Advertisement
Article Detail0/zeeodisha/odisha2461176

ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି; ଏହି ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଅବେଦନ..

Odisha police driver recruitment: ଆସନ୍ତା ୧୧ ତାରିଖରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି ହେବା ପରେ ପ୍ରାର୍ଥୀମାନେ ବୟସ, ଯୋଗ୍ୟତା , ଆବେଦନ ଫିସ, ଓ ବେତନ ହାର, ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ। ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି ଯେ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ପଦ ସଂରକ୍ଷିତ ନାହିଁ।

ଓଡ଼ିଶା ପୁଲିସରେ ଡ୍ରାଇଭର ନିଯୁକ୍ତି; ଏହି ଯୋଗ୍ୟତା ଥିବା ବ୍ୟକ୍ତି କରିପାରିବେ ଅବେଦନ..

ଭୁବନେଶ୍ବର: ପୁଲିସ ଚାକିରି କରିବାକୁ ଇଚ୍ଛୁକ ଆଶାୟୀଙ୍କ ପାଇଁ ସରକାର ଆଣିଛନ୍ତି ଖୁସି ଖବର। ଓଡ଼ିଶା ପୁଲିସ ପକ୍ଷରୁ ଡ୍ରାଇଭର ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ମୋଟ ୪୦୫ଟି ପଦ ପୂରଣ କରାଯିବ। ଆସନ୍ତା ଅକ୍ଟୋବର ୧୧ରୁ ୩୧ ତାରିଖ ମଧ୍ୟରେ ଏନେଇ ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିପାରିବେ ବୋଲି ବିଜ୍ଞପ୍ତିରେ ପ୍ରକାଶ ପାଇଛି। 

ଅନ୍ୟପଟେ ଆସନ୍ତା ୧୧ ତାରିଖରେ ସମ୍ପୂର୍ଣ୍ଣ ବିଜ୍ଞପ୍ତି ଜାରି ହେବା ପରେ ପ୍ରାର୍ଥୀମାନେ ବୟସ, ଯୋଗ୍ୟତା , ଆବେଦନ ଫିସ, ଓ ବେତନ ହାର, ନିଯୁକ୍ତି ସମ୍ବନ୍ଧୀୟ ସବିଶେଷ ତଥ୍ୟ ପାଇ ପାରିବେ। ବିଜ୍ଞପ୍ତି ଉଲ୍ଲେଖ କରାଯାଇଛି ଯେ, ଶିକ୍ଷା ଓ ସାମାଜିକ କ୍ଷେତ୍ରରେ ପଛୁଆ ଶ୍ରେଣୀ (ଏସଇବିସି) ବର୍ଗର ପ୍ରାର୍ଥୀଙ୍କ ପାଇଁ କୌଣସି ପଦ ସଂରକ୍ଷିତ ନାହିଁ। ତେଣୁ ଏହି ବର୍ଗର ପ୍ରାର୍ଥୀମାନେ ୟୁଆର ବର୍ଗରେ ଆବେଦନ କରିପାରିବେ। ଏହି ପଦବୀ ପାଇଁ ଦରମା ୧୩,୫୦୦ରୁ ଅଧିକ ମିଳିବ। ଏଥିସହ ପେନସନ୍ ସହ ଡିଏ, ଏଚଆରଏ ମଧ୍ୟ ମିଳିବାର ସୁବିଧା ରହିଛି। ସେହିପରି ମୋଟ ୪୦୫ଟି ଖାଲି ପଦ ମଧ୍ୟରୁ ଅଣସଂରକ୍ଷିତ ବର୍ଗ ପାଇଁ ୨୧୬ଟି, ଅନୁସୂଚିତ ଜାତି (ଏସସି) ପାଇଁ ୫୧ଟି, ଅନୁସୂଚିତ ଜନଜାତି(ଏସଟି) ପାଇଁ ୧୩୮ଟି ପଦ ଖାଲି ରହିଛି। 

ଅଧିକ ପଢନ୍ତୁ...

Add Zee News as a Preferred Source

ସୁନ୍ଦରଗଡ଼ରେ ପୁଣି କଳା ଚିତା ବାଘ ଆତଙ୍କ, କ୍ୟାମେରାରେ ହେଲା କଏଦ୍

https://zeenews.india.com/hindi/zeeodisha/state-news/black-leopard-spotted-in-sundergarh-movement-captured-in-trap-cameras/2461155

About the Author