Heat Wave: ଟାଣ ଖରାରେ କଲବଲ ରାଜାବାସୀ! ଏହି ଦିନଠାରୁ ୪ରୁ ୬ ଡିଗ୍ରୀ ଯାଏଁ ବଢିବ ତାତି
Advertisement
Article Detail0/zeeodisha/odisha2149029

Heat Wave: ଟାଣ ଖରାରେ କଲବଲ ରାଜାବାସୀ! ଏହି ଦିନଠାରୁ ୪ରୁ ୬ ଡିଗ୍ରୀ ଯାଏଁ ବଢିବ ତାତି

Heat Wave: କିଛିଦିନ ହେବ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ଉପମୁହାଁ ରହିଛି । ସ୍ଥିତି ଏଭଳି ହେଉଛି ଯେ,ଦିନ ୧୦ ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ରାଜ୍ୟରେ ଦିନ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

Heat Wave: ଟାଣ ଖରାରେ କଲବଲ ରାଜାବାସୀ! ଏହି ଦିନଠାରୁ ୪ରୁ ୬ ଡିଗ୍ରୀ ଯାଏଁ ବଢିବ ତାତି

Heat Wave: ଟାଇଁ ଟାଇଁ ଖରାରେ କଲବଲ ରାଜ୍ୟବାସୀ। କିଛିଦିନ ହେବ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ଉପମୁହାଁ ରହିଛି । ସ୍ଥିତି ଏଭଳି ହେଉଛି ଯେ,ଦିନ ୧୦ ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ତେବେ ରାଜ୍ୟରେ ଦିନ ତାପମାତ୍ରା ଆହୁରି ବଢିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି ।

ଖବର ଅନୁଯାୟୀ, ଆଗାମୀ ୧୨ ତାରିଖରୁ ତାତି ଆହୁରି ୪ରୁ ୫ ଡିଗ୍ରୀ ବଢିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଫଳରେ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ତାତି ୪୦ ଡିଗ୍ରୀ ଛୁଇଁପାରେ ବୋଲି ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ବୈଜ୍ଞାନିକ ଡ. ଉମାଶଙ୍କର ଦାସଙ୍କ କହିବା ଅନୁଯାୟୀ, ସମଗ୍ର ରାଜ୍ୟରେ ଦିନ ତାପମାତ୍ରା ଆହୁରି ବଢିବ । ଅଧିକାଂଶ ସ୍ଥାନରେ ତାପମାତ୍ରା ୪ରୁ ୬ ଡିଗ୍ରୀ ଯାଏଁ ବଢିବ । ୧୨ ଓ ୧୩ ତାରିଖରେ କିଛି ସ୍ଥାନରେ ତାପମାତ୍ରା ୩୯ ଡ଼ିଗ୍ରୀ ଛୁଇଁପାରେ । ଅନ୍ୟପଟେ ୧୪ ତାରିଖରେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ଝାରସୁଗୁଡ଼ା, ବାଲେଶ୍ବର ଜିଲ୍ଲାର କିଛି ସ୍ଥାନରେ ସ୍ପଳ୍ପ ବର୍ଷା ହୋଇପାରେ । ସେହିପରି ୧୫ରେ କେନ୍ଦୁଝର, ମୟୂରଭଞ୍ଜ, ଭଦ୍ରକ, ବାଲେଶ୍ବର, ଯାଜପୁର, ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଢେଙ୍କାନାଳ ଜିଲ୍ଲାରେ ହାଲୁକା ବର୍ଷା ନେଇ ସମ୍ଭାବନା ରହିଛି ।

ପ୍ରକାଶ ଥାଉ କି, ଶନିବାର ମାଲକାନଗିରିରେ ଦିନ ତାପମାତ୍ରା ସର୍ବାଧିକ ୩୭.୪ ଡିଗ୍ରୀ ରେର୍କଡ଼ ହୋଇଥିବା ବେଳେ ବୌଦ୍ଧରେ ୩୭ ଡିଗ୍ରୀ, ସୋନପୁରରେ ୩୬.୧, ବଲାଙ୍ଗୀରରେ ୩୫.୮, ଟିଟିଲାଗଡ଼ରେ ୩୫.୫, ଭବାନୀପାଟଣାରେ ୩୫.୨, ପାରଳାଖେମୁଣ୍ତିରେ ୩୫, ରାୟଗଡ଼ାରେ ୩୪.୮, ସମ୍ବଲପୁରରେ ୩୪.୬, ଝାରସୁଗୁଡ଼ାରେ ୩୪.୩, ନୟାଗଡ଼ରେ ୩୪ ଡିଗ୍ରୀ ରେକର୍ଡ଼ ହୋଇଛି ।