Startup Seminar: ଉଦ୍ୟୋଗ ଓ ବାଣିଜ୍ୟ ଉପରେ କର୍ମଶାଳା, ବିଶିଷ୍ଟ ବ୍ୟବସାୟୀଙ୍କ ମାର୍ଗଦର୍ଶନ
Advertisement
Article Detail0/zeeodisha/odisha2109282

Startup Seminar: ଉଦ୍ୟୋଗ ଓ ବାଣିଜ୍ୟ ଉପରେ କର୍ମଶାଳା, ବିଶିଷ୍ଟ ବ୍ୟବସାୟୀଙ୍କ ମାର୍ଗଦର୍ଶନ

କଟକ: ଚଳିତ ସପ୍ତାହାନ୍ତ ଶନିବାର ଦିନ ସ୍ଥାନୀୟ ବିଦ୍ୟାଧରପୁରସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ବର୍ତ୍ତମାନ ସମୟର ଶ୍ରେଷ୍ଠ 'ବାଣିଜ୍ୟ ବ୍ୟକ୍ତିତ୍ଵ'ମାନଙ୍କର ବହୁମୂଲ୍ୟ ଅଭିଭାଷଣ ଶୁଣିବାର ସୌଭାଗ୍ୟ ଅର୍ଜନ କରିଥିଲା। ୧୦ ଫେବ୍ରୁଆରୀ ୨୦୨୪ରେ ଆୟୋଜିତ ଏହା ଥିଲା 'ଫାକଲଟି ଅଫ୍ ମାର୍କେଟିଂ ଷ୍ଟଡିଜ'ର ସପ୍ତମ ମାର୍କେଟିଂ କନକ୍ଲେଭ୍, ଯ

Startup Seminar: ଉଦ୍ୟୋଗ ଓ ବାଣିଜ୍ୟ ଉପରେ କର୍ମଶାଳା, ବିଶିଷ୍ଟ ବ୍ୟବସାୟୀଙ୍କ ମାର୍ଗଦର୍ଶନ

Startup Seminar: କଟକ: ଚଳିତ ସପ୍ତାହାନ୍ତ ଶନିବାର ଦିନ ସ୍ଥାନୀୟ ବିଦ୍ୟାଧରପୁରସ୍ଥିତ ଶ୍ରୀ ଶ୍ରୀ ବିଶ୍ଵବିଦ୍ୟାଳୟ କ୍ୟାମ୍ପସ ବର୍ତ୍ତମାନ ସମୟର ଶ୍ରେଷ୍ଠ 'ବାଣିଜ୍ୟ ବ୍ୟକ୍ତିତ୍ଵ'ମାନଙ୍କର ବହୁମୂଲ୍ୟ ଅଭିଭାଷଣ ଶୁଣିବାର ସୌଭାଗ୍ୟ ଅର୍ଜନ କରିଥିଲା। ୧୦ ଫେବ୍ରୁଆରୀ ୨୦୨୪ରେ ଆୟୋଜିତ ଏହା ଥିଲା 'ଫାକଲଟି ଅଫ୍ ମାର୍କେଟିଂ ଷ୍ଟଡିଜ'ର ସପ୍ତମ ମାର୍କେଟିଂ କନକ୍ଲେଭ୍, ଯେଉଁଥିରେ ବ୍ୟବସାୟ ଜଗତର ଦଶରୁ ଅଧିକ ସଫଳ ବ୍ୟକ୍ତିତ୍ଵ ନିଜର ବହୁମୂଲ୍ୟ ଅଭିଭାଷଣ ପ୍ରଦାନ କରି କନକ୍ଲେଭକୁ ସମୃଦ୍ଧ କରିଥିଲେ।  'ମାର୍କେଟିଂ ଇନ୍ ଦି ଅଟୋମେଟେଡ୍ ଏରା ' ବା ସ୍ୱୟଂକ୍ରିୟ ଯୁଗରେ ବିପଣନ' ଶୀର୍ଷକ କର୍ମଶାଳା ଗତ ଶନିବାର ଉଦଘାଟିତ ହୋଇଥିଲା। ପ୍ରଫେସନାଲମାନଙ୍କର ଆଖିଦୃଶିଆ ଭିଡ଼, ଶିଳ୍ପ ସହ ଜଡିତ ବ୍ୟକ୍ତିବିଶେଷମାନଙ୍କର ସମୟୋପଯୋଗୀ ଓ ସାରଗର୍ଭକ ଅଭିଭାଷଣ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କୁ ବିଷୟ ସମ୍ପର୍କରେ ଉପଯୁକ୍ତ ଧାରଣା ଦେବାରେ ସକ୍ଷମ ହୋଇଥିଲା।

ଉଦଘାଟନୀ ସମାରୋହରେ ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟର ଏଫ୍ଏମ୍ଏସ୍ ବିଭାଗ ଡିନ୍ ଡଃ. ଡି. ଡି. ସ୍ୱାଇଁ, ଡାଇରେକ୍ଟର ଅପରେସନ୍ସ ସ୍ୱାମୀ ସତ୍ୟଚୈତନ୍ୟ, ଏସଏସୟୁ ଏକାଡେମିକ୍ ଓ ରିସର୍ଚ୍ଚ ବିଭାଗ ଡିନ୍ ଅନିଲ କୁମାର ଶର୍ମା, ଏସଏସୟୁ କାର୍ଯ୍ୟନିର୍ବାହୀ ପ୍ରବନ୍ଧକ ଡଃ. ଦୀପା ବିନୟ ଏବଂ ୟୁରୋପ ଓ ଏସିଆ ସ୍ପେସିଫିକ୍ ରିଜିଅନ୍ ଇନଫୋସିସର ସାଇବର ନିରାପତ୍ତା ବିଭାଗ ମୁଖ୍ୟ ମନିଷ କୁମାର ପାଣ୍ଡେ ପ୍ରମୁଖ ବକ୍ତା ଭାବରେ ଯୋଗଦାନ କରିଥିଲେ। ପ୍ରଫେସର ଡଃ. ଶର୍ମା ‘ବଚକେ ରେହନାରେ ବାବା, ବଚକେ ରେହନାରେ...’ ଭଳି ଏକ ବ୍ୟଙ୍ଗାତ୍ମକ ବଲିଉଡ୍ ଗୀତ ସହ ନିଜ ବକ୍ତବ୍ୟ ଆରମ୍ଭ କରିଥିଲେ। ଏଥିସହ କିଭଳି ବଜାର ବିକଶିତ ଓ ଉନ୍ନତ ହେଉଛି ତାହା ବର୍ଣ୍ଣନା କରିଥିଲେ । ମୁଖ୍ୟ ଅତିଥି ଶ୍ରୀ ପାଣ୍ଡେ ମାର୍କେଟିଂ ଏଆଇ, ଚାଟ୍ ଜିପିଟି ମାର୍କେଟିଂରେ ଶ୍ରୀମଦ୍ ଭାଗବତ ଗୀତାର ମୂଲ୍ୟ କଥା ଉଲ୍ଲେଖ କରିଥିଲେ । ଉଦଘାଟନୀ ଅଧିବେଶନକୁ ଶ୍ରୁତି ସାଲୁଙ୍କେ ପରିଚାଳନା କରିଥିବା ବେଳେ ଅଧିବେଶନର ପରିସମାପ୍ତିରେ କନକ୍ଲେଭର ଆବାହକ ଡଃ. ପ୍ରଭୁରାମ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ । ଡଃ. ସୀମାନ୍ତ ମହାନ୍ତି ବ୍ୟବସାୟ ଓ ବିପଣନ ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ କଥା କହିବା ସହ ଟେକ୍ଟୋନିକ୍ ସିଫ୍ଟରେ ବୈଷୟିକ ଜ୍ଞାନକୌଶଳର ଭୂମିକା କଥା ବର୍ଣ୍ଣନା କରିଥିଲେ । ପ୍ରଫେସର ଡଃ. ଧଳ ନିରନ୍ତର ଶିକ୍ଷାଲାଭର ଉନ୍ନତ ଦିଗ ସମ୍ପର୍କରେ ଉଲ୍ଲେଖ କରିଥିଲେ । ଡଃ. ଅୟସକାନ୍ତ ମହାନ୍ତି ଶିଳ୍ପୋଦ୍ୟୋଗ ଉଦ୍ୟମରେ ବିପଣନର ଗୁରୁତ୍ୱ ବିଷୟରେ ଆଲୋଚନା କରିଥିଲେ ।