Teacher Strike: ପିଲାଙ୍କ ପାଠପଢାରେ ଡୋରି ବାନ୍ଧିଲେ ଶିକ୍ଷକ, ୧୧ ଦିନରେ ବି ଜାରି ରହିଛି ଆନ୍ଦୋଳନ
Advertisement

Teacher Strike: ପିଲାଙ୍କ ପାଠପଢାରେ ଡୋରି ବାନ୍ଧିଲେ ଶିକ୍ଷକ, ୧୧ ଦିନରେ ବି ଜାରି ରହିଛି ଆନ୍ଦୋଳନ

Teacher Strike:  ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଏକାଦଶ ଦିନରେ ପହଞ୍ଚିଛି (Teacher Strike)। ଏବଂ ସମୁହ ଛୁଟି ଷଷ୍ଠ ଦିନରେ ପହଞ୍ଚିଛି। ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ ଠପ ହୋଇ ପଡିଛି (Primary school Teacher Strike)  । ଶିକ୍ଷକ ମାନେ ଯଦି ତାଙ୍କର ସଠିକ ପ୍ରାପ୍ୟ ନ ପାଇବେ । ତେବେ ସେମାନେ ସୁସ୍ଥ ମାନସିକତା ସହିତ କିପରି ଶିକ୍ଷାଦାନ କରିବେ ? ସାଧାରଣ ଦିନ ମଜୁରିଆ ଦିନକୁ ୫୦୦ ଟଙ୍କା ପାଉଛି କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ଆଜିର ଦିନରେ ମଧ୍ୟ ମାସକୁ ୭୫୦୦ ଟଙ୍କାରେ ଦିନକୁ ୨୫୦ ଟଙ୍କାରେ ଶିକ୍ଷାଦାନ କରୁଛନ୍ତି। 

Teacher Strike: ପିଲାଙ୍କ ପାଠପଢାରେ ଡୋରି ବାନ୍ଧିଲେ ଶିକ୍ଷକ,  ୧୧ ଦିନରେ  ବି ଜାରି ରହିଛି ଆନ୍ଦୋଳନ

(ସୂର୍ଯ୍ୟ ନାରାୟଣ ମହାନ୍ତି, ଭୁବନେଶ୍ବର): ସାରା ରାଜ୍ୟରେ ପ୍ରାଥମିକ ଶିକ୍ଷକଙ୍କ ଆନ୍ଦୋଳନ ଆଜି ଏକାଦଶ ଦିନରେ ପହଞ୍ଚିଛି (Teacher Strike)। ଏବଂ ସମୁହ ଛୁଟି ଷଷ୍ଠ ଦିନରେ ପହଞ୍ଚିଛି। ଯାହା ଫଳରେ ରାଜ୍ୟରେ ସରକାରୀ ସ୍କୁଲରେ ପ୍ରାଥମିକ ଶିକ୍ଷା ସମ୍ପୂର୍ଣ ଠପ ହୋଇ ପଡିଛି (Primary school Teacher Strike)  । ଶିକ୍ଷକ ମାନେ ଯଦି ତାଙ୍କର ସଠିକ ପ୍ରାପ୍ୟ ନ ପାଇବେ । ତେବେ ସେମାନେ ସୁସ୍ଥ ମାନସିକତା ସହିତ କିପରି ଶିକ୍ଷାଦାନ କରିବେ ? ସାଧାରଣ ଦିନ ମଜୁରିଆ ଦିନକୁ ୫୦୦ ଟଙ୍କା ପାଉଛି କିଛି ଶିକ୍ଷକ ଅଛନ୍ତି ଯେଉଁମାନେ ଆଜିର ଦିନରେ ମଧ୍ୟ ମାସକୁ ୭୫୦୦ ଟଙ୍କାରେ ଦିନକୁ ୨୫୦ ଟଙ୍କାରେ ଶିକ୍ଷାଦାନ କରୁଛନ୍ତି। 

 ଶିକ୍ଷକ ମାନେ ଉଚିତ ପ୍ରାପ୍ୟ ସହିତ ନିଯୁକ୍ତି ସ୍ଥାୟିତ୍ୱ ନ ହେଲେ ସେମାନେ କିଭଳି ଆମର ଆଗାମୀ ଭବିଷ୍ୟତ ମାନଙ୍କୁ ଉତ୍ତମ ଶିକ୍ଷା ପ୍ରଦାନ କରିପାରିବେ । ତେଣୁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଶିକ୍ଷାଦାନ ସହିତ ଶିକ୍ଷକ ମାନଙ୍କ ୪୨୦୦ ଗ୍ରେଡ଼ ପେ, କଳା ଓ ଖେଳ ଶିକ୍ଷକ ୧୦ ବର୍ଷରୁ ଉର୍ଦ୍ଧ, ପୂର୍ବରୁ ଶିକ୍ଷା ସହାୟକ ୧୫୦୦ ଠାରୁ ୧୧୦୦୦ ପଯ୍ୟନ୍ତ ପ୍ରାୟ ୨୦ ବର୍ଷରୁ ଉର୍ଦ୍ଧ କାଯ୍ୟ କରୁଥିବା ଶିକ୍ଷକ ମାନଙ୍କୁ ଏବଂ ଅସ୍ଥାୟୀ ଶିକ୍ଷକ ମାନଙ୍କୁ ସ୍ଥାୟୀ ନିଯୁକ୍ତି ଦାବିର ସରକାର ତୁରନ୍ତ ସମାଧାନ ସହ ପୁରୁଣା ପେନସନ ପାଇଁ ଆଲୋଚନା ବ୍ୟବସ୍ଥା କରନ୍ତୁ  ବୋଲି ଓଡିଶା ଅଭିଭାବକ ମହାସଂଘ ଦାବି ଜଣାଇଛି । 

ସରକାରୀ କାର୍ଯ୍ୟକ୍ରମରେ ଟେଣ୍ଟ ଓ ହଜାର ହଜାର ଲୋକଙ୍କୁ ବୁହାଇ ବିଭିର୍ଣ୍ଣ ଚାକଚକ୍ୟ ଖର୍ଚ୍ଚ କାଟ କରି ଶିକ୍ଷକ ମାନଙ୍କ ପାଇଁ ଅର୍ଥ ବରାଦ କରିବାପାଇଁ ମହାସଂଘ ଦାବି କରିଛି । ପ୍ରାଥମିକ ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇ ଓଡିଶା ଅଭିଭାବକ ମହାସଂଘ ଅଧକ୍ଷ୍ୟ ବାସୁଦେବ ଭଟ୍ଟ, ସହ-ଅଧକ୍ଷ ପ୍ରସନ୍ନ ବିଷୋୟୀ, ରାଜ୍ୟ ଠିକା କର୍ମଚାରୀ ମହାମଞ୍ଚ ସଭାପତି ବିଜୟ ମଲ୍ଲ, ପ୍ରଶାନ୍ତ ରାଉତରାୟ, ଖୋର୍ଦ୍ଧା ଜିଲ୍ଲା ପ୍ରାଥମିକ ଶିକ୍ଷକ ସଙ୍ଘ ସଭାପତି ଅକ୍ଷୟ ମଲ୍ଲିକ ଆଜି ଖୋର୍ଦ୍ଧା, ଜଟଣୀ, କଣ୍ଟାପଡା ବିଇଓ ଅଫିସରେ ପହଂଚି ଶିକ୍ଷକ ମାନଙ୍କ ଆନ୍ଦୋଳନକୁ ସମର୍ଥନ ଜଣାଇଥିଲେ ।

ଆନ୍ଦୋଳନରତ ଶିକ୍ଷକ ମାନଙ୍କ ସହିତ ଆଲୋଚନା ବେଳେ ଅଭିଭାବକ ମାନେ ଆମ ପାଖକୁ ପିଲାଙ୍କୁ ଆଠ ଘଣ୍ଟା ପର୍ଯ୍ୟନ୍ତ ନିଶ୍ଚିନ୍ତରେ ରହି ସ୍କୁଲକୁ ପଢି ବାକୁ ଛାଡ଼ୁଛନ୍ତି । ସବୁ ପିଲା ଆମର ନିଜ ପିଲା ଆନ୍ଦୋଳନ ଯୋଗୁ ସେମାନେ ସ୍କୁଲରେ ପାଠ ପଢାଇ ପାରୁ ନଥିବାରୁ ଗଭୀର ଦୁଃଖ ପ୍ରକାଶ କରିଥିଲେ । ସେମାନଙ୍କର ପେଟ ପାଟଣା, ଅସୁବିଧା, ସମସ୍ୟା, ଦୁଃଖ କଷ୍ଟ ତଥା ନିଜର ନ୍ୟାର୍ଯ୍ୟ ଅଧିକାର ପ୍ରାପ୍ତି ଯୋଗୁଁ ଆନ୍ଦୋଳନରେ ଅଛନ୍ତି । ମୁଖ୍ୟମନ୍ତ୍ରୀ ଠିକା ନିଯୁକ୍ତି ଉଛେଦ ଘୋଷଣା କରିଥିବା ବେଳେ ପୁଣି ଠିକା ବ୍ୟବସ୍ଥା ଗୁରୁ ମାନଙ୍କ ଆତ୍ମସମ୍ମାନ କ୍ଷେତ୍ରରେ କୁଠାରଘାତ ହୋଇଛି। ଏହା ଆମକୁ ବାଧିଛି  ,ରାଜ୍ୟ ସରକାର ଆର୍ଥିକ ବଳକା ରାଜ୍ୟ ଘୋଷଣା କରୁଛନ୍ତି । ତେଣୁ କେବଳ କେନ୍ଦ୍ର ଯୋଜନା ଦ୍ୱାହି ଦେଇ ପାର ହେବା ମାନସିକତା ଛାଡି ଯୋଜନାଭୁକ୍ତ ନିଯୁକ୍ତି ପ୍ରକ୍ରିୟା ରୁ ଓହରି ନିଜସ୍ୱ ପାଣ୍ଠିରୁ ଶିକ୍ଷକ ମାନଙ୍କୁ ଦରମା ଦିଅନ୍ତୁ ।

୧୧ ଟି ଜିଲ୍ଲାରେ ସ୍କୁଲ ଖୋଲା ଅଛି ଓ ପାଠ ପଢା ଠିକ ଚାଲିଛି ବୋଲି ସରକାର କହୁଛନ୍ତି । ଏହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି କହିଛନ୍ତି  ବାସୁଦେବ ଭଟ୍ଟ । ବାସ୍ତବରେ ରାଜ୍ୟରେ ୧୫ ହଜାର ସ୍କୁଲରେ ଜଣେ ମାତ୍ର ଶିକ୍ଷକ ଓ ୮ ହଜାର ସ୍କୁଲରେ ଦୁଇ ଜଣ ଶିକ୍ଷକରେ ପାଠପଢ଼ା ଚାଲିଥାଏ । ତେଣୁ, ଶିକ୍ଷକ ଆନ୍ଦୋଳନ ଯୋଗୁଁ ସେହି ତଥ୍ୟ ଅନୁଯାଇ ପ୍ରାୟ ୨୫ ହଜାର ସ୍କୁଲରେ ତ ଏମିତି ଭାବେ ସ୍କୁଲରେ କେହି ଶିକ୍ଷକ ୧୦ ଦିନ ହେଲା ଯାଇନାହାନ୍ତି ବାକି ରହିଲା ସ୍କୁଲ ଖୋଲା ରହିବା କଥା ସ୍କୁଲ କେବଳ ମଧ୍ୟାହ୍ନ ଭୋଜନ ପାଇଁ ଖୋଲାଯାଇନି । ସେଠାରେ ପାଠ ପଢ଼ାଯିବା କଥା ତେଣୁ , ସରକାର ତୁରନ୍ତ ଶିକ୍ଷକ ମାନଙ୍କ ସହିତ ଆଲୋଚନା କରି ସେମାନଙ୍କ ସର୍ବନିମ୍ନ ଦାବି ପୂରଣ କରି ସ୍କୁଲ ଖୋଲି ପାଠ ପଢ଼ାଇବାର ବନ୍ଦୋବସ୍ତ କରନ୍ତୁ । 

ଆଜି ମହାସଂଘ ଡାକରାରେ ରାଜ୍ୟରେ ବିଭିନ୍ନ ସ୍କୁଲରେ ଅଭିଭାବକ ମାନେ ସ୍କୁଲ ସାମ୍ନାରେ ଧାରଣା ଦେଇ ସରକାର ଶିକ୍ଷକ ମାନଙ୍କ ଦାବି ପୂରଣ କରି ସ୍କୁଲରେ ପାଠ ପଢାକୁ ସ୍ୱାଭାବିକ କରିବାକୁ ଅନୁରୋଧ କରିଛନ୍ତି । ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ ଓ ପ୍ରସନ୍ନ ବିଷୋୟୀଙ୍କ ଉପସ୍ଥିତିରେ ଖୋର୍ଦ୍ଧାର ମୁକୁନ୍ଦପ୍ରସାଦ ଓ ଚାଚେରା ଶବର ସାହି ପ୍ରାଥମିକ ସ୍କୁଲରେ ଅନେକ ଅଭିଭାବକ ମାନେ ମଧ୍ୟ ଉପସ୍ଥିତ ରହି ଶିକ୍ଷକ ମାନଙ୍କ ଦାବି ପୂରଣ କରି ତୁରନ୍ତ ପାଠ ପଢ଼ା ସ୍ୱାଭାବିକ କରିବାକୁ ସରକାରଙ୍କୁ ଦାବି ଜଣାଇଥିଲେ । ସରକାର ସମସ୍ୟା ସମାଧାନ ନକରନ୍ତି ତେବେ ରାଜ୍ୟରେ ୪୮୬୦୦ ସ୍କୁଲ ସାମ୍ନାରେ ଅଭିଭାବକ ମାନେ ଧାରଣା ଦେବେ । ଆଗକୁ ଯେଉଁ ଅସ୍ୱାଭାବିକ ପରିସ୍ଥିତି ସୃଷ୍ଟି ହେବ ସେଥିପାଇଁ ସରକାର ଦାୟୀ ରହିବେ ବୋଲି ମହାସଂଘ ଅଧକ୍ଷ ବାସୁଦେବ ଭଟ୍ଟ କହିଛନ୍ତି । ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଗଣେଶଙ୍କ ପୂଜା ଓ ପରଦିନ ନୂଆଖାଇ ଧାରଣା ସ୍ଥଳରେ ପାଳନ କରିବେ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ, ନିନ୍ଦନୀୟ ଓ ଚରମ ବିଚ୍ୟୁତି ସୃଷ୍ଟି କରିବ । ତେଣୁ ଯଦି ବୁଧବାର ସୁଦ୍ଧା ସରକାର ଦାବି ପୂରଣ ନକରନ୍ତି ତେବେ ଆସନ୍ତା ୨୧ ତାରିଖ ଗୁରୁବାର ଦିନ ମହାସଂଘ ପରବର୍ତ୍ତୀ ନିଷ୍ପତି ଗ୍ରହଣ କରିବ ବୋଲି ସହ ଅଧକ୍ଷ ପ୍ରସନ୍ନ ବିଷୋୟୀ କହିଛନ୍ତି ।