Puri News: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା ସହ ଆୟବ୍ୟୟର ହିସାବ ନେବେ ଶ୍ରୀସୁଦର୍ଶନ
Advertisement
Article Detail0/zeeodisha/odisha1883841

Puri News: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ, ନଗର ପରିକ୍ରମା ସହ ଆୟବ୍ୟୟର ହିସାବ ନେବେ ଶ୍ରୀସୁଦର୍ଶନ

Puri News: ଆଜି ଶ୍ରୀମନ୍ଦିରରେ ରାଧାଷ୍ଟମୀ  (radhastami in puri jagannath temple)। ଏହି ଅବସରରେ ଚକ୍ରରାଜ ସୁଦର୍ଶନଙ୍କ (sudarsan) ଚଳନ୍ତି ପ୍ରତିମା ନଗର ପରିକ୍ରମା କରିବେ । ଆଜି ଅପରାହ୍ନରେ ସୁଦର୍ଶନ ମହାପ୍ରଭୁ (Sudarshan Mahaprabhu) ଶ୍ରୀମନ୍ଦିର (srimandir) ବେଢା ପରିକ୍ରମା କରିବା ପରେ ବାହାରକୁ ତାଙ୍କ ବିମାନ ବାହାରି ନଗର ପରିକ୍ରମା ଓ ପନ୍ତି ଭୋଗ ଖାଇବା ପରେ ମହାପ୍ରଭୁଙ୍କ ଭଣ୍ଡାର ରକ୍ଷକ ଓ ହିସାବ ରକ୍ଷକ ଭାବେ ପରିଚିତ ଗୌଡ଼ବାଡ଼ ସାହିରେ ଥିବା ଜମ୍ବେଶ୍ୱର ମହାଦେବ ମନ୍ଦିରକୁ ବିଜେ କରିବେ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Also Read: Video: ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ମଙ୍ଗଳାଳତୀ ଦର୍ଶନରୁ ଆରମ୍ଭ କରନ୍ତୁ ଆପଣଙ୍କ ଦିନ, ଦେଖନ୍ତୁ ଭିଡ଼ିଓ

Also Read: Rayagada News: ତୃତୀୟ ଶ୍ରେଣୀର ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ପିଅନକୁ ଉଠାଇ ନେଲା ପୋଲିସ୍

ସେଠାରେ ଶୀତଳ ଭୋଗ ଓ ପ୍ରସାଦ ଲାଗି ନିତି ଅନୁଷ୍ଠିତ ହେବ । ଜମ୍ବେଶ୍ୱରଙ୍କ ପକ୍ଷରୁ ଜଣେ ପୂଜାପଣ୍ଡା ସାମନ୍ତ ଶ୍ରୀମନ୍ଦିରର (srimandir) ବାର୍ଷିକ ଆୟବ୍ୟୟ ହିସାବ ସୁଦର୍ଶନଙ୍କ (Sudarshan Mahaprabhu) ସମୁଖରେ ପଢି ନିତି ସମ୍ପର୍ଣ୍ଣ କରିବେ । ସୁଦର୍ଶନ ମହାପ୍ରଭୁ ଜମ୍ବେଶ୍ୱରଙ୍କ ଠାରୁ ଆୟବ୍ୟୟ ହିସାବ ଆଣିବା ପରେ ସେଠାରୁ ଶ୍ରୀମନ୍ଦିର ପ୍ରତ୍ୟାବର୍ତ୍ତନ କରିବେ । ଗତକାଲି ରାତିରେ ଶ୍ରୀମନ୍ଦିରରେ କେକେସି ରାକ୍ଷସ ବଧ ନିତି ଅନୁଷ୍ଠିତ ହୋଇଥିଲା । ସେପଟେ ଗତକାଲି ଶ୍ରୀକୃଷ୍ଣ ଲିଳାର କେକେଶୀ ବଦ୍ଧ ନିତି ସମ୍ପର୍ଣ୍ଣ ହୋଇଛି। ରାତ୍ର ୧୦ଟା ୨୫ରେ ମହାପ୍ରଭୁଙ୍କ ଚନ୍ଦନଲାଗି ହେବା ପରେ ୧୧ଟା ୧୦ ରେ ବଡସିଂହାର ବେଶ ହୋଇଥିଲେ ମହାପ୍ରଭୁ। 

୧୧ଟା ୪୦ରେ ବଡସିଂହାର ଭୋଗ ବଢିବା ପରେ ରାତ୍ର ୧୨ଟା ୧୦ ରେ ପହୁଡ ହୋଇଥିଲେ। ତେବେ ଆଜି ପବିତ୍ର ରାଧାଷ୍କମୀ (Radha Ashtami 2023) ହୋଇଥିବାରୁ ନିତି ସଅଳ କରାଯାଇଛି। ସକାଳ ୫ଟା ୧୮ରେ ଭିତରଚ୍ଛ ମହାପାତ୍ରଙ୍କ ଦ୍ୱାରା ଶ୍ରୀମନ୍ଦିର ଦ୍ୱାର ଫିଟା ହେବା ସହ ମହାପ୍ରଭୁଙ୍କ ନିକଟରେ ମଙ୍ଗଳାଳତୀ, ମଇଲମ, ଅବକାଶ ଆଦି ଦୈନନ୍ଦିନ ନିତିକାନ୍ତି ବଢିଛି। ତେବେ, ଆଜି ପବିତ୍ର ରାଧାଷ୍ଟମୀ (Radha Ashtami 2023) ସହିତ ଶନିବାର ଥିବା ହେତୁ ଭକ୍ତଙ୍କ ଗହଳି ଜମିଛି। ହଜାର ହଜାର ଭକ୍ତ ସକାଳୁ ସକାଳୁ ମହାପ୍ରଭୁଙ୍କ ସାନିଧ୍ୟ ଲାଭ କରିବାକୁ ଶ୍ରୀମନ୍ଦିରରେ ଜଗା ଦର୍ଶନ ପାଇଁ ଭିଡ଼ ଲଗାଇଛନ୍ତି।