)
Rajnath Singh: ଆଗକୁ ଆସୁଛି ସାଧାରଣ ନିର୍ବାଚନ । ଏନେଇ କେନ୍ଦ୍ରୀମନ୍ତ୍ରୀ ମାନେ ବାରମ୍ବାର ଓଡିଶା ଗସ୍ତ କରି ଲୋକଙ୍କ ମନ କିଣିବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି । ଏହି କ୍ରମରେ ଆସନ୍ତାକାଲି( ଫେବୃଆରୀ ୨୨)ରେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଓଡି଼ଶା ଗସ୍ତରେ ବ୍ରହ୍ମପୁର ସ୍ଥାନ ପାଇଛି। ସେହିଦିନ ଅପରାହ୍ନ ପ୍ରାୟ ୧ଟା ବେଳେ ଆମ୍ବପୁଆ ଠାରେ ବିଜେପି ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ନିଜ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେବେ ବୋଲି ଶୁଣିବାକୁ ମିଳୁଛି ।
ସୂଚନା ଅନୁସାରେ, ବିଜେପିରେ ଯୋଗ ଦେବାକପ ଦୃଷ୍ଟିରେ ରଖି ବିଧାୟକଙ୍କ ସମର୍ଥକ ମାନେ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ନିର୍ବାଚନ ମଣ୍ତଳୀ ଅନ୍ତର୍ଗତ ଗୋପାଳପୁର ଏନଏସି , ରଂଗେଇଲୁଣ୍ତା ଓ କୁକୁଡାଖଣ୍ତି ବ୍ଲକରେ ୩୭ ପଞ୍ଚାୟତ ଏବଂ ବ୍ରହ୍ମପୁର ମହାନଗର ନିଗରମର ୬ଟି ଓ୍ବାର୍ଡ଼ରୁ କିଭଳି ବହୁ ସଂଖ୍ୟାରେ କର୍ମୀ ଯୋଗଦେବେ,ସେଥିପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଇଛି। ପ୍ରଦୀପ ପାଣିଗ୍ରାହୀ, ବିଜେପିରେ ଯୋଗ ଦାନ ନେଇ କିଛି ଦିନତଳେ ସୋସିଆଲ ମିଡି଼ଆରେ ଚର୍ଚ୍ଚା ଜୋର ଧରିଥିଲା। କିଛି ଦିନ ତଳେ ରାଜ୍ୟ ବିଜେପି ସଭାପତିଙ୍କୁ ଭେଟିବା ପରେ ଏହି ଚର୍ଚ୍ଚା ଅଧିକ ହୋଇଥିଲା।