Pragyapan Medha: ମିଳିଲା ଅନୁମତି, ୩ ବର୍ଷ ପରେ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡି଼ଶାର ପ୍ରଜ୍ଞାପନ ମେଢ଼
Advertisement

Pragyapan Medha: ମିଳିଲା ଅନୁମତି, ୩ ବର୍ଷ ପରେ କର୍ତ୍ତବ୍ୟ ପଥରେ ଗଡ଼ିବ ଓଡି଼ଶାର ପ୍ରଜ୍ଞାପନ ମେଢ଼

Odisha Pragyapan Medha: ଏଥର ସାଧାରଣତନ୍ତ୍ର ଦିବସରେ (Republic Day 2024) (Parade) ରାଜଧାନୀ ଦିଲ୍ଲୀର (Delhi) କର୍ତ୍ତବ୍ୟ ପଥରେ (kartavya Path) ଗଢିବ ଓଡ଼ିଶାର ପ୍ରଜ୍ଞାପନ ମେଢ଼ (Pragyapan Medha) ( ଟାବଲୋ)। ଲଗାତାର ୩ ବର୍ଷ ହେବ ରାଜ୍ୟର ପ୍ରଜ୍ଞାପନ ମେଢ଼ ସାଧାରଣତନ୍ତ୍ର ଦିବସରେ ଚୟନ ହୋଇପାରି ନଥିଲା  ।

ସୌ(ସୋସିଆଲ ମିଡିଆ)

ସୂଚନା ଅନୁଯାୟୀ, ଆସନ୍ତା ଜାନୁଆରୀ ୨୬ (Republic Day 2024) ପାଇଁ ଏଥର ଓଡ଼ିଶା ଯେଉଁ ମେଢ଼ ପ୍ରଦର୍ଶନ କରିବାକୁ ଯୋଜନା ରଖିଥିଲା ସେଥିରେ କେନ୍ଦ୍ର ଅନେକ କିଛି ଜିନିଷ ପରବର୍ତ୍ତନ କରିଥିଲେ ମଧ୍ଯ ଶେଷରେ ମନୋନୀତ କରିଛି । ଗତମାସ ଶେଷ ସପ୍ତାହ ବେଳକୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମନୋନୀତ କରିଛି । ଗତ ମାସ ଶେଷ ସପ୍ତାହ ବେଳକୁ ଓଡ଼ିଶାର ପ୍ରଜ୍ଞାପନ ମେଢ଼ ମନୋନୀତ ହୋଇଥିହା କୁହାଯାଇଥିଲା । ହେଲେ ଏନେଇ  ବିଧିବଦ୍ଧ ଭାବେ କେନ୍ଦ୍ର ସରକାରଙ୍କ ପକ୍ଷରୁ କିଛି ଚୂଡ଼ାନ୍ତ ଖବର ଦିଆଯାଇ ନଥିଲା । ଯେଉଁ ତାରିଖ ସୁଦ୍ଧା କେନ୍ଦ୍ର ସରକାରଙ୍କ ଚୂଡ଼ାନ୍ତ ଚିଠି ଆସିବ ବୋଲି କୁହାଯାଇଥିଲା ସେଥିରେ ମଧ୍ଯ ବ୍ୟତିକ୍ରମ ଦେଖାଦେଇଥିଲା । ଫଳରେ ଚିନ୍ତାରେ ପଡିଥିଲେ ରାଜ୍ୟ ସରକରାଙ୍କ ବରିଷ୍ଠ ଅଧିକାରୀ । ଏହାପରେ ଗୁରୁବାର କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ (Union Ministry of Defence) ପକ୍ଷରୁ ଓଡ଼ିଶା ମୁଖ୍ୟ ଶାସନ ସଚିବଙ୍କ ନିକଟକୁ ରାଜ୍ୟର ପ୍ରଜ୍ଞାପନ ମେଢକୁ ମନୋନୀତ କରାଯାଇଥିବା ନେଇ ଚିଠି ଆସି ପହଁଞ୍ଚିବା ସୂଚନା ମିଳିଛି । ରାଜ୍ୟ ସରକାର ଏଥର ବିକଶିତ ଭାରତ ଉପରେ ପ୍ରଜ୍ଞାପନ ମେଢ ପ୍ରସ୍ତୁତ କରିବାକୁ ଯୋଜନା କରିଛନ୍ତି । ଏଥିରେ ରଘୁରାଜପୁର ଗାଁର ମହିଳାମାନେ କିପରି ବିଭିନ୍ନ ପ୍ରକାର ଅଦରକାରୀ ଜିନିଷରୁ ପଟ୍ଟଚିତ୍ର କରିବା ଚିତ୍ର, ଏହା ସହ ସେଥିରେ ସମ୍ବଲପୁରୀ ସଙ୍ଗୀତ ରଖିବ । ଏହାକୁ ବିକଶିତ ଭାରତରେ ମହିଳା ସଶକ୍ତୀକରଣ ପ୍ରଜ୍ଞାପନ ମେଢ ବୋଲି କୁହାଯାଇଛି ।

Also Read-Bhitarkanika: ଆଜିଠୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ, ଜାଣନ୍ତୁ ପୁଣି କେବେ ଖୋଲିବ ?

ପ୍ରକାଶ ଥାଉ କି, ଦେଶରୁ ମୋଟ ୧୬ଟି ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳର ପ୍ରଜ୍ଞାପନ ମେଢ଼ ପ୍ରଦର୍ଶନ ଲାଗି ମନୋନୀତ କରାଯାଇଛି । ପ୍ରଥମେ ଦେଶକୁ ୬ଟି ଜୋନରେ ବିଭକ୍ତ କରାଯାଇଥିଲା । ପୂର୍ବ ଜୋନରେ ଓଡ଼ିଶା, ଝାଡ଼ଖଣ୍ତ, ପଶ୍ଚିମବଙ୍ଗ ଓ ବିହାର ରାଜ୍ୟ ରହିଥିଲେ । ଏହି ଜୋନରେ ଝାଡ଼ଖଣ୍ତ ଓ ଓଡ଼ିଶା ପ୍ରଜ୍ଞାପନ ମେଢ଼କୁ ମନୋନୀତ କରାଯାଇଛି । ଆସନ୍ତା ୭ ତାରିଖରେ ଓଡ଼ିଶା ଟିମ୍ ଦିଲ୍ଲା ଯାଇ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତି ଲାଗି ମନ୍ତ୍ରଣାଳଠାରୁ ଟ୍ରଲି ଓ ଟ୍ରେଲର ଗ୍ରହଣ କରିବ । ରାଜଧାନୀ ଇମାଜେରିକୁ ପ୍ରଜ୍ଞାପନ ମେଢ଼ ପ୍ରସ୍ତୁତ ଲାଗି କାମ ଦିଆଯାଇଛି