Sundargarh: ଇବ୍ ନଦୀରେ ୩ ଜଣ ନିଖୋଜ ଘଟଣା, ୨ ମୃତଦେହ ଉଦ୍ଧାର
Advertisement
Article Detail0/zeeodisha/odisha2149214

Sundargarh: ଇବ୍ ନଦୀରେ ୩ ଜଣ ନିଖୋଜ ଘଟଣା, ୨ ମୃତଦେହ ଉଦ୍ଧାର

Sundargarh IB River: ସୁନ୍ଦରଗଡ଼ ଇବ୍ ନଦୀରେ (Sundargarh IB River) ଭାସି ୩ ଜଣ ନିଖୋଜ ଘଟଣା । ୩ ଜଣଙ୍କ ମଧ୍ଯରୁ ରବିବାର ସକାଳୁ ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛି । ଏବେ ବି ଜଣେ ନିଖୋଜ ଅଛନ୍ତି ।

ଖବର ଅନୁଯାୟୀ,  ସୁନ୍ଦରଗଡ଼ ସହର ରିଜେଣ୍ଟ ମାର୍କେଟରୁ ପରିବାର ସହ ଭୋଜି କରିବା ଲାଗି ସେମନାକୁ ଯାଇଥିଲେ । ଭୋଜି ସାରି କକା ଓ ଦୁଇ ପୁତୁରା ଇବ ନଦୀରେ ଗାଧୋଇବା ପାଇଁ ଯାଇଥିଲେ । ତେବେ ଗାଧୋଇବା ବେଳେ ୩ ଜଣ ହଠାତ୍ ପାଣିରେ ବୁଡ଼ି ଯାଇ ନିଖୋଜ ହୋଇଯାଇଥିଲେ । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଁଞ୍ଚ ଥିଲା । ହେଲେ ରାତି ହୋଇଯିବାରୁ ଖୋଜାଖୋଜିରେ ବାଧ୍ୟା ସୃଷ୍ଟି ହୋଇଥିଲା । ପରେ ରବିବାର ସକାଳୁ ବହୁ ଖୋଜାଖୋଜି ପରି ଅଗ୍ନିଶମ ବାହିନୀ ୨ ଜଣଙ୍କ ମୃତଦେହ ଠାବ କରିଛି ।

Also Read-Heat Wave: ଟାଣ ଖରାରେ କଲବଲ ରାଜାବାସୀ! ଏହି ଦିନଠାରୁ ୪ରୁ ୬ ଡିଗ୍ରୀ ଯାଏଁ ବଢିବ ତାତି

Also Read-Puri News: ଶ୍ରୀମନ୍ଦିର ପରିସର ମଧ୍ୟରେ ଅଗ୍ନିକାଣ୍ଡ

ମୃତକ ଦୁଇ ଜଣ ଏମ.ଡ଼ି ଫରାନ ଓ ରିଜୁଆନ ବୋଲି ଜଣାପଡ଼ିଛି । ଅନ୍ୟ ଜଣେ ନିଖୋଜ ରହିଥିବା ବେଳେ ଏବେ ବି ରେସକ୍ୟୁ ଅପରେସନ ଜାରି ରହିଛି । ସମସ୍ତେ ଗୋଟିଏ ପରିବାରର ବୋଲି ସୂଚନା ମିଳିଛି ।