଦେଖିବାକୁ ବାକି ରହିଲା ।