Odisha News: ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ୍ ରହିବ ଗୃହ
Advertisement
Article Detail0/zeeodisha/odisha2391326

Odisha News: ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ୍ ରହିବ ଗୃହ

Odisha News: ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବାକୁ ଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାରୁ ନିଷ୍ପତ୍ତି ନେଇଛନ୍ତି ।  ପୋଲାଭରମ୍ ପ୍ରକଳ୍ପ ସହ ଭତ୍ତା, ସୁଭଦ୍ରା ଯୋଜନା, ଆଳୁ ସଙ୍କଟ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ୍‌କୁ ନେଇ ଗୃହ ସରଗରମ୍ ରହିବା ନେଇ ଅନୁମାନ କରାଯାଉଛି ।

Odisha News: ଆଜିଠାରୁ ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ, ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ୍ ରହିବ ଗୃହ

Odisha News: ଆଜିଠାରୁ ବିଧାନସଭା ବଜେଟ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବାକୁ ଯାଉଛି । ସେପ୍ଟେମ୍ବର ୧୩ ତାରିଖ ଯାଏଁ ଅଧିବେଶନ ଚାଲିବାକୁ ଥିବାବେଳେ ବିଭିନ୍ନ ପ୍ରସଙ୍ଗକୁ ନେଇ ବିରୋଧୀ ସରକାରଙ୍କୁ ଘେରିବାରୁ ନିଷ୍ପତ୍ତି ନେଇଛନ୍ତି ।  ପୋଲାଭରମ୍ ପ୍ରକଳ୍ପ ସହ ଭତ୍ତା, ସୁଭଦ୍ରା ଯୋଜନା, ଆଳୁ ସଙ୍କଟ, ଆଇନ ଶୃଙ୍ଖଳା ପରିସ୍ଥିତି ଆଦି ପ୍ରସଙ୍ଗ୍‌କୁ ନେଇ ଗୃହ ସରଗରମ୍ ରହିବା ନେଇ ଅନୁମାନ କରାଯାଉଛି । ଅପରପକ୍ଷେ ବିରୋଧୀଙ୍କ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଥିବାେନେଇ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ଦମ୍ଭୋକ୍ତି ପ୍ରକାଶ କରିଛି ଶାସକ ଦଳ । ସଂସଦୀୟ ବ୍ୟାପର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ ସରକାରୀ ଦଳ ସମସ୍ତ ଆଲୋଚନାକୁ ସାମ୍ନା କରିବା ପାଇଁ ପୂର୍ଣ୍ଣ ପ୍ରସ୍ତୁତ ରହିଛନ୍ତି । ବିଭିନ୍ନ ସମସ୍ୟାର ସମାଧାନ କରିବା ପାଇଁ ଆମେ ଯାହା ଯାହା ପଦକ୍ଷେପ ଗ୍ରହଣ କରିଛୁ, ତାହା ଗୃହକୁ ଅବଗତ କରିବୁ । ସମସ୍ତ ଗଠନମୂଳକ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି ।ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୨୧ ତାରିଖରୁ ସେପ୍ଟେମ୍ବର ୯ ତାରିଖ ଯାଏଁ ବିଭିନ୍ନ ବିଭାଗର ଖର୍ଚ୍ଚଦାବୀ ଆଗତ ହେବ । ଏହାପରେ ୧୦ ତାରିଖରେ ବ୍ୟୟ ମଞ୍ଜୁରୀ ବିଧେୟକ ଆଗତ ହେବାର କାର୍ଯ୍ୟକ୍ରମ ରହିଛି ।

ALSO READ: Today Horoscope: ମେଷ -କର୍କଟ ସହ ଏହି ତିନି ରାଶିଙ୍କ ପାଇଁ ଆଜିର ଦିନ ରହିବ ଅଶୁଭ! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର?