Road Accident: ବ୍ରେକ୍ ଫେଲ ହୋଇ ଘାଟିରୁ ଖସିଲା ମାଲ୍‌ ବୋଝେଇ ଟ୍ରକ୍‌, ଦୁଇ ମୃତ, ଏକାଧିକ ଆହତ
Advertisement
Article Detail0/zeeodisha/odisha1886246

Road Accident: ବ୍ରେକ୍ ଫେଲ ହୋଇ ଘାଟିରୁ ଖସିଲା ମାଲ୍‌ ବୋଝେଇ ଟ୍ରକ୍‌, ଦୁଇ ମୃତ, ଏକାଧିକ ଆହତ

Road Accident: ଏମିତି ବି ଆସେ  ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ନିମିଷକ ମଧ୍ୟରେ ଚୁନମାର ହୋଇଗଲା ଦେଖିଥିବା ଅସୁମାରୀ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ (Road Accident) ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Road Accident: ଏମିତି ବି ଆସେ  ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁକିଛି । ନିମିଷକ ମଧ୍ୟରେ ଚୁନମାର ହୋଇଗଲା ଦେଖିଥିବା ଅସୁମାରୀ ସ୍ବପ୍ନ। ଭୟଙ୍କର ସଡ଼କ ଦୁର୍ଘଟଣାରେ (Road Accident) ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ତିନି ଜଣ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥରେ ଦୁର୍ଘଟଣା ଘଟିଛି (Two killed in road accident at Ganjam)। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ଛାନଭିନ୍ ଆରମ୍ଭ ହୋଇଛି । ତେବ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକମାନେ ହେଲେ ବିଷ୍ଣୁପ୍ରିୟା ସୁବୁଦ୍ଧି ଓ ଟ୍ରକ୍ ଚାଳକ ନରସିଂହ ରାଓ ବୋଲି ଜଣାପଡିଛି।

ଏହାବି ପଢନ୍ତୁ : Today Horoscope: ଏହି ରାଶିର ଲୋକଙ୍କୁ କର୍ମକ୍ଷେତ୍ରରେ ସଫଳତା ସହ ମିଳିବ ସୁସମ୍ବାଦ, ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ?

ସୂଚନା ଅନୁସାରେ, ଗଞ୍ଜାମ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ରହିଛି ବଡ଼ ଘାଟି। ଗତକାଲି ବିଳମ୍ବିତ ରାତିରେ, ବଡଘାଟିରେ ଏକ ମାଲ୍ ବୋଝେଇ ଟ୍ରକ୍ ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଟ୍ରକଟି ଦୁଇଟି ଗାଡି଼କୁ ଭୟଙ୍କର ଧକ୍କା ଦେଇଥିଲା। ଟ୍ରକ୍‌ଟି ପ୍ରଥମେ ଏକ ବାଇକକୁ ଧକ୍କା ଦେବା ପରେ ରାସ୍ତା ଉପରେ ଛିଡା ହୋଇଥିବା ଗୋଟିଏ କାରକୁ ଧକ୍କା ଦେଇଥିଲା । ଏହା ପରେ ଟ୍ରକ୍‌ ଟି  ଘାଟିରୁ ଓଲଟି ପଡ଼ିଥିଲା । ଫଳରେ ଘଟଣାସ୍ଥଳରେ ଟ୍ରକ ଡ୍ରାଇଭରଙ୍କ ସହ ବାଇକରେ ବସିଥିବା ମହିଳାଙ୍କ ମୃତ୍ୟୁ ଘଟିଥିଲା। ଏବଂ ଏଥିରେ ତିନି ଜଣ ଆହତ ହୋଇଥିଲେ।  ଏହି ଭୟଙ୍କର ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି  ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଛି । ଆହତଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିବା ଆଶଙ୍କା କରାଯାଉଛି । ତେବେ, ଏହି ଟ୍ରକଟି ପଲାସା ଠାରୁ ବାହାରି କଲିକତା ଅଭିମୁଖେ  ଯାତ୍ରା କରୁଥିବା ବେଳେ ଏହି ଭୟଙ୍କର ସଡକ ଦୁର୍ଘଟଣା ଘଟିଛି ।