Odisha Private Bus Owners Association: ଆସନ୍ତା ୨୨ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ବିଧାନସଭା ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ।
Trending Photos
Private Bus Owners will go to strike on 22 November in Odisha: ଭୁବନେଶ୍ୱର: ଥମୁନାହିଁ ସରକାର-ଘରୋଇ ବସ୍ ମାଲିକଙ୍କ ଭିତରେ ଚାଲିଥିବା ବିବାଦ। ବାରମ୍ବାର ଆଲୋଚନା ପରେ ମଧ୍ୟ କୌଣସି ନିଷ୍କର୍ଷ ବାହାରି ପାରୁନାହିଁ। ଯଦିଓ କିଛି ପ୍ରତିଶୃତି ଏ ପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଗଣମାଧ୍ୟମକୁ ଦିଆଯାଇ ନାହିଁ। ହେଲେ ଯେଉଁ ଭରସା ଆଲୋଚନା ବେଳା ସରକାର ତାଙ୍କୁ ଦେଇଥିଲେ ତାହାକୁ ରକ୍ଷା କରିନାହାଁନ୍ତି ବୋଲି ଅଭିଯୋଗ କରିଛି ବସ୍ ମାଲିକ ସଂଘ। ଏଣୁ ଆସନ୍ତା ୨୨ ତାରିଖରୁ ବିଧାନସଭାର ଶୀତକାଳୀନ ଅଧିବେଶନ ସମୟରେ ସଂଘ ବିଧାନସଭା ଆଗରେ ଧାରଣା ଦେବାକୁ ନିଷ୍ପତ୍ତି ନେଇଛି।
ଦୁର୍ଗାପୂଜା ସମୟରେ ସରକାରଙ୍କ ଉପରେ ଚାପ ପକାଇବା ଲାଗି ଘରୋଇ ବସ୍ ମାଲିସ ସଂଘ ପକ୍ଷରୁ ରାଜ୍ୟ ବ୍ୟାପୀ ଆନ୍ଦୋଳନ ଧମକ ଦିଆଯାଇଥିଲା। ଗୋଟିଏ ଦିନ ଆନ୍ଦୋଳନ ପରେ କିନ୍ତୁ ତାହାକୁ ପ୍ରତ୍ୟାହାର କରି ନିଆଯାଇଥିଲା। ଆଲୋଚନା ପରେ ସରକାରଙ୍କ ପକ୍ଷରୁ ତାଙ୍କୁ ଦାବି ପୂରଣ ପାଇଁ ପ୍ରତିଶୃତି ଦିଆଯାଇଥିବା କହିଥିଲେ। ହେଲେ ତାହା ପୂରଣ କରା ନଯାଇ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ‘ଲକ୍ଷ୍ମୀ’ ବସ୍ ଉଦ୍ଘାଟନ କରିବାକୁ ସ୍ଥିର କରିଥିଲେ। ଏାହକୁ ନେଇ କଳାହାଣ୍ଡି ଠାରେ ଆନ୍ଦୋଳନ ଡାକରା ଦିଆଗଲା। ହେଲେ ତାହାକୁ ମଧ୍ୟ ସରକାର ଏଡ଼ାଇ ଦେବାରେ ସଫଳ ହୋଇଥିଲେ।
ଏବେ ଘରୋଇ ବସ୍ ମାଲିକ ସଂଘ ଆଉ ବସ୍ ଚଳାଚଳ ବନ୍ଦ ନ କରି ବିଧାନସଭା ଅଧିବେଶନ ସମୟରେ ପ୍ରତିବାଦ ପାଇଁ ନିଷ୍ପତ୍ତି ନେଇଛନ୍ତି। ମିଳିଥିବା ସୂଚନା ଅନୁସାରେ ୧ ହଜାରରୁ ଊର୍ଦ୍ଧ୍ବ ବସ୍ ମାଲିକ ବିଧାନସଭା ସାମ୍ନାରେ ଧାରଣା ଦେବେ। ଯଦି ଏହି ଆନ୍ଦୋଳନ କିଛି କାମ ନକରେ, ତେବେ ସଂଘ ଡିସେମ୍ବର ୧ ତାରିଖ ଠାରୁ ରାଜ୍ୟବ୍ୟାପୀ ଧର୍ମଘଟକୁ ଓହ୍ଲାଇବ ବୋଲି ସଂଘ ପକ୍ଷରୁ ସୂଚନା ଦିଆଯାଇଛି।